ଏହି ବର୍ଗର ଲୋକଙ୍କ ପାଇଁ ଟିକାର ଗୋଟିଏ ଡୋଜ୍‌ ଯଥେଷ୍ଟ!

ହାଇଦ୍ରାବାଦ: ବର୍ତ୍ତମାନ ସବୁ ରାଷ୍ଟ୍ରରେ କରୋନାରୁ ରକ୍ଷା କରିବା ପାଇଁ ଲୋକଙ୍କୁ ଯେକୌଣସି ଟିକାର ଡବଲ ଡୋଜ୍‌ ଦିଆଯାଉଛି। ହେଲେ ନୂଆ ଗବେଷଣାରୁ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି। ଯେଉଁମାନେ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି, ସେମାନଙ୍କୁ ଆଉ ଡବଲ ନୁହେଁ ବରଂ ଟିକାର ସିଙ୍ଗଲ ଡୋଜ୍‌ ହିଁ ଯଥେଷ୍ଟ। ଡବଲ ଡୋଜ୍‌ ନେବାପରେ ଟିକା ଯେଉଁଭଳି କାମ କରିଥାଏ, କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ ସିଙ୍ଗଲ ଡୋଜ୍‌ […]

Vaccine

Vaccine

Hemant Lenka
  • Published: Monday, 14 June 2021
  • Updated: 14 June 2021, 08:42 PM IST

Sports

Latest News

ହାଇଦ୍ରାବାଦ: ବର୍ତ୍ତମାନ ସବୁ ରାଷ୍ଟ୍ରରେ କରୋନାରୁ ରକ୍ଷା କରିବା ପାଇଁ ଲୋକଙ୍କୁ ଯେକୌଣସି ଟିକାର ଡବଲ ଡୋଜ୍‌ ଦିଆଯାଉଛି। ହେଲେ ନୂଆ ଗବେଷଣାରୁ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି। ଯେଉଁମାନେ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି, ସେମାନଙ୍କୁ ଆଉ ଡବଲ ନୁହେଁ ବରଂ ଟିକାର ସିଙ୍ଗଲ ଡୋଜ୍‌ ହିଁ ଯଥେଷ୍ଟ।

ଡବଲ ଡୋଜ୍‌ ନେବାପରେ ଟିକା ଯେଉଁଭଳି କାମ କରିଥାଏ, କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ ସିଙ୍ଗଲ ଡୋଜ୍‌ ସମାନ କାମ ଦେଖାଉଛି। ହାଇଦ୍ରାବାଦର ଏଆଇଜି ହସ୍ପିଟାଲ ପକ୍ଷରୁ କରାଯାଇଥିବା ନୂଆ ଗବେଷଣାର ଏପରି ତଥ୍ୟ ସାମ୍ନାକୁ ଆସିଛି।

ହସ୍ପିଟାଲ ପକ୍ଷରୁ ସୋମବାର ଘୋଷଣା କରାଯାଇଛି ଯେ ଏହି ଗବେଷଣା ୨୬୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ କରାଯାଇଥିଲା। ଏମାନେ ଜାନୁଆରୀ ୧୬ରୁ ଫେବୃଆରୀ ୫ ମଧ୍ୟରେ କରୋନା ଟିକା ନେଇଥିଲେ। ସମସ୍ତଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଥିଲା। ଏହି ଗବେଷଣାରୁ ସାମ୍ନାକୁ ଆସିଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା International Journal of Infectious Diseasesରେ ପ୍ରକାଶ ପାଇଛି।

ଗବେଷଣା ପରେ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ସିଙ୍ଗଲ ଡୋଜ୍‌ ଟିକା ନେବା ପରେ ସେମାନଙ୍କ ଶରୀରରେ ଆଶାତୀତ ଭାବେ ଆଣ୍ଟିବଡି ବିକଶିତ ହେଉଛି। କିନ୍ତୁ କରୋନାରେ ଆକ୍ରାନ୍ତ ହୋଇ ନଥିବା ଲୋକମାନଙ୍କ ଶରୀରରେ ସିଙ୍ଗଲ ଡୋଜ୍‌ ନେବା ପରେ ସେଭଳି କୌଣସି ଲକ୍ଷଣ ଦେଖାଯାଉନି।

ସେହିପରି ମେମୋରି ଟି-ସେଲ ମଧ୍ୟ ପୂର୍ବରୁ ସଂକ୍ରମିତ ହୋଇଥିବା ଲୋକଙ୍କ ଶରୀରରେ ସଂକ୍ରମିତ ହୋଇ ନଥିବା ଲୋକଙ୍କ ତୁଳନାରେ ଅତ୍ୟଧିକ ରହୁଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ କରୋନାରୁ ସୁସ୍ଥ ହେଉଥିବା ଲୋକମାନେ ୩ରୁ ୬ ମାସ ପରେ ଟିକା ନେଲେ, ଏହା ସେମାନଙ୍କ ଶରୀରରେ ଡବଲ ଡୋଜ୍‌ ଭଳି କାମ କରୁଛି। ସେମାନଙ୍କ ଶରୀରରେ ଆଶାତୀତ ଭାବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି।

ଏଆଇଜି ହସ୍ପିଟାଲରେ ଚେୟାରମ୍ୟାନ ଡା ନାଗେଶ୍ୱର ରେଡ୍ଡୀ କହିଛନ୍ତି, “ନୂଆ ଗବେଷଣାର ଫଳାଫଳରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କରୋନାରୁ ସୁସ୍ଥ ହେଉଥିବା ଲୋକମାନେ ଗୋଟିଏ ଟିକା ନେବା ଉଚିତ। ଏହି ସିଙ୍ଗଲ ଡୋଜ୍‌ ସେମାନଙ୍କ ଶରୀରରେ ଆଣ୍ଟିବଡି ଓ ମେମୋରି ସେଲ ବିକଶିତ କରିପାରୁଛି। ସଂକ୍ରମିତ ହୋଇ ନଥିବା ଲୋକ ଦୁଇଟି ଡୋଜ୍‌ ନେବା ପରେ ଯେତିକି ଆଣ୍ଟିବଡି ସୃଷ୍ଟି କରିପାରୁଛନ୍ତି, ତା’ଠାରୁ ଅଧିକ ଆଣ୍ଟିବଡି ସଂକ୍ରମିତ ହୋଇଥିବା ଲୋକମାନେ ଗୋଟିଏ ଡୋଜ୍‌ ନେବା ପରେ ବିକଶିତ କରିପାରୁଛନ୍ତି।

ଏହି ଫଳାଫଳ ଦେଶକୁ ବହୁତ ସହାୟକ ହେବ। କାରଣ ଏବେ ଟିକାର ଅଭାବ ରହିଥିବା ବେଳେ ଯଦି ଜଣେ ସଂକ୍ରମିତ ଗୋଟିଏ ଡୋଜ୍‌ ନେଉଛନ୍ତି, ତା’ହେଲେ ତାଙ୍କ ଭାଗର ଡୋଜ୍‌ ଅନ୍ୟମାନଙ୍କୁ ଦିଆଯାଇ ପାରିବ। ଏହାଦ୍ୱାରା ଟିକା ନେଇଥିବା ତାଲିକାରେ ଅଧିକରୁ ଅଧିକ ଲୋକ ସାମିଲ ହୋଇପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story