ଅନଶନରେ ବସିଲେ ନବଜୋତ ସିଂହ ସିଦ୍ଧୁ

ଅମୃତସର: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ତକୁ ନେଇ ବିବାଦ ଘନେଇବାରେ ଲାଗିଛି। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିବା ଭଳି ଅଭିଯୋଗରେ ଫସିଥିବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ତଦନ୍ତରେ ସାମିଲ ହେଉ ନଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ତଦନ୍ତରେ ଆଶିଷ ସାମିଲ ନ ହେବା ଯାଏ ଭୋକ ଉପାସରେ ଧାରଣା ଦେବା ଆରମ୍ଭ କରିଛନ୍ତି। ଆଜି ସିଦ୍ଧୁ ଲଖିମପୁର […]

sidhu

sidhu

Hemant Lenka
  • Published: Friday, 08 October 2021
  • Updated: 08 October 2021, 08:32 PM IST

ଅମୃତସର: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ତକୁ ନେଇ ବିବାଦ ଘନେଇବାରେ ଲାଗିଛି। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିବା ଭଳି ଅଭିଯୋଗରେ ଫସିଥିବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ତଦନ୍ତରେ ସାମିଲ ହେଉ ନଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ତଦନ୍ତରେ ଆଶିଷ ସାମିଲ ନ ହେବା ଯାଏ ଭୋକ ଉପାସରେ ଧାରଣା ଦେବା ଆରମ୍ଭ କରିଛନ୍ତି।

ଆଜି ସିଦ୍ଧୁ ଲଖିମପୁର ଖେରି ହିଂସାରେ ପ୍ରାଣ ହରାଇଥିବା ସାମ୍ବାଦିକ ରମଣ କଶ୍ୟପଙ୍କ ଘରେ ପହଞ୍ଚିଥିଲେ। ଏହାପରେ ସେଠାରେ ତାଙ୍କ ପରିବାର ଲୋକଙ୍କୁ ଭେଟି ଅନଶନ ଆରମ୍ଭ କରିଛନ୍ତି। ଏହାପୂର୍ବରୁ ସେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ତଦନ୍ତରେ ସାମିଲ ନ ହେବା ଯାଏ ଓ ପୁଲିସ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯାଏ ଅଖିଆ ଅପିଆ ଅନଶନ କରିବେ ବୋଲି ଘୋଷଣା କରିଥିଲେ। ତଦ୍‌ନୁଯାୟୀ ଏବେ ସିଦ୍ଧୁ ଅନଶନ ଆରମ୍ଭ କରିଛନ୍ତି।


ଗୁରୁବାର ସିଦ୍ଧୁ ଶୋଭାଯାତ୍ରା କରି ଉତ୍ତର ପ୍ରଦେଶର ଲଖିମପୁର ଖେରି ଅଭିମୁଖେ ବାହାରିଥିଲେ। ତେବେ ତାଙ୍କୁ କିଛି ସମୟ ପାଇଁ ଉତ୍ତର ପ୍ରଦେଶ ସୀମାନ୍ତ ସାହରନପୁର ଠାରେ ଅଟକ ରଖାଯାଇଥିଲା। ତେବେ ସେ ଆଜି ଲଖିମପୁର ଖେରିରେ ପହଞ୍ଚି କଶ୍ୟପଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।

ସୂଚନାଯୋଗ୍ୟ, ରବିବାର ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଗୋଟିଏ ମହିନ୍ଦ୍ରା ଥର ଜିପ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୪ ଜଣଙ୍କ ଜୀବନ ଯାଇଥିଲା।

ଏହି ମହିନ୍ଦ୍ରା ଥର ଜିପ୍‌ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ରହିଥିଲେ ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାଁରେ ମଧ୍ୟ ମାମଲା କରାଯାଇଛି। ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଶିଷ ଗିରଫ ଭୟରେ ନେପାଳ ଫେରାର ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos