ଚାଷୀଙ୍କୁ ଅପମାନିତ କରି ତାଳି ପକାଇବାକୁ ଚେଷ୍ଟା କଲେ ସିଦ୍ଧୁ

ଚଣ୍ଡିଗଡ଼: ନୂଆ କରି ପଞ୍ଜାବର କଂଗ୍ରେସ ମୁଖ୍ୟ ହୋଇଥିବା ନବଜୋତ ସିଂହ ସିଦ୍ଧୁ ବିବାଦରେ ଫସିଛନ୍ତି। ସେ କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଅପମାନିତ କରି ସମାଲୋଚନାର ଶିକାର ହୋଇଛନ୍ତି। ତେବେ ଏହାକୁ ନେଇ ବିବାଦ ଉପୁଜିବାରୁ ସିଦ୍ଧୁ ଚାଷୀଙ୍କୁ ମନେଇବାକୁ ଚେଷ୍ଟା କରିଛନ୍ତି। ଏଥିସହ ସେ ଚାଷୀମାନଙ୍କ ପାଖକୁ ଖାଲି ପାଦରେ ଯିବାକୁ ରାଜି ଥିବା ମଧ୍ୟ କହିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ […]

Sidhu

Sidhu

Hemant Lenka
  • Published: Monday, 26 July 2021
  • Updated: 26 July 2021, 09:04 PM IST

Sports

Latest News

ଚଣ୍ଡିଗଡ଼: ନୂଆ କରି ପଞ୍ଜାବର କଂଗ୍ରେସ ମୁଖ୍ୟ ହୋଇଥିବା ନବଜୋତ ସିଂହ ସିଦ୍ଧୁ ବିବାଦରେ ଫସିଛନ୍ତି। ସେ କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଅପମାନିତ କରି ସମାଲୋଚନାର ଶିକାର ହୋଇଛନ୍ତି। ତେବେ ଏହାକୁ ନେଇ ବିବାଦ ଉପୁଜିବାରୁ ସିଦ୍ଧୁ ଚାଷୀଙ୍କୁ ମନେଇବାକୁ ଚେଷ୍ଟା କରିଛନ୍ତି। ଏଥିସହ ସେ ଚାଷୀମାନଙ୍କ ପାଖକୁ ଖାଲି ପାଦରେ ଯିବାକୁ ରାଜି ଥିବା ମଧ୍ୟ କହିଛନ୍ତି।

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର ସଦସ୍ୟଙ୍କୁ ଭେଟିବା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ସିଦ୍ଧୁ କହିଥିଲେ ଯେ “ଶୋଷ ସବୁବେଳେ କୂଅ ପାଖକୁ ଆସେ। କୂଅ କେବେ ଶୋଷ ପାଖକୁ ଯାଏ ନାହିଁ।”

ଏପରି କହି ସେ ଚାଷୀମାନେ ତାଙ୍କ ପାଖକୁ ଆସନ୍ତୁ ବୋଲି ପରୋକ୍ଷରେ ସଙ୍କେତ ଦେଇଥିଲେ। ଏହାକୁ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ଚିହିଁକି ଉଠିଛି। ମୋର୍ଚ୍ଚା ସିଦ୍ଧୁଙ୍କୁ ସମାଲୋଚନା କରି କହିଛି ଯେ “ସିଦ୍ଧୁ ଅହଂକାରୀଙ୍କ ଭଳି ବୟାନ ଦେଇଛନ୍ତି। ସେ ଆଶା କରିଛନ୍ତି ଚାଷୀମାନେ ତାଙ୍କୁ ପାଖକୁ ଯିବେ। ସେ ଚାଷୀମାନଙ୍କୁ ଅପମାନିତ କରିଛନ୍ତି। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଚାଷୀମାନେ ଦେଖାଇ ଦେବେ କିଏ ଶୋଷ ଓ କିଏ କୂଅ।”

ଖାଲି ସେତିକି ନୁହେଁ ଏହି ମନ୍ତବ୍ୟ ପୂର୍ବରୁ ମଧ୍ୟ ସିଦ୍ଧୁଙ୍କୁ ଚାଷୀମାନେ ବିରୋଧ କରିବାର ନଜିର ରହିଛି। ଶନିବାର ରୂପ ନଗର ସ୍ଥିତ ଗୋଟିଏ ଗୁରୁଦ୍ୱାରକୁ ସିଦ୍ଧୁ ଯାଇଥିବା ବେଳେ ଚାଷୀମାନେ ତାଙ୍କୁ କଳା ପତାକ ଦେଖାଇଥିଲେ। ଜୁଲାଇ ୨୧ରେ ସେ ଅମୃତସର ଯିବା ବେଳେ ମଧ୍ୟ ଚାଷୀଙ୍କ ଆକ୍ରୋଶର ଶିକାର ହୋଇଥିଲେ।

ଦିନକୁ ଦିନ ବିବାଦ ବଢ଼ୁଥିବାରୁ ସିଦ୍ଧୁ ନିଜର ଭୁଲରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି। ସେ ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆଜି କହିଛନ୍ତି ଯେ ମୋ କଥାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ଚାଷୀମାନେ କରୁଥିବା ଆନ୍ଦୋଳନକୁ ମୁଁ ଦରକାର ପଡ଼ିଲେ ଖାଲି ପାଦରେ ଯାଇ ସମର୍ଥନ କରିବି। ସେମାନଙ୍କୁ ଯାଇ ଭେଟିବି। କଂଗ୍ରେସ ସବୁବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ସତ୍ୟାଗ୍ରହୀଙ୍କ ସହ ଛିଡ଼ା ହୋଇଛି। ୩ଟି ଯାକ କଳା କୃଷି ଆଇନ ପ୍ରତ୍ୟାହାର ହେବା ଦରକାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos