ଘୂର୍ଣ୍ଣିବଳୟ: ୫ ଦିନ ଯାଏ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ବର୍ଷା!

ନୂଆଦିଲ୍ଲୀ: ଏକାଧିକ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ଆଗାମୀ ୫ ଦିନ ଯାଏ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆଇଏମଡିର ନ୍ୟାଶନାଲ ୱେଦର ଫୋରକାଷ୍ଟିଂ କେନ୍ଦ୍ରର ଆକଳନ ଅନୁଯାୟୀ, ଦିକ୍ଷଣ ଭାରତରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଓ ଟ୍ରଫ ଲାଇନ ପ୍ରଭାବରେ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷା ଓ ଘଡ଼ଘଡ଼ ସହ ବର୍ଷାର ଆଶଙ୍କା ରହିଛି। ଏହି […]

cyclonic-circulations

cyclonic-circulations

Hemant Lenka
  • Published: Monday, 12 April 2021
  • Updated: 12 April 2021, 07:02 PM IST

Sports

Latest News

ନୂଆଦିଲ୍ଲୀ: ଏକାଧିକ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ଆଗାମୀ ୫ ଦିନ ଯାଏ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆଇଏମଡିର ନ୍ୟାଶନାଲ ୱେଦର ଫୋରକାଷ୍ଟିଂ କେନ୍ଦ୍ରର ଆକଳନ ଅନୁଯାୟୀ, ଦିକ୍ଷଣ ଭାରତରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଓ ଟ୍ରଫ ଲାଇନ ପ୍ରଭାବରେ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷା ଓ ଘଡ଼ଘଡ଼ ସହ ବର୍ଷାର ଆଶଙ୍କା ରହିଛି। ଏହି ସମୟରେ ବିଜୁଳି ବି ମାରିପାରେ। ସେହିପରି ପବନର ଘଣ୍ଟାପ୍ରତି ବେଗ ୩୦ରୁ ୪୦ କିମି ରହିବ।

ଦକ୍ଷିଣ ଓ ତାମିଲନାଡୁ, କେରଳ ଓ ମାହେ ଭଳି ଘାଟ ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏପ୍ରିଲ ୧୪ରୁ ୧୬ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ କର୍ଣ୍ଣାଟକାର କିଛି ସ୍ଥାନରେ ବର୍ଷା ହୋଇପାରେ।

ଅନ୍ୟପକ୍ଷରେ ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣପୂର୍ବ ମଧ୍ୟପ୍ରଦେଶ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ଉପରେ ରହିଛି। ଏହାର ପ୍ରଭାବରେ ମଧ୍ୟପ୍ରଦେଶ, ବିର୍ଦ୍ଦଭ, ତେଲେଙ୍ଗାନା, ଛତିଶଗଡ଼, ଗାଙ୍ଗେଟିକ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୪ରୁ ୫ ଦିନ ଧରି ବର୍ଷା ହେବ। ଏହି ସମୟରେ ଘଡ଼ଘଡ଼ ସହ ବିଜୁଳି ବି ମାରିପାରେ। ପବନର ଘଣ୍ଟା ପ୍ରତି ବେଗ ୩୦ରୁ ୪୦ କିମି ରହିବ। ଝାରଖଣ୍ଡରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାର ଆଶଙ୍କା ରହିଛି ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos