ଭାରତରେ ହେବ ଟିକାର ବୁଷ୍ଟର ଡୋଜ୍‌ ପରୀକ୍ଷଣ!

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓମିକ୍ରନ ଭାରିଏଣ୍ଟ ଚିନ୍ତା ସୃଷ୍ଟି କରିଥିବା ବେଳେ ଭାରତରେ ଆରମ୍ଭ ହେବ ଟିକାର ବୁଷ୍ଟର ଡୋଜ୍‌ ପରୀକ୍ଷଣ। ନିକଟରେ କୋଭିସିଲ୍ଡ ଟିକା ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ବୁଷ୍ଟର ଡୋଜର ବ୍ୟବହାର ପାଇଁ ଅନୁମତି ଲୋଡ଼ା ଯାଇଥିଲେ। ଏହି ଆବେଦନକୁ ଗ୍ରହଣ କରି ଭାରତର ସରକାରଙ୍କ ବୈଷୟିକ କମିଟି(ଏସ୍ଇସି) ସେରମକୁ ପ୍ରଥମେ ବୁଷ୍ଟର ଡୋଜର ଟ୍ରାଏଲ କରିବାକୁ କହିଛି। ଏହାପରେ ସେରମ ଟ୍ରାଏଲ ରିପୋର୍ଟ ଉପସ୍ଥାପନ କରିବ। ରିପୋର୍ଟ […]

Corona

Corona

Hemant Lenka
  • Published: Monday, 13 December 2021
  • Updated: 13 December 2021, 02:23 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓମିକ୍ରନ ଭାରିଏଣ୍ଟ ଚିନ୍ତା ସୃଷ୍ଟି କରିଥିବା ବେଳେ ଭାରତରେ ଆରମ୍ଭ ହେବ ଟିକାର ବୁଷ୍ଟର ଡୋଜ୍‌ ପରୀକ୍ଷଣ। ନିକଟରେ କୋଭିସିଲ୍ଡ ଟିକା ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ବୁଷ୍ଟର ଡୋଜର ବ୍ୟବହାର ପାଇଁ ଅନୁମତି ଲୋଡ଼ା ଯାଇଥିଲେ।

ଏହି ଆବେଦନକୁ ଗ୍ରହଣ କରି ଭାରତର ସରକାରଙ୍କ ବୈଷୟିକ କମିଟି(ଏସ୍ଇସି) ସେରମକୁ ପ୍ରଥମେ ବୁଷ୍ଟର ଡୋଜର ଟ୍ରାଏଲ କରିବାକୁ କହିଛି। ଏହାପରେ ସେରମ ଟ୍ରାଏଲ ରିପୋର୍ଟ ଉପସ୍ଥାପନ କରିବ। ରିପୋର୍ଟ ସନ୍ତୋଷଜନକ ରହିଲେ ବୁଷ୍ଟର ଡୋଜର ବ୍ୟବହାର ପାଇଁ ଅନୁମତି ମିଳିବ।

ସେରମର ଆବେଦନ ଉପରେ ବିଚାର କରିବା ପାଇଁ ଡିସେମ୍ବର ୧୦ରେ ଏସ୍ଇସି ବୈଠକ ବସିଥିଲା। ଏହି ସମୟରେ ବୁଷ୍ଟର ଡୋଜ୍‌ କାହିଁକି ଦିଆଯିବ ଓ କେଉଁ ଆଧାରରେ ସେରମ ଏପରି ଆବେଦନ କରିଛି ବୋଲି ବିଶେଷଜ୍ଞ କମିଟିର ସଦସ୍ୟମାନେ ପଚାରିଥିଲେ। ଏହାପରେ ସେରମ ବୁଷ୍ଟର ଡୋଜ୍‌ର ବ୍ୟବହାର ପାଇଁ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଥିଲେ।

ପ୍ରଥମେ ବୁଷ୍ଟର ଡୋଜ୍‌କୁ ନେଇ ଭାରତରେ ଟ୍ରାଏଲ ହେବ ଓ ତା’ପରେ ଉପଯୁକ୍ତ ତଥ୍ୟ ମିଳିଲେ ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ମିଳିବ ବୋଲି ଏସ୍‌ଇସି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos