କ୍ଲାସ ରୁମ୍‌ରୁ ମିଳିଲା କଙ୍କାଳ, କୋଭିଡ୍‌ ବେଳେ ଶେଲଟର ହୋମ ଭାବେ ହେଉଥିଲା ବ୍ୟବହାର

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀ ଅନ୍ତର୍ଗତ କାଣ୍ଟ ଅଞ୍ଚଳରେ ଥିବା ଗୋଟିଏ କଲେଜର ପରିତ୍ୟକ୍ତ କ୍ଲାସ ରୁମ୍‌ରୁ ମଣିଷର ପୂରା କଙ୍କାଳ ମିଳିଛି। ଏହି ପରିତ୍ୟକ୍ତ କ୍ଲାସକୁ କରୋନା ମହାମାରୀ ବେଳେ ପ୍ରଶାସନ ଶେଲଟର ହୋମ ଭାବେ ବ୍ୟବହାର କରୁଥିଲା। ତେବେ କଲେଜଜର କିଛି ଶିକ୍ଷାର୍ଥୀ ବେଞ୍ଚ ତଳେ ମଣିଷର କଙ୍କାଳ ପଡ଼ିଥିବା ଠାବ କରିଥିଲେ। ଖବର ପାଇ ପୁଲିସ୍‌ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଏଯାଏ କଙ୍କାଳଟି କାହାର ସେକଥା […]

Skeleton

Skeleton

Hemant Lenka
  • Published: Wednesday, 10 February 2021
  • Updated: 11 February 2021, 12:50 PM IST

Sports

Latest News

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀ ଅନ୍ତର୍ଗତ କାଣ୍ଟ ଅଞ୍ଚଳରେ ଥିବା ଗୋଟିଏ କଲେଜର ପରିତ୍ୟକ୍ତ କ୍ଲାସ ରୁମ୍‌ରୁ ମଣିଷର ପୂରା କଙ୍କାଳ ମିଳିଛି। ଏହି ପରିତ୍ୟକ୍ତ କ୍ଲାସକୁ କରୋନା ମହାମାରୀ ବେଳେ ପ୍ରଶାସନ ଶେଲଟର ହୋମ ଭାବେ ବ୍ୟବହାର କରୁଥିଲା। ତେବେ କଲେଜଜର କିଛି ଶିକ୍ଷାର୍ଥୀ ବେଞ୍ଚ ତଳେ ମଣିଷର କଙ୍କାଳ ପଡ଼ିଥିବା ଠାବ କରିଥିଲେ।

ଖବର ପାଇ ପୁଲିସ୍‌ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଏଯାଏ କଙ୍କାଳଟି କାହାର ସେକଥା ଜଣାପଡ଼ିନି। ସେହିପରି ଫରେନ୍ସିକ ଟିମ୍‌ ଅଧିକ ଯାଞ୍ଚ କରିବାକୁ ନମୁନା ସଂଗ୍ରହ କରିଛି। ଗତବର୍ଷ କରୋନା ସମୟରେ ଗରିବ, ବାସହୀନ ଓ ଦିବ୍ୟାଙ୍ଗମାନଙ୍କୁ ପ୍ରଶାସନ ପକ୍ଷରୁ ଏଠାରେ ରଖାଯାଉଥିଲା।

ଅନ୍ୟପକ୍ଷରେ କଲେଜର ପ୍ରିନ୍ସିପାଲ ଡ ଏକେ ସିଂହ କହିଛନ୍ତି, କଲେଜ ପଛ ପାଖରେ ଅନେକ ଜଙ୍ଗଲିଆ ବୁଦା ରହିଛି। ଆମେ ସେଠାରେ ଗୋଟିଏ ଖେଳ ପଡ଼ିଆ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏଥିପାଇଁ ପଛ ପାଖରେ ଦୁଇ ଦିନ ହେଲା ସଫାସଫି ଚାଲିଛି। ଖେଳ ଛୁଟି ବେଳେ କିଛି ପିଲା କଲେଜର ପଛ ପାଖରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା କ୍ଲାସରୁମକୁ ଯାଇଥିଲେ।

ସେମାନେ ସେଠାରେ କଙ୍କାଳ ଦେଖି ଆମକୁ ଜଣାଇଥିଲେ। ଏହାପରେ କଲେଜ ମ୍ୟାନଜେମଣ୍ଟ ପୁଲିସ୍‌କୁ ଖବର ଦେଇଥିଲା। ପୁରୁଣା ଗୃହରେ କୌଣସି ପ୍ରକାରର କ୍ଲାସ ହେଉ ନଥିଲା। କରୋନା ବେଳେ ସ୍ଥାନୀୟ ପ୍ରଶାସନ କଲେଜକୁ ଶେଲଟର ହୋମରେ ପରିଣତ କରିଥିଲା।

ଗରିବ, ରାସ୍ତା କଡ଼ରେ ରହୁଥିବା ଲୋକ ଓ ମାନସିକ ବିକୃତ ଥିବା ଲୋକଙ୍କୁ ଏଠାରେ ରଖାଯାଉଥିଲା। ମାନସିକ ବିକୃତ ଥିବା ଲୋକମାନେ ଅନେକ ସମୟରେ ପରସ୍ପର ମଧ୍ୟରେ ମାରପିଟ୍‌ କରନ୍ତି। ସେମାନେ ପଥର ଓ ବାଡ଼ିରେ ବି ଆକ୍ରମଣ କରନ୍ତି। ତେଣୁ ଏହି କଙ୍କାଳିଟି ସେମାନଙ୍କ ମଧ୍ୟରୁ କାହାର ହୋଇଥାଇ ପାରେ ବୋଲି ଶ୍ରୀ ସିଂହ କହିଛନ୍ତି।

କାଣ୍ଟ ପୁଲିସ୍‌ ଷ୍ଟେସନର ଇନ ଚାର୍ଜ କହିଛନ୍ତି, କ୍ଲାସ ରୁମରୁ ମିଳିଥିବା ପୁରୁଷ କଙ୍କାଳର ବର୍ତ୍ତମାନ ପୋଷ୍ଟମର୍ଟମ କରାଯାଉଛି। ଦରକାର ପଡ଼ିଲେ, ଏହାର ଡିଏନଏ ଟେଷ୍ଟ ମଧ୍ୟ କରାଯିବ। ପୁଲିସ ଓ ଫରେନ୍ସିକ ଟିମ୍‌ ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି।

 

ଅଧିକ ପଢ଼ନ୍ତୁ : ମୁଣ୍ଡବିହୀନ ଶବ ମିଳିବା ଘଟଣା; ମିଳିଲା ମହିଳାଙ୍କ ପରିଚୟ

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos