କଂଗ୍ରେସ ଏମିତି ଜମିଦାର, ଯିଏ ନିଜ ହାବେଲିକୁ ନିୟନ୍ତ୍ରଣ କରିପାରୁନି: ଶରଦ ପାୱାର

ମୁମ୍ବାଇ: ଏକଦା କଂଗ୍ରେସର ଓକିଲାତି କରୁଥିବା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବେ ନିଜ ମୁଡରେ ପରିବର୍ତ୍ତନ କରିଛନ୍ତି। ମହାରାଷ୍ଟ୍ରରେ କଂଗ୍ରେସ ଓ ଶିବସେନା ସହ ମିଶି ଏନସିପି ସରକାର ଗଠନ କରିଛି। ହେଲେ ଦଳର ସୁପ୍ରିମୋ ଶରଦ ପାୱାର ଏବେ କଂଗ୍ରେସକୁ ଜମିଦାର ଓ ହାବେଲି(ବଙ୍ଗଳା) ଶବ୍ଦ ବ୍ୟବହାର କରି ତାଚ୍ଛଲ୍ୟ କରିଛନ୍ତି। କଂଗ୍ରେସ ଏମିତି ଏକ ଜିମଦାର ଯିଏ ନିଜର ହାବେଲିକୁ ନିୟନ୍ତ୍ରଣ କରିପାରୁନି। ବାସ୍ତବତାକୁ ଦଳ ବୁଝିବାକୁ ଚେଷ୍ଟା କରୁ ବୋଲି ସେ […]

Sharad-Pawar

Sharad-Pawar

Hemant Lenka
  • Published: Friday, 10 September 2021
  • Updated: 10 September 2021, 03:46 PM IST

Sports

Latest News

ମୁମ୍ବାଇ: ଏକଦା କଂଗ୍ରେସର ଓକିଲାତି କରୁଥିବା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବେ ନିଜ ମୁଡରେ ପରିବର୍ତ୍ତନ କରିଛନ୍ତି। ମହାରାଷ୍ଟ୍ରରେ କଂଗ୍ରେସ ଓ ଶିବସେନା ସହ ମିଶି ଏନସିପି ସରକାର ଗଠନ କରିଛି। ହେଲେ ଦଳର ସୁପ୍ରିମୋ ଶରଦ ପାୱାର ଏବେ କଂଗ୍ରେସକୁ ଜମିଦାର ଓ ହାବେଲି(ବଙ୍ଗଳା) ଶବ୍ଦ ବ୍ୟବହାର କରି ତାଚ୍ଛଲ୍ୟ କରିଛନ୍ତି।

କଂଗ୍ରେସ ଏମିତି ଏକ ଜିମଦାର ଯିଏ ନିଜର ହାବେଲିକୁ ନିୟନ୍ତ୍ରଣ କରିପାରୁନି। ବାସ୍ତବତାକୁ ଦଳ ବୁଝିବାକୁ ଚେଷ୍ଟା କରୁ ବୋଲି ସେ କହିଛନ୍ତି। ଗୋଟିଏ ଜାତୀୟ ଗଣମାଧ୍ୟମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶରଦ କହିଛନ୍ତି, “ସମୟ ଥିଲା ଯେତେବେଳେ କଶ୍ମୀର ଠାରୁ କନ୍ୟାକୁମାରୀ ଯାଏ କେବଳ କଂଗ୍ରେସ ରହିଥିଲା। କିନ୍ତୁ ବର୍ତ୍ତମାନ ଆଉ ସେମିତି ସ୍ଥିତି ନାହିଁ। ଏହି ବାସ୍ତବତାକୁ ଦଳ ସ୍ୱୀକାର କରିବା ଦରକାର। ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ନିବିଡ଼ତା ସେତେବେଳେ ଆସି ଯେତେବେଳେ କଂଗ୍ରେସ ମଧ୍ୟରେ ସତକୁ ସ୍ୱୀକାର କରିବାକୁ ମାନସିକତା ବଦଳିବ।”

କଂଗ୍ରେସ ନିଜର ଅହଂକାର ଯୋଗୁ ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳଗୁଡ଼ିକର ନେତୃତ୍ୱ ନେବାକୁ କହୁଛି କି ବୋଲି ପ୍ରଶ୍ନରେ ଶରଦ ପାୱାର ଜମିଦାର ଶବ୍ବର ବ୍ୟବହାର କରିଥିଲେ। ସେ କହିଥିଲେ “ମୁଁ ଆପଣମାନଙ୍କୁ ଉତ୍ତର ପ୍ରଦେଶର ଜଣେ ଜମିଦାରଙ୍କ କଥା କହୁଛି। ଜମିଦାରଙ୍କ ପାଖରେ ବିପୁଳ ପରିମାଣର ଜମି ଓ ହାବେଲି ରହିଥିଲା। ହେଲେ ନୂଆ ଆଇନ ବଳରେ ତାଙ୍କ ହାତରୁ ସବୁ ଜମି ଚାଲି ଯାଇଥିଲା।

ହାବେଲି ଗୁଡ଼ିକ ରହିଥିଲା। କିନ୍ତୁ ଏହାର ରକ୍ଷାଣବେକ୍ଷଣ ଓ ମରାମତି କରିବାକୁ ତାଙ୍କ ପାଖରେ କ୍ଷମତା ନଥିଲା। ପୂର୍ବରୁ ତାଙ୍କର ହେଉଥିବା କୃଷି ଆୟ ମଧ୍ୟ କମି ଯାଇଥିଲା। ପୂର୍ବରୁ ତାଙ୍କ ପାଖରେ ହଜାର ହଜାର ଏକର ଜମି ରହିଥିଲା। କିନ୍ତୁ ନୂଆ ଆଇନ ପରେ ଏହା ୧୫ରୁ ୨୦ ଏକରକୁ ଖସି ଯାଇଥିଲା।

ଯେତେବେଳେ ଜମିଦାର ଜଣଙ୍କ ସକାଳୁ ଉଠିଲେ ଓ ତାଙ୍କ ଚାରିପାଖରେ ଥିବା ସବୁଜ କ୍ଷେତକୁ ଚାହିଁଲେ ସେତେବେଳେ ସେସବୁ ତାଙ୍କର ବୋଲି ଦାବି କଲେ। ପୂର୍ବରୁ ସେଗୁଡ଼ିକ ତାଙ୍କର ଥିଲା। ହେଲେ ଏବେ ଜମିଗୁଡ଼ିକର ଆଉ ତାଙ୍କର ହୋଇ ନଥିଲା।”

ଶରଦ ପାୱାରଙ୍କ ମତରେ କଂଗ୍ରେସ ଏଯାଏ ନେତୃତ୍ୱକୁ ନେଇ ସୃଷ୍ଟି ହୋଇଥିବା ସଙ୍କଟକୁ ବିଚାର କରିବା ପାଇଁ ନିଜକୁ ପ୍ରସ୍ତୁତ କରିନି। ସେ କହିଛନ୍ତି, “ସମସ୍ତ ଦଳ, ବିଶେଷ କରି କଂଗ୍ରେସରେ ଥିବା ବନ୍ଧୁମାନେ ସେମାନଙ୍କ ନେତୃତ୍ୱକୁ ନେଇ ଭିନ୍ନମତ ରଖିବାକୁ ଏଯାଏ ପ୍ରସ୍ତୁତ କରିନାହାନ୍ତି।” ତାଙ୍କୁ ୨୦୨୪ରେ ବିରୋଧୀ ମେଣ୍ଟର ଚେହେରା କିଏ ହେବେ ବୋଲି ପ୍ରଶ୍ନ କରାଯିବାରୁ ଶରଦ ପାୱାର ଏପରି ବୟାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story