ପଞ୍ଜାବରୁ ମିଳିଲା ୨୮୨ ଜଣ ଭାରତୀୟ ସୈନ୍ୟଙ୍କ କଙ୍କାଳ

ଚଣ୍ଡିଗଡ଼: ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୫୭ରେ ଭାଗ ନେଇ ପ୍ରାଣ ହରାଇଥିବା ୨୮୨ ଜଣ ଭାରତୀୟ ସୈନଙ୍କ କଙ୍କାଳ ପଞ୍ଜାବର ଅମୃତସର ନିକଟରୁ ମିଳିଛି। ଏଠାରେ ଖୋଳା କାମ ଚାଲିଥିବା ବେଳେ ଏତେ ସଂଖ୍ୟକ କଙ୍କାଳ ମିଳିଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟର ମନ୍ୟୁଷ ଆସିସଷ୍ଟାଣ୍ଟ ପ୍ରଫେସର ଡ. ଜେଏସ୍ ସେରାୱତ ସୂଚନା ଦେଇଛନ୍ତି। ଏହି ସୈନ୍ୟମାନେ ଘୁଷୁରୀ ମାଂସର ବ୍ୟବହାର ଓ ଗୁଳିର କ୍ୟାଟ୍ରିଜରେ ଗାଈ ଚର୍ବିର ବ୍ୟବହାରକୁ ବିରୋଧ କରି ଇଂରେଜ ଶାସନ ବିରୋଧରେ ବିଦ୍ରୋହ […]

war

war

Hemant Lenka
  • Published: Wednesday, 11 May 2022
  • Updated: 11 May 2022, 05:13 PM IST

Sports

Latest News

ଚଣ୍ଡିଗଡ଼: ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୫୭ରେ ଭାଗ ନେଇ ପ୍ରାଣ ହରାଇଥିବା ୨୮୨ ଜଣ ଭାରତୀୟ ସୈନଙ୍କ କଙ୍କାଳ ପଞ୍ଜାବର ଅମୃତସର ନିକଟରୁ ମିଳିଛି। ଏଠାରେ ଖୋଳା କାମ ଚାଲିଥିବା ବେଳେ ଏତେ ସଂଖ୍ୟକ କଙ୍କାଳ ମିଳିଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟର ମନ୍ୟୁଷ ଆସିସଷ୍ଟାଣ୍ଟ ପ୍ରଫେସର ଡ. ଜେଏସ୍ ସେରାୱତ ସୂଚନା ଦେଇଛନ୍ତି।

ଏହି ସୈନ୍ୟମାନେ ଘୁଷୁରୀ ମାଂସର ବ୍ୟବହାର ଓ ଗୁଳିର କ୍ୟାଟ୍ରିଜରେ ଗାଈ ଚର୍ବିର ବ୍ୟବହାରକୁ ବିରୋଧ କରି ଇଂରେଜ ଶାସନ ବିରୋଧରେ ବିଦ୍ରୋହ କରିଥିଲେ। ଏହି ଲଢ଼େଇ ବେଳେ ଅନେକ ଭାରତୀୟ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ ଏବେ ୨୮୨ ଜଣଙ୍କ କଙ୍କାଳ ମିଳିଛି।
ଡ. ସେରାୱତ କହିଛନ୍ତି, “ଇଂରେଜ ମାନଙ୍କ ବିରୋଧରେ ୧୮୫୭ରେ ଆରମ୍ଭ ହୋଇଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମ ବେଳେ ପ୍ରାଣ ହରାଇଥିବା ୨୮୨ ଜଣ ଭାରତୀୟ ସୈନ୍ୟଙ୍କ କଙ୍କାଳ ମିଳିଛି। ଅମୃତସରର ଅଜନାଲାରେ ଥିବା ଗୋଟିଏ ଧାର୍ମିକ ପ୍ରତିଷ୍ଠାନର ଅବ୍ୟବହୃତ କୂଅ ଖୋଳା ଯିବା ବେଳେ ଏଗୁଡ଼ିକ ମିଳିଛି।

ଗବେଷଣାରୁ ଜଣାପଡ଼ିଛି ଯେ ଏହି ସୈନ୍ୟମାନେ ଘୁଷୁରୀ ମାଂସ ଓ କ୍ୟାଟ୍ରିଜ୍‌ରେ ବ୍ୟବହୃତ ଗାଈ ଚର୍ବି ବିରୋଧରେ ବିଦ୍ରୋହ କରୁଥିଲେ। କଏନ୍ସ, ମେଡାଲ୍ସ, ଡିଏନଏ ତଥ୍ୟ ଓ ଅନ୍ୟାନ୍ୟ ଗବେଷଣାରୁ ଏପରି ପ୍ରମାଣ ମିଳିଛି।”

ଐତିହାସିକଙ୍କ ମତରେ ୧୮୫୭ରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା। ବ୍ରିଟିଶ ଇଣ୍ଡିଆ ଆର୍ମିରେ ନିଯୁକ୍ତି ପାଇଥିବା ଭାରତୀୟମାନେ ଧାର୍ମିକ ବିଶ୍ୱାସ ପାଇଁ ଘୁଷୁରୀ ଓ ଗାଈ ଚର୍ବିର ବ୍ୟବହାରକୁ ବିରୋଧ କରିଥିଲେ। ଏହାପରେ ଉଭୟ ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଲୋକ ଏକାଠି ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos