ମାଗଣା ରାସନରେ ମୋଦି ଓ ଦଳୀୟ ଚିହ୍ନ ଲଗାଇବାକୁ ବିଜେପିର ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଏହି ଯୋଜନରେ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି। ତେବେ ଏହି ଯୋଜନାରେ ଲୋକଙ୍କୁ ଯେଉଁ ସବୁ କେନ୍ଦ୍ରରେ ରାସନ ଯୋଗାଇ ଦିଆଯାଉଛି, ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ବିଜେପି ପକ୍ଷରୁ ନିଜ ଦଳ କ୍ଷମତାରେ ଥିବା ସରକାରମାନଙ୍କୁ କୁହାଯାଇଛି। ଖାଲି ସେତିକି ନୁହେଁ, ଲୋକମାନେ ଯେଉଁ ବ୍ୟାଗରେ ରାସନ […]

BJP

BJP

Hemant Lenka
  • Published: Saturday, 03 July 2021
  • Updated: 03 July 2021, 03:41 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଏହି ଯୋଜନରେ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି। ତେବେ ଏହି ଯୋଜନାରେ ଲୋକଙ୍କୁ ଯେଉଁ ସବୁ କେନ୍ଦ୍ରରେ ରାସନ ଯୋଗାଇ ଦିଆଯାଉଛି, ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ବିଜେପି ପକ୍ଷରୁ ନିଜ ଦଳ କ୍ଷମତାରେ ଥିବା ସରକାରମାନଙ୍କୁ କୁହାଯାଇଛି।

ଖାଲି ସେତିକି ନୁହେଁ, ଲୋକମାନେ ଯେଉଁ ବ୍ୟାଗରେ ରାସନ ନେଉଛନ୍ତି, ସେଥିରେ ବିଜେପି ପଦ୍ମ ଫୁଲ ବା ନିଜ ଦଳର ଚିହ୍ନ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ମହାମାରୀ କରୋନା ସମୟରେ ଗରିବ ଓ ପ୍ରବାସୀମାନେ ଯନ୍ତ୍ରଣା ଅନୁଭବ କରୁଥିବାରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ।

ଏହାଦ୍ୱାରା ଲୋକଙ୍କୁ ୫ କେଜିର ଖାଦ୍ୟ ଶସ୍ୟ ମାଗଣାରେ ଦିଆଯାଉଛି। ଦ୍ୱିତୀୟ ୱେଭ ବେଳେ ପୁଣି ଜୁନ ମାସରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ସହ ନଭେମ୍ବର ଯାଏ ଏପରି ସୁବିଧା ଲୋକଙ୍କୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି।
ଏବେ ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂହ ସବୁ ରାଜ୍ୟର ଦଳୀୟ ୟୁନିଟିକୁ ଚିଠି ଲେଖିଛନ୍ତି।

ମାଗଣା ରାସନ ସାମଗ୍ରୀ ଜରିଆରେ ଦଳର ପ୍ରଚାର ପାଇଁ ସେ କହିଛନ୍ତି। ଏଥିପାଇଁ ରାସନ ବଣ୍ଟା ଯାଉଥିବା କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ ରହିବ। ସେହିପରି ରାସନ ବ୍ୟାଗରେ ପଦ୍ମ ଚିହ୍ନ ରଖିବାକୁ ସେ ଚିଠିରେ କହିଛନ୍ତି। ସେ କହିଛନ୍ତି, ରାଜ୍ୟ ବିଜେପି ମୁଖ୍ୟମାନେ ଏହାକୁ ଯେମିତି କଡ଼ାକଡ଼ି ଭାବେ ପାଳନ କରାଯିବ, ତା’ ଉପରେ ଧ୍ୟାନ ଦେବେ।

ବିଧାୟକ, ସାଂସଦ ଓ ଅନ୍ୟ ଦଳୀୟ ଅଧିକାରୀମାନେ ବ୍ୟାଗରେ ଯେମିତି ପଦ୍ମ ଫୁଲର ଚିହ୍ନ ଲାଗିବ, ତା’ର ବ୍ୟବସ୍ଥା ନିଶ୍ଚିତ କରିବେ। ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ରାସନ ବ୍ୟାଗରେ ପଦ୍ମ ଫୁଲ ଲଗାଇବାକୁ ଚିଠିରେ କୁହାଯାଇଛି। ସୋଶାଲ ମିଡିଆରେ ମଧ୍ୟ ଏହାର ପ୍ରଚାର କରାଯିବ ଓ ଦଳୀୟ ନେତାମାନେ ହିତାଧିକାରୀଙ୍କୁ ଭେଟିବାକୁ ଯିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାସନ ବ୍ୟାଗ ଗୁଡ଼ିକ ପ୍ଲାଷ୍ଟିକ ଫ୍ରି ରହିବ। ସେହିପରି କୋଭିଡ ପ୍ରୋଟକଲ ପାଳନ କରିବାକୁ ମଧ୍ୟ ଚିଠିରେ କୁହାଯାଇଛି।

ସୂଚନାଯୋଗ୍ୟ, ଏବେ କରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହୁଥିବାରୁ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ଏହାକୁ ସମାଲୋଚନା କରୁଛନ୍ତି। ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଲୋକଙ୍କୁ ଦିଆଯାଉଥିବା ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ବଦଳରେ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ ରହୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos