ଏବେ ଉଦ୍ଧବଙ୍କ ହାତରୁ ଶିବସେନାକୁ ନେଇଯିବେ ସିନ୍ଦେ!

ମୁମ୍ବାଇ: ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ବୁଧବାର ରାତିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାକୁ ୨୪ ଘଣ୍ଟା ପୂରି ନଥିବା ବେଳେ ଏବେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ନୂଆ ରଣନୀତି ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନେ ଉଦ୍ଧବ ଠାକେରଙ୍କ ହାତରୁ ଶିବସେନାକୁ ଛଡ଼ାଇ ଆଣିବା ପାଇଁ ଚାହୁଁଛନ୍ତି। ସେମାନେ ନିଜକୁ ପ୍ରକୃତ ଶିବସେନା ସଦସ୍ୟ ବୋଲି କହିବା ସହ ଏକନାଥ ସିନ୍ଦେଙ୍କୁ ନେତା ଭାବେ […]

Eknath-shinde

Eknath-shinde

Hemant Lenka
  • Published: Thursday, 30 June 2022
  • Updated: 30 June 2022, 05:25 PM IST

Sports

Latest News

ମୁମ୍ବାଇ: ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ବୁଧବାର ରାତିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାକୁ ୨୪ ଘଣ୍ଟା ପୂରି ନଥିବା ବେଳେ ଏବେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ନୂଆ ରଣନୀତି ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନେ ଉଦ୍ଧବ ଠାକେରଙ୍କ ହାତରୁ ଶିବସେନାକୁ ଛଡ଼ାଇ ଆଣିବା ପାଇଁ ଚାହୁଁଛନ୍ତି। ସେମାନେ ନିଜକୁ ପ୍ରକୃତ ଶିବସେନା ସଦସ୍ୟ ବୋଲି କହିବା ସହ ଏକନାଥ ସିନ୍ଦେଙ୍କୁ ନେତା ଭାବେ ଚୟନ କରିଛନ୍ତି।

ବିଧାନସଭାରେ ଏକନାଥ ସିନ୍ଦେ ଶିବସେନାର ବିଧାୟକ ଦଳର ନେତା ବୋଲି ଦାବି କରି ବିଦ୍ରୋହୀ ବିଧାୟକମାନେ ଗୋଟିଏ ଚିଠି ଜାରି କରିଛନ୍ତି। ଆଜି ଗୋଆର ହୋଟେଲରେ ହିଁ ଶିବସେନା ବିଧାୟକ ଦଳ ବୈଠକ ବସିଥିଲା। ଏହାର ନେତୃତ୍ୱ ସିନ୍ଦେ ନେଇଥିଲେ। ତେଣୁ ବିଧାନସଭାରେ ଶିବସେନାର କମାଣ ସିନ୍ଦେ ହିଁ ସମ୍ଭାଳିବେ।

ତେବେ ସିନ୍ଦେଙ୍କ କ୍ୟାମ୍ପ ଜାରି କରିଥିବା ହ୍ୱିପ ବିରୋଧରେ ଠାକରେ ସେନା ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ବିଦ୍ରୋହୀ ବିଧାୟକମାନେ ସିନ୍ଦେଙ୍କୁ ଶିବସେନାର ବିଧାୟକ ଦଳ ନେତା ଭାବେ ଚୟନ କରିଥିବା ବେଳେ ଭରତ ଗୋଗାଭାଲେଙ୍କ ମୁଖ୍ୟ ସଚେତକ ପଦ ମିଳିଛି। ଏହାକୁ ଆଧାର କରି ଗୋଗାଭାଲେ ଆଜି ଶିବସେନାର ବିଧାୟକ ଦଳ ବୈଠକ ଡାକିଥିଲେ। କିନ୍ତୁ ଠାକରେ କ୍ୟାମ୍ପ ଉଭୟଙ୍କୁ ଦଳ ପକ୍ଷରୁ କୌଣସି ନିଯୁକ୍ତି ଦିଆଯାଇ ନଥିବା ନିର୍ବାଚନ କମିଶନକୁ ଅବଗତ କରାଯାଇଛି। ଉଭୟଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ନୋଟିସ ମଧ୍ୟ ଉଦ୍ଧବଙ୍କ ଶିବସେନା ପଠାଇଛି। ତେଣୁ ଶିବସେନାର ନାଁ ସେମାନେ ବ୍ୟବହାର କରିପାରିବେ ନାହିଁ ବୋଲି ଠାକରେ କ୍ୟାମ୍ପ ନିଜ ଯୁକ୍ତିରେ କହିଛି। 

ଅନ୍ୟପକ୍ଷରେ ସିନ୍ଦେଙ୍କୁ ଦଳ ବଦଳ ନିରୋଧ ଆଇନକୁ ମାତ ଦେବାକୁ ହେଲେ ତାଙ୍କ ସହ ଶିବସେନାର ଦୁଇ ତୃତୀୟାଂଶ ବିଧାୟକ ରହିଛନ୍ତି ବୋଲି ପ୍ରମାଣ ଦେବାକୁ ପଡ଼ିବ। ଏହି ସଂଖ୍ୟା ତାଙ୍କ ପାଖରେ ରହିଥିବା ସିନ୍ଦେ ପୂର୍ବରୁ ହିଁ ଦାବି କରି ସାରିଛନ୍ତି। କିନ୍ତୁ ଆଇନ ବିଶାରଦଙ୍କ ମତରେ ଏହି ବିଦ୍ରୋହୀମାନଙ୍କୁ ବିଧାୟକ ଭାବେ କାମ କରିବାକୁ ହେଲେ କୌଣସି ଏକ ରାଜନୀତିକ ଦଳରେ ଲୀନ ହେବାକୁ ପଡ଼ିବ।

ଶିବସେନାର ଚିହ୍ନ ଓ ଦଳକୁ ନିୟନ୍ତ୍ରଣକୁ ନେବାକୁ ହେଲେ ବିଦ୍ରୋହୀମାନଙ୍କୁ ଦଳର ବିଭିନ୍ନ ୟୁନିଟରେ ମଧ୍ୟ ସେମାନଙ୍କର ବହୁମତ ରହିଛି ବୋଲି ପ୍ରମାଣ କରିବାକୁ ପଡ଼ିବ। ଏହା ନିଶ୍ଚିତ ଭାବେ ବାଲାସାହେବ ଠାକରେଙ୍କ ଦ୍ୱାରା ଗଠନ ହୋଇଥିବା ଶିବସେନାକୁ ପରବର୍ତ୍ତୀ ଅବସ୍ଥାରେ ରାଜନୀତିକ ଓ ଆଇନଗତ ସମସ୍ୟାରେ ଛନ୍ଦିବ ବୋଲି ଆଇନଜ୍ଞମାନେ କହିଛନ୍ତି।

ବିଦ୍ରୋହୀଙ୍କ କହିବା କଥା ବାଲା ସାହେବ ଠାକରେଙ୍କ ହିନ୍ଦୁତ୍ୱ ଓ ମରାଠା ପରମ୍ପରାକୁ ସେମାନେ ହିଁ ପାଳନ କରୁଛନ୍ତି। ତେଣୁ ସେମାନେ ପ୍ରକୃତ ଶିବ ସୈନିକ। ବାଲା ସାହେବଙ୍କ ପୁଅ ଉଦ୍ଧବ ଠାକରେ ବିଜେପି ସହ ସମ୍ପର୍କଚ୍ଛିନ୍ନ କରି ଏହି ଆଦର୍ଶରୁ ଦୂରେଇ ଯାଇଥିଲେ। ଏବେ ପୁଣି ଶିବସେନା ଉପଯୁକ୍ତ ଟ୍ରାକୁ ଫେରିଥିବା ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos