ମୋଦିଙ୍କୁ ଭେଟିଲେ, ‘ସମବାୟ’ ମନ୍ତ୍ରଣାଳୟକୁ ନେଇ ଉଦବେଗ ପ୍ରକାଶ କଲେ ପାୱାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ତାଙ୍କ ବାସଭବନରେ ଏନସିପି ମୁଖ୍ୟ ଶରଦ ପାୱାର ଭେଟିବା ପରେ ଅନେକ ପ୍ରକାରର ଆକଳନ କରାଯାଉଥିଲା। ଏହି ୫୦ ମିନିଟ୍‌ର ଭେଟଘାଟକୁ କିଛି ରାଜନୀତୀକ ପଣ୍ଡିତ ରାଜନୀତିକ ଦୃଷ୍ଟିକୋଣରୁ ମଧ୍ୟ ଦେଖିଥିଲେ। ହେଲେ ପ୍ରକୃତରେ ଶରଦ ପାୱାର କାହିଁକି ମୋଦିଙ୍କୁ ଭେଟିଥିଲେ ଓ ଏହି ସମୟରେ କ’ଣ ଆଲୋଚନା ହୋଇଛି, ତା’ର ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି। ଭେଟଘାଟ ସମୟରେ କେନ୍ଦ୍ର ସରକାର ନୂଆ କରି ଗଠନ କରିଥିବା ସମବାୟ […]

Sharad-Pawar

Sharad-Pawar

Hemant Lenka
  • Published: Saturday, 17 July 2021
  • Updated: 17 July 2021, 05:38 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ତାଙ୍କ ବାସଭବନରେ ଏନସିପି ମୁଖ୍ୟ ଶରଦ ପାୱାର ଭେଟିବା ପରେ ଅନେକ ପ୍ରକାରର ଆକଳନ କରାଯାଉଥିଲା। ଏହି ୫୦ ମିନିଟ୍‌ର ଭେଟଘାଟକୁ କିଛି ରାଜନୀତୀକ ପଣ୍ଡିତ ରାଜନୀତିକ ଦୃଷ୍ଟିକୋଣରୁ ମଧ୍ୟ ଦେଖିଥିଲେ।

ହେଲେ ପ୍ରକୃତରେ ଶରଦ ପାୱାର କାହିଁକି ମୋଦିଙ୍କୁ ଭେଟିଥିଲେ ଓ ଏହି ସମୟରେ କ’ଣ ଆଲୋଚନା ହୋଇଛି, ତା’ର ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି। ଭେଟଘାଟ ସମୟରେ କେନ୍ଦ୍ର ସରକାର ନୂଆ କରି ଗଠନ କରିଥିବା ସମବାୟ ମନ୍ତ୍ରଣାଳୟକୁ ନେଇ ଶରଦ ପାୱାର ଉଦବେଗ ପ୍ରକାଶ କରିଛନ୍ତି। ଏହି ନୂଆ ମନ୍ତ୍ରଣାଳୟର ଦାୟିତ୍ୱ ଅମିତ ଶାହଙ୍କୁ ମିଳିଛି। ସେହିପରି ଚାଷୀମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ମଧ୍ୟ ସେ ମୋଦିଙ୍କ ସହ ଆଲୋଚନା କରିଛନ୍ତି।

ମୋଦିଙ୍କୁ ଦେଖା କରିବାକୁ ବହୁ ଦିନରୁ ଶରଦ ପାୱାର ସମୟ ମାଗିଥିଲେ। ଆଜି ତାଙ୍କୁ ଏଥିପାଇଁ ସମୟ ମିଳିଥିଲା। ଉଭୟ ଆଲୋଚନା କରୁଥିବା ବେଳର ଫଟୋକୁ ପିଏମଓ ପକ୍ଷରୁ ମଧ୍ୟ ଟ୍ୱିଟ କରାଯାଇଛି। ଭେଟଘାଟ ବ୍ୟତୀତ ଶରଦ ପାୱାର ଆଜି ମୋଦିଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଛନ୍ତି।

ଏଥିରେ ବି ସେ ନୂଆ ସମବାୟ ମନ୍ତ୍ରଣାଳୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ ଏଥିରେ କହିଛନ୍ତି, ସମବାୟ ବ୍ୟାଙ୍କ ସହ ଜଡ଼ିତ ପ୍ରସଙ୍ଗ ସଂପୂର୍ଣ୍ଣ ଭାବେ ରାଜ୍ୟ ବ୍ୟାପାର। ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ସେ କହିଛନ୍ତି, ସମବାୟ କ୍ଷେତ୍ରରେ କେନ୍ଦ୍ରର କିଛି ବି ହସ୍ତକ୍ଷେପ ସମ୍ବିଧାନ ବିରୋଧୀ। ସମବାୟ କ୍ଷେତ୍ରକୁ ନେଇ ମହାରାଷ୍ଟ୍ର ବିଧାନସଭାରେ ଆଇନ ପ୍ରଣୟନ କରାଯାଇଛି। ରାଜ୍ୟ ପ୍ରସ୍ତୁତ କରିଥିବା ବିଧେୟକରେ କେନ୍ଦ୍ର କୌଣସି ପ୍ରକାରର ହସ୍ତକ୍ଷେପ କରିପାରିବ ନାହିଁ।

ବୈଠକ ସମ୍ପର୍କରେ ସୂଚନା ଦେଇ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମାଲିକ କହିଛନ୍ତି, “ଏପରି ବୈଠକ ପାଇଁ ବହୁ ଦିନରୁ ଉଦ୍ୟମ ଚାଲିଥିଲା। ଶେଷରେ ଆଜି ସକାଳେ ଭେଟିବାକୁ ସମୟ ମିଳିଥିଲା। ମହାରାଷ୍ଟ୍ରରୁ ଜଣେ ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଘଟଣାକୁ ରାଜନୀତିକ ଦୃଷ୍ଟି କୋଣରୁ ଦେଖିବା ଉଚିତ ନୁହେଁ।

ଆମେ ଆଶା କରୁଛୁ ବୈଠକରେ ଶରଦ ପାୱାର କରିଥିବା ଅନୁରୋଧକୁ ପ୍ରଧାନମନ୍ତ୍ରୀ ମାନିବେ। ବ୍ୟାଙ୍କିଂ ସେକ୍ଟରକୁ ନେଇ ସରକାର ଉଠାଇଥିବା ପଦକ୍ଷେପଗୁଡ଼ିକୁ ଏନସିପି ସୁପ୍ରିମୋ ବିରୋଧ କରିଛନ୍ତି। ସେ ନିଜର ଉଦବେଗ ମଧ୍ୟ ପ୍ରକାଶ କରିଛନ୍ତି।

ବ୍ୟାଙ୍କିଂ ରେଗୁଲେସନ ଆଇନ ବଦଳିବାରୁ ସମବାୟ କ୍ଷେତ୍ରଗୁଡ଼ିକୁ କ୍ଷତି ହେଉଛି। ସମବାୟ ବ୍ୟାଙ୍କ ଗୁଡ଼ିକ ଉପରେ ଆରବିଆଇକୁ ମାତ୍ରାଧିକ କ୍ଷମତା ଦେବା ଅସାମ୍ବିଧାନିକ। ଏ ସମ୍ପର୍କରେ ଶରଦ ପାୱାର ଫୋନରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଏହି ପ୍ରସଙ୍ଗରେ ସେ ଆଜି ଦିଲ୍ଲୀରେ ମୋଦିଙ୍କୁ ଭେଟି ଅବଗତ କରାଇଛନ୍ତି। ଏହାବାଦ୍‌ କରୋନା ଟିକାର ଅଭାବ ଉପରେ ମଧ୍ୟ ଆଲୋଚନା ହୋଇଛି।”

ଦିଲ୍ଲୀରେ ଶରଦ ପାୱାର ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିବା ପ୍ରଶ୍ନରେ ମାଲିକ କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ କୌଣସି ପ୍ରକାରର ଆଲୋଚନା ହୋଇନାହିଁ। ଶରଦ ପାୱାର ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଖବର ପୂର୍ବରୁ କଂଗ୍ରେସ ଓ ଶିବସେନା ପାଖରେ ରହିଛି।

ଅଚାନକ ଏହି ବୈଠକ ହୋଇନାହିଁ। ସମବାୟ କ୍ଷେତ୍ର ଗୁଡ଼ିକ ଭୋଗୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ପୂର୍ବରୁ ଏହି ପ୍ରୟାସ କରାଯାଉଥିଲା। ଆଉ ଗୋଟିଏ କଥା ସମସ୍ତେ ମନେ ରଖିବା ଦରକାର। ସଂଘର ରାଷ୍ଟ୍ରବାଦ ଓ ଏନସିପିର ଦେଶଭକ୍ତି ସଂପୂର୍ଣ୍ଣ ଅଲଗା। ଦୁଇ ଜଣ ନଦୀର ଦୁଇଟି ଧାରା। ଏମାନେ କେବେ ବି ଏକାଠି ହୋଇପାରିବେ ନାହିଁ ବୋଲି ନବାବ ମଲିକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos