ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ କାମ କରିବେ ସିଦ୍ଧୁ, ସ୍ପଷ୍ଟ କଲେ ହରିଶ ରାୱତ

ଅମୃତସର: କିଛି ଦିନ ତଳେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇ ହଟଚମଟ ସୃଷ୍ଟି କରିଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଏହାକୁ ଦଳୀୟ ହାଇକମାଣ୍ତ ଗ୍ରହଣ କରି ନାହାନ୍ତି। ଏବେ ସିଦ୍ଧୁ ହିଁ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଓ ଆଗକୁ ମଧ୍ୟ ସେ ଏହି ପଦରେ ରହିବେ ବୋଲି ହରିଶ ରାୱତ ସ୍ପଷ୍ଟ କରିଛନ୍ତି। […]

Sidhu

Sidhu

Hemant Lenka
  • Published: Friday, 15 October 2021
  • Updated: 15 October 2021, 01:28 PM IST

Sports

Latest News

ଅମୃତସର: କିଛି ଦିନ ତଳେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇ ହଟଚମଟ ସୃଷ୍ଟି କରିଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଏହାକୁ ଦଳୀୟ ହାଇକମାଣ୍ତ ଗ୍ରହଣ କରି ନାହାନ୍ତି। ଏବେ ସିଦ୍ଧୁ ହିଁ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଓ ଆଗକୁ ମଧ୍ୟ ସେ ଏହି ପଦରେ ରହିବେ ବୋଲି ହରିଶ ରାୱତ ସ୍ପଷ୍ଟ କରିଛନ୍ତି।

ହରିଶ କଂଗ୍ରେସର ପଞ୍ଜାବ ଇନଚାର୍ଜ ଭାବେ କାର୍ଯ୍ୟ କରୁଛନ୍ତି। ସିଦ୍ଧୁ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ବିବାଦ ବେଳେ ଏହାର ସାମାଧାନ କରିବାକୁ ହରିଶ ରାୱତ ବହୁତ ଚେଷ୍ଟା କରିଥିଲେ। କଂଗ୍ରେସ ମୁଖ୍ୟାଳୟରେ ସିଦ୍ଧୁଙ୍କ ସହ ବୈଠକ କରିବା ପରେ ହରିଶ ରାୱତ ଏପରି କଥା କହିଛନ୍ତି।

ସେ କହିଛନ୍ତି, ଦଳ ମଧ୍ୟରେ ଥିବା ବିଭିନ୍ନ ପ୍ରସଙ୍ଗ ଆଲୋଚନା ଦ୍ୱାରା ସମାଧାନ ହେବ। ସିଦ୍ଧୁ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ସବୁ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି। ଖୁବଶୀଘ୍ର ସମାଧାନ ବାହାରିବ। ଏବେ ଏହା ସ୍ପଷ୍ଟ ହୋଇଛି ଯେ ସିଦ୍ଧୁ ପଞ୍ଜାବ ପିସିସି ଭାବେ ରହିବେ ଓ ଦଳକୁ ସଶକ୍ତ କରିବା ପାଇଁ କାମ କରିବେ ବୋଲି ସେ କହିଛନ୍ତି।

ସିଦ୍ଧୁ ଗୁରୁବାର ଏଆଇସିସିର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଓ ହରିଶ ରାୱତଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହାପରେ ହିଁ ହରିଶ ରାୱତ ଏପରି ବୟାନ ଦେଇଛନ୍ତି। ବୈଠକ ବେଳେ ସିଦ୍ଧୁ ସେମାନଙ୍କ ଆଗରେ ୧୮ଟି ପ୍ରସ୍ତାବ ଉଠାଇଥିଲେ।

ଡ୍ରଗ୍ସ ମାଫିଆ ଓ ନିଶାଦ୍ରବ୍ୟ ଚୋରା ଚାଲାଣରେ ସଂପୃକ୍ତ ଥିବା ଦଳୀୟ ନେତାଙ୍କ ବିଷୟରେ ମଧ୍ୟ ସିଦ୍ଧୁ ସେମାନଙ୍କୁ ଅବଗତ କରାଇଥିଲେ। ସିଦ୍ଧୁଙ୍କୁ କଂଗ୍ରେସର ବରିଷ୍ଠ ନେତାମାନେ ସବୁ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ବୈଠକ ପରେ ସିଦ୍ଧୁ କହିଛନ୍ତି, “ମୁଁ ପଞ୍ଜାବ ଓ ପଞ୍ଜାବ କଂଗ୍ରେସ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ହାଇକମାଣ୍ଡଙ୍କ ଆଗରେ ଉପସ୍ଥାପନ କରିଛି। ମୋର ବିଶ୍ୱାସ ପଞ୍ଜାବ ଓ କଂଗ୍ରେସର ଭଲ ପାଇଁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉଚିତ ପଦକ୍ଷେପ ନେବେ। ସେମାନେ ଯାହା ବି ନିଷ୍ପତ୍ତି ନେବେ, ତା’କୁ ମୁଁ ଗ୍ରହଣ କରିବି। ମୁଁ ସେମାନଙ୍କୁ ସବୁବେଳେ ସୁପ୍ରିମ ଲିଡର ଭାବେ ବିବେଚନା କରି ଆସିଛି। ତାଙ୍କ ନିର୍ଦ୍ଦେଶରେ ମୁଁ ସବୁ କାମ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos