ଗୋଆ ରେଷ୍ଟୁରାଣ୍ଟର ମାଲିକ ନୁହନ୍ତି ସ୍ମୃତି ଇରାନୀଙ୍କ ଝିଅ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତ ଇରାନୀ କିମ୍ବା ତାଙ୍କ ଝିଅ ଜୋଈଶ ଗୋଆରେ ଥିବା ରେଷ୍ଟୁରାଣ୍ଟର ମାଲିକ ନୁହନ୍ତି। ସେମାନଙ୍କ ନାଁରେ କୌଣସି ପ୍ରକାରର ଲାଇସେନ୍ସ ଜାରି କରାଯାଇ ନଥିବା ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଗୋଆରେ ସ୍ମୃତି ଇରାନୀଙ୍କ ଝିଅ ବେଆଇନ ଭାବେ ବାର ଚଳାଉଥିବା କଂଗ୍ରେସର ଏକାଧିକ ନେତା ଦାବି କରିଥିଲେ। ତେବେ ଏହାକୁ ଖଣ୍ଡନ କରି ସ୍ମୃତି ଇରାନୀ କଂଗ୍ରେସର କିଛି ନେତାଙ୍କ ବିରୋଧରେ ମାନହାନୀ କେସ କରିଥିଲେ। ଏହାର ଶୁଣାଣି କରି ଦିଲ୍ଲୀ […]

smriti-irani

smriti-irani

Hemant Lenka
  • Published: Monday, 01 August 2022
  • Updated: 01 August 2022, 07:43 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତ ଇରାନୀ କିମ୍ବା ତାଙ୍କ ଝିଅ ଜୋଈଶ ଗୋଆରେ ଥିବା ରେଷ୍ଟୁରାଣ୍ଟର ମାଲିକ ନୁହନ୍ତି। ସେମାନଙ୍କ ନାଁରେ କୌଣସି ପ୍ରକାରର ଲାଇସେନ୍ସ ଜାରି କରାଯାଇ ନଥିବା ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଗୋଆରେ ସ୍ମୃତି ଇରାନୀଙ୍କ ଝିଅ ବେଆଇନ ଭାବେ ବାର ଚଳାଉଥିବା କଂଗ୍ରେସର ଏକାଧିକ ନେତା ଦାବି କରିଥିଲେ। ତେବେ ଏହାକୁ ଖଣ୍ଡନ କରି ସ୍ମୃତି ଇରାନୀ କଂଗ୍ରେସର କିଛି ନେତାଙ୍କ ବିରୋଧରେ ମାନହାନୀ କେସ କରିଥିଲେ। ଏହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏପରି କଥା କହିଛନ୍ତି।

କୋର୍ଟ କହିଛନ୍ତି, ସ୍ମୃତି ଇରାନୀ ଓ ତାଙ୍କ ଝିଅ ରେଷ୍ଟୁରାଣ୍ଟର ମାଲିକ ନୁହନ୍ତି। ସ୍ମୃତି ଇରାନୀ କିମ୍ବା ତାଙ୍କ ଝିଅ କେବେ ହେଲେ ଲାଇସେନ୍ସ ପାଇଁ ଆବେଦନ କରି ନାହାନ୍ତି। ରେଷ୍ଟରାଣ୍ଟ କିମ୍ବା ଏହାର ଜମିର ମାଲିକାନା ସ୍ମୃତି ଇରାନୀ ଓ ତାଙ୍କ ଝିଅଙ୍କ ନାଁରେ ନଥିବା କୋର୍ଟ ସ୍ପଷ୍ଟ କରିଛନ୍ତି।

ଗତ ସପ୍ତାହରେ କଂଗ୍ରେସ ନେତା ପବନ ଖେଡା ଅଭିଯୋଗ କରିଥିଲେ ଯେ ସ୍ମୃତି ଇରାନୀଙ୍କ ଝିଅ ଜୋଇଶ ଗୋଆରେ ଗୋଟିଏ ରେଷ୍ଟୁରାଣ୍ଟ ଚଳାଇଛନ୍ତି। ଏଥିରେ ବାର ମଧ୍ୟ ରହିଛି। ତେବେ ବାର ଚଳାଇବା ପାଇଁ ନକଲି ଲାଇସେନ୍ସର ବ୍ୟବହାର କରାଯାଇଛି। ଜଣେ ବ୍ୟକ୍ତି ୧୩ ମାସ ତଳୁ ପ୍ରାଣ ହରାଇଥିଲେ ମଧ୍ୟ ତାଙ୍କ ନାଁରେ ଲାଇସେନ୍ସ ରଖି ସ୍ମୃତି ଇରାନୀଙ୍କ ଝିଅ ଜୋଇଶ ବେଆଇନ ଭାବେ ବାର ଚଳାଉଥିବା ସେ ଅଭିଯୋଗ କରିଥିଲେ।

କଂଗ୍ରେସ ପକ୍ଷରୁ ରେଷ୍ଟୁରାଣ୍ଟରେ ଚାଲିଥିବା ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଗୋଟିଏ ଦସ୍ତାବିଜକୁ ସାର୍ବଜନୀନ କରାଯାଇଥିଲା। ଏଥିସହ ନୋଟିସ ଜାରି କରିଥିବା ଅବକାରୀ ଅଧିକାରୀଙ୍କୁ ବିଜେପି ସରକାର ଅନ୍ୟତ୍ର ବଦଳି କରି ଦେଇଥିବା ଦଳ ଅଭିଯୋଗ କରିଥିଲା। ଏ ସଂକ୍ରାନ୍ତରେ ଦଳର ନେତାମାନେ ଟ୍ୱିଟ ମଧ୍ୟ କରିଥିଲେ।

କଂଗ୍ରେସର ଏପରି ଅଭିଯୋଗକୁ ନେଇ ରାଜନୀତିକ ବୟାନବାଜୀ ମଧ୍ୟ ଦେଖିବାକୁ ମିଳିଥିଲା। ସ୍ମୃତି ଇରାନୀ ଏହାକୁ ବିରୋଧ କରି ଝିଅର ଓକିଲାତି କରିଥିଲେ। ଏଥିସହ କୋର୍ଟରେ ମାନହାନୀ କେସ କରିଥିଲେ। ତାଙ୍କ ଝିଅ ଜୋଇଶ ମଧ୍ୟ କଂଗ୍ରେସ ନେତାମାନଙ୍କ ଅଭିଯୋଗରେ ସତ୍ୟତା ନଥିବା କହିଛନ୍ତି। ସେ କୌଣସି ପ୍ରକାରର ରେଷ୍ଟୁରାଣ୍ଟର ମାଲିକ ନୁହନ୍ତି କିମ୍ବା ସେ ବାର ଚଳାଉ ନଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos