ନକଲି ମଦ ନେଲା ୭ ଜଣଙ୍କ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାର ପହରପୁର ଗାଁରେ ନକଲି ମଦ ପିଇ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀଙ୍କ କହିବାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ୨୫ ଜଣ ଲୋକ ଏକ କାର୍ଯ୍ୟକ୍ରମରେ ଏକାଠି ହୋଇ ମଦ ପିଇଥିଲେ। କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଅଧା ଳୋକଙ୍କର ଦେହ ଖରାପ ହୋଇଥିଲା। ତେବେ   ମଦ ବିକ୍ରି କରୁଥିବା ଦୋକାନକୁ  ପୁଲିସ ସିଜ୍ କରିଛି। ତେବେ […]

wine

wine

Tapas Behera
  • Published: Wednesday, 26 January 2022
  • Updated: 27 January 2022, 03:18 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାର ପହରପୁର ଗାଁରେ ନକଲି ମଦ ପିଇ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଗ୍ରାମବାସୀଙ୍କ କହିବାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ୨୫ ଜଣ ଲୋକ ଏକ କାର୍ଯ୍ୟକ୍ରମରେ ଏକାଠି ହୋଇ ମଦ ପିଇଥିଲେ। କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଅଧା ଳୋକଙ୍କର ଦେହ ଖରାପ ହୋଇଥିଲା। ତେବେ   ମଦ ବିକ୍ରି କରୁଥିବା ଦୋକାନକୁ  ପୁଲିସ ସିଜ୍ କରିଛି। ତେବେ ମଦ ଦୋକାନୀ ଫେରାର ହୋଇ ଯାଇଛନ୍ତି। । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଗାଁରେ ପହଞ୍ଚିଥିଲେ। ନକଲି ମଦ ପିଇ ୭ ଜଣଙ୍କର ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ ୬ଜଣ ଗୁରୁତର ହୋଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ରାବେରେଲି ଏସପି କହିଛନ୍ତି, ମଦ ବେପାରୀ ୨ଟି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମଦ ବିକ୍ରି କରିଛନ୍ତି । ଯେଉଁଥିରୁ ଗୋଟିଏ ବ୍ରାଣ୍ଡ ଏହି ମୃତ୍ୟୁର କାରଣ ବୋଲି ଜଣାପଡିଛି। ମଦର ନମୁନା ସଂଗ୍ରହ କରାଯାଇ ପରିବାର ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ତଦନ୍ତ ଜୋରଦାର କରାଯାଛି ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ମଦ ବଣ୍ଟନ ସମୟରେ ପ୍ରାୟ ୫୦ ଜଣ ଲୋକ ଥିଲେ। ଏମିତିକି ଜଣକ ପରିବାରର ତିନିଜଣ ପ୍ରାଣ ହରାଇଛନ୍ତି । ଦୋକାନର ମାଲିକ ବିରେନ୍ଦ୍ର ପ୍ରତାପ ସିଂଙ୍କୁ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos