ଭିଏଚପିକୁ ଟାର୍ଗେଟ କଲେ କାମରା, କହିଲେ ଯଦି ସଚ୍ଚା ହିନ୍ଦୁ ‘ଗଡ଼ସେ’ ମୁର୍ଦ୍ଦାବାଦ କହି ଦେଖାଅ

ମୁମ୍ବାଇ: ଦକ୍ଷିଣପନ୍ଥୀ ସଙ୍ଗଠନର ଆକ୍ରୋଶର ଶିକାର ହୋଇ ନିଜ ଶୋ’ ବାତିଲ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଲୋକପ୍ରିୟ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ କୁନାଲ କାମରା। ନିଜ ପେଟପାଟଣା କଥା କରି ବିଶ୍ୱ ହିନ୍ଦୁ ପରିଷଦକୁ ନିଶାନା କରିଛନ୍ତି କାମରା। ଏକ ଖୋଲା ଚିଠି ଲେଖି କାମରା ଅସନ୍ତୋଷ ଝାଡ଼ିବା ସହ ଗାନ୍ଧି ହତ୍ୟାକାରୀ  ନାଥୁରାମ ଗଡସେଙ୍କୁ ନିନ୍ଦା କରିବାକୁ  ବିଶ୍ୱ ହିନ୍ଦୁ ପରିଷଦକୁ ଚ୍ୟାଲେଞ୍ଜ ଦେଇଛନ୍ତି କାମରା। ଅତୀତରେ ଅନେକ ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ […]

kumal-kamra

kumal-kamra

Tapas Behera
  • Published: Sunday, 11 September 2022
  • Updated: 11 September 2022, 06:01 PM IST

Sports

Latest News

ମୁମ୍ବାଇ: ଦକ୍ଷିଣପନ୍ଥୀ ସଙ୍ଗଠନର ଆକ୍ରୋଶର ଶିକାର ହୋଇ ନିଜ ଶୋ’ ବାତିଲ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଲୋକପ୍ରିୟ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ କୁନାଲ କାମରା। ନିଜ ପେଟପାଟଣା କଥା କରି ବିଶ୍ୱ ହିନ୍ଦୁ ପରିଷଦକୁ ନିଶାନା କରିଛନ୍ତି କାମରା। ଏକ ଖୋଲା ଚିଠି ଲେଖି କାମରା ଅସନ୍ତୋଷ ଝାଡ଼ିବା ସହ ଗାନ୍ଧି ହତ୍ୟାକାରୀ  ନାଥୁରାମ ଗଡସେଙ୍କୁ ନିନ୍ଦା କରିବାକୁ  ବିଶ୍ୱ ହିନ୍ଦୁ ପରିଷଦକୁ ଚ୍ୟାଲେଞ୍ଜ ଦେଇଛନ୍ତି କାମରା। ଅତୀତରେ ଅନେକ ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ସମାଲୋଚନା କରିଆସିଥିବା କାମରା ନିଜକୁ ଭିଏଚପି ଅପେକ୍ଷା ଜଣେ ବଡ ହିନ୍ଦୁ ବୋଲି  କହିଛନ୍ତି । ସେ କାହାକୁ ଧମକ ଚମକ ଦେଇ  ଜୀବିକା ନିର୍ବାହ କରୁ ନାହାନ୍ତି। ମୁଁ ଜୟ ଶ୍ରୀ ସୀତା-ରାମ ଏବଂ ଜୟ ରାଧା କୃଷ୍ଣ ଉଚ୍ଚ ସ୍ୱରରେ ଏବଂ ଗର୍ବର ସହ ଜପ କରେ। ଯଦି ଆପଣ ପ୍ରକୃତରେ ଭାରତର ସନ୍ତାନ ତେବେ 'ଗଡସେ ମୁର୍ଦାବାଦ' କହି ଦେଖାଅ ବୋଲି କାମରା ଆହ୍ୱାନ କରିଛନ୍ତି।  ଯଦି ତୁମେ ତାହା କରିନପାର ତୁମେ ହିଁ ହିନ୍ଦୁ ବିରୋଧୀ ବୋଲି କୁହାଯିବ।

ତୁମକୁ ଆତଙ୍କବାଦୀ ସମର୍ଥକ ବୋଲି କୁହାଯିବ।  ହେଲେ କୁହାନାହିଁ ଯେ, ତୁମେ ଗଡ଼ସେଙ୍କୁ ଭଗବାନ ବୋଲି ମାନ ।  ଯଦି ତାହା ସତ୍ୟ ଭବିଷ୍ୟତରେ ମୋର ସବୁ ଶୋ’କୁ ବାତିଲ କରିବାକୁ ମୁଁ ଆହ୍ୱନ କରୁଛି।  ମୁଁ ନିଶ୍ଚିତ ଯେ, ଏହି ପରୀକ୍ଷାରେ ମୁଁ ଆପଣଙ୍କ ଠାରୁ ଜଣେ ବଡ଼ ହିନ୍ଦୁ ହୋଇ ଦେଖାଇପାରିବି।  ମୁଁ ଯାହା କରୁଛି ରୋଜଗାର ପାଇଁ କରୁଛି।  ଜଣେ ହିନ୍ଦୁ ହିସାବରେ ମୁଁ କାହାକୁ ଧମକ ଚମକ ଦେଉନି।  ହିନ୍ଦୀରେ ଏକ ଲମ୍ବା ଚିଠି ଲେଖି  ଭିଏଚପି ଟ୍ୱିଟର ହ୍ୟାଣ୍ଡେଲକୁ ଟ୍ୟାଗ କରଛନ୍ତି କାମରା। ସୂଚନା ଅନୁଯାୟୀ, ଚଳିତ ମାସ ଶେଷ ଭାଗରେ ଗୁରୁଗ୍ରାମର ଗୋଟିଏ କ୍ଲବରେ କୁନାଲଙ୍କ ଶୋ’ ହେବାର ଥିଲା।

ହେଲେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଓ ବଜରଙ୍ଗ ଦଳର ଧମକ ଯୋଗୁ ଉକ୍ତ କ୍ଲବ କୁନାଲଙ୍କ ଶୋ’କୁ ବାତିଲ କରି ଦେଇଛି। କୁନାଲ କ୍ଲବରେ ଶୋ’ କରିବାକୁ ଯାଉଥିବାରୁ କିଛି ଦକ୍ଷିଣପନ୍ଥୀ ସଂଗଠନ ବିକ୍ଷୋଭ ଆରମ୍ଭ କରିଦେଇଥିଲେ। ସେହିପରି ସେମାନେ ଶୋ’ ଆୟୋଜନ ହେଲେ ପରିଣତି ଭୟଙ୍କର ହେବ ବୋଲି କହିଥିଲେ। କୁନାଲ କୁଆଡ଼େ ତାଙ୍କ କମେଡି ଜରିଆରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିଥିଲେ। ତେଣୁ ତାଙ୍କ ଶୋ’ ଗୁରୁଗ୍ରାମରେ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଥିଲେ। ଏହାପୂର୍ବରୁ ଦୁଇ ସପ୍ତାହ ତଳେ ସମାନ କାରଣ ଦର୍ଶାଇ ଷ୍ଟାଣ୍ଡଅପ କମେଡିଆନ ମୁନାୱର ଫାରୁକିଙ୍କ ଦିଲ୍ଲୀ ଶୋ’କୁ ମଧ୍ୟ ବାତିଲ କରାଯାଇଥିଲା। ବେଙ୍ଗାଲୁରୁରେ ମଧ୍ୟ ତାଙ୍କୁ ବିରୋଧ କରାଯାଇ ଶୋ’ ପାଇଁ ଅନୁମତି ଦିଆଯାଇ ନଥିଲା। ଏବେ କୁନାଲଙ୍କ ସହ ସମାନ ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story