ମମତାଙ୍କ ରଣନୀତି ଦେଖି ଶିବସେନା ଛାତି ଧଡ଼ଧଡ଼, ବିଜେପି ବି ଦେଲା ଏମିତି ବୟାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ରାଜନୀତି ଗତିବିଧି ଦେଖି ଶିବସେନା ଛାତି ଧଡ଼ଧଡ଼ ହେବାରେ ଲାଗିଛି। ୨୦୨୪ ଲୋସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମମତା ବିଭିନ୍ନ ରାଜ୍ୟକୁ ଗସ୍ତ କରି ବିରୋଧୀ ଦଳର ନେତାମାନଙ୍କୁ ଭେଟୁଛନ୍ତି। ଟିଏମସିକୁ ଜାତୀୟ ଦଳ ଭାବେ ପରିଚୟ ଦେଇ ଦିଲ୍ଲୀ ଦଖଲ କରିବାକୁ ମମତା ଚାହୁଁଥିବା କୁହାଯାଉଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିଦି ବିପୁଳ ସଫଳତା ପାଇବା ପରେ ଜାତୀୟ ସ୍ତରର ନେତ୍ରୀ ହେବାକୁ ମନ […]

Mamata

Mamata

Hemant Lenka
  • Published: Thursday, 02 December 2021
  • Updated: 02 December 2021, 08:57 AM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ରାଜନୀତି ଗତିବିଧି ଦେଖି ଶିବସେନା ଛାତି ଧଡ଼ଧଡ଼ ହେବାରେ ଲାଗିଛି। ୨୦୨୪ ଲୋସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମମତା ବିଭିନ୍ନ ରାଜ୍ୟକୁ ଗସ୍ତ କରି ବିରୋଧୀ ଦଳର ନେତାମାନଙ୍କୁ ଭେଟୁଛନ୍ତି।

ଟିଏମସିକୁ ଜାତୀୟ ଦଳ ଭାବେ ପରିଚୟ ଦେଇ ଦିଲ୍ଲୀ ଦଖଲ କରିବାକୁ ମମତା ଚାହୁଁଥିବା କୁହାଯାଉଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିଦି ବିପୁଳ ସଫଳତା ପାଇବା ପରେ ଜାତୀୟ ସ୍ତରର ନେତ୍ରୀ ହେବାକୁ ମନ ବଳାଇଛନ୍ତି। ଏହିକ୍ରମରେ ସେ ମହାରାଷ୍ଟ୍ର ଆସି ବିଭିନ୍ନ ରାଜନୀତି ଦଳର ନେତାମାନଙ୍କୁ ଭେଟୁଛନ୍ତି।

ମମତା ବୁଧବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ରୁଦ୍ଧ ଦ୍ୱାରା ବୈଠକ କରିବା ଓ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ବୋଲି କିଛି ଆଉ ନାହିଁ କହିବା ପରେ ରାଜନୀତି ହଟଚମଟ ସୃଷ୍ଟି ହୋଇଛି। ତେବେ ମମତା ନିଜକୁ ବିରୋଧୀଙ୍କ ଚେହେରା ଓ ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରିନି ଶିବସେନା। ମହାରାଷ୍ଟ୍ର ଗସ୍ତରେ ଥିବା ମମତା ଶିବସେନାର ବରିଷ୍ଠ ନେତାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ଏହା ସତ୍ତ୍ୱେ ଦଳର ସାଂସଦ ଅରବିନ୍ଦ ସାୱନ୍ତ ଟିଏମସିକୁ ପରୋକ୍ଷରେ ବାଣ ମାରିଛନ୍ତି। ସେ ସିଧାସଳଖ ମମତାଙ୍କୁ ଟାର୍ଗେଟ କରି ନାହାନ୍ତି। କିନ୍ତୁ ଉଦ୍ଧବ ଠାକରେଙ୍କ ପାଖରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ଥିବା କହିଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ଆସନ୍ତା ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଚାର କରାଯାଇପାରେ। ବିରୋଧୀ ଏକାଠି ହେବା ପାଇଁ କାହାର ଚେହେରା ଦରକାର ନାହିଁ। ସମାନ ଚିନ୍ତାଧାରାର ଆବଶ୍ୟକତା ରହିଛି। ପ୍ରଥମେ ଆଦର୍ଶ ସମାନ ହେବା ଦରକାର।

ଲୋକଙ୍କ ମୁଣ୍ଡରେ ଉଦ୍ଧବ ଠାକରେ ମଧ୍ୟ ରହିଛନ୍ତି। ଦେଶର ୪ରୁ ୫ ଜଣ ଭଲ ମୁଖ୍ୟମନ୍ତ୍ରୀ ମଧ୍ୟରେ ଉଦ୍ଧବ ଠାକରେ ମଧ୍ୟ ରହିଛନ୍ତି। ଆମେ ଭାବୁଛୁ ଉଦ୍ଧବ ଠାକରେ ବି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ। ଏଥିରେ ଭୁଲ କେଉଁଠି ରହିଛି? ଦେଶର ବିରୋଧୀ ଦଳର ନେତାଙ୍କୁ ଭେଟିବା ଭଲ କଥା। ବିରୋଧୀଙ୍କ ମଧ୍ୟରେ ଏକତା ରହିବା ଜରୁରୀ। କିଛି ଲୋକ ଏ ବିଷୟରେ ଚିନ୍ତା କରିବା ନିଶ୍ଚିତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏବେ ବିରୋଧୀ ଏକାଠି ନାହାନ୍ତି। ତେଣୁ ବିଜେପି ଏହାର ଫାଇଦା ଉଠାଇ ଚାଲିଛି। ”

୩ ଦିନିଆ ମହାରାଷ୍ଟ୍ର ଗସ୍ତରେ ଆସିଥିବା ମମତା ପ୍ରଥମେ ଶିବସେନା ବିଧାୟକ ଆଦିତ୍ୟ ଠାକରେ ଓ ସାଂସଦ ସଞ୍ଜୟ ରାଉତଙ୍କୁ ଭେଟିଥିଲେ। ଏହାପରେ ସେ ଶରଦ ପାୱାରଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସେ ଅନେକ ସାମାଜିକ ଅନୁଷ୍ଠାନର ସଦସ୍ୟଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି।

ହେଲେ ବିଜେପି ମମତାଙ୍କ ଏପରି ଘନଘନ ବୈଠକକୁ ତୀବ୍ର ସମାଲୋଚନା କରିଛି। ଦଳର ଜାତୀୟ ଉପ ସଭାପତି ଦିଲୀପ ଘୋଷ କହିଛନ୍ତି, “ଏପରି ବୈଠକ ଦ୍ୱାରା କିଛି ଘଟିବ ନାହିଁ ବୋଲି ମୁଁ ଭାବୁଛି। ମମତା ବାନାର୍ଜୀ ଶିବସେନାକୁ କେମିତି ସମର୍ଥନ କରିବେ? ମହାରାଷ୍ଟ୍ରରେ ସେମାନଙ୍କର(ଟିଏମସି)ର କ’ଣ ଅଛି? ସେମାନଙ୍କ ମଧ୍ୟରେ ୩ ହଜାର କିମିର ଦୂରତା। ଏହା କେବଳ ଗୋଟିଏ ଶୋ’।

ଜାତୀୟ ଦଳ ଗଠନ କରିବା ଭଲ କଥା। କିନ୍ତୁ ତାଙ୍କ ସହ କିଏ ଅଛନ୍ତି? ସେ ତ୍ରିପୁରାରେ କଂଗ୍ରେସକୁ ଭାଙ୍ଗି କିଛି ଭୋଟ ପାଇବାକୁ ଚେଷ୍ଟ କରିଥିଲେ। କିନ୍ତୁ ସଫଳତା ମିଳିଲାନି। ପୂର୍ବରୁ ସେ କୋଲକାତା ଆସୁଥିବା ନେତାଙ୍କ ସହ ଫଟୋ ଉଠାଉଥିଲେ। ହେଲେ ମମତାଙ୍କ ସହ ଉକ୍ତ ନେତାମାନେ ଭେଟ କରୁନାହାନ୍ତି। ଏଥିରୁ ମମତା ବିରୋଧୀଙ୍କ ପାଖରେ କେତେ ଗ୍ରହଣୀୟ, ସେକଥା ଜଣାପଡ଼ୁଛି।

ସେ ଏବେ ମହାରାଷ୍ଟ୍ର ଯାଇଛନ୍ତି। ଏହା ଭଲ କଥା। ସେଠାରେ ସେ ସିଦ୍ଧବିନାୟକ ମନ୍ଦିର ଯାଇ ବେଙ୍ଗଲରେ ଘଟାଇଥିବା ହିଂସା ଓ ହତ୍ୟାର ରାଜନୀତି ଚିହ୍ନକୁ ଧୋଇ ପାରିବେ। ବେଙ୍ଗଲକୁ ଲୁଟ କରିବା ପରେ ଟିଏମସି ଜାତୀୟ ସ୍ତରକୁ ଯିବାକୁ ଚେଷ୍ଟା କରୁଛି। ଏହାକୁ କେବେ ହେଲେ କେହି ଗ୍ରହଣ କରିବେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story