ଏନଏସଏ ଅଜିତ ଡୋଭାଲଙ୍କ ବଡ଼ ବୟାନ: କିଛି ଲୋକ ଧର୍ମ ଓ ବିଚାରଧାରା ନାଁରେ ବିବାଦ ସୃଷ୍ଟି କରୁଛନ୍ତି

ନୂଆଦିଲ୍ଲୀ: ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସ୍‌ଏ) ଅଜିତ ଡୋଭାଲ ବଡ଼ ବୟାନ ଦେଇଛନ୍ତି। କିଛି ଲୋକ ଧର୍ମ ଓ ବିଚାରଧାରା ନାଁରେ ବିବାଦ ସୃଷ୍ଟି କରୁଛନ୍ତି। ଏଥିସହ ସେମାନେ ଦେଶର ସଂହତିକୁ କ୍ଷତି ପହଞ୍ଚାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏଥିପାଇଁ ଦେଶବାସୀଙ୍କୁ ସତର୍କ ରହିବାକୁ ଡୋଭାଲ ପରାମର୍ଶ ଦେଇଛନ୍ତି। ଅଲ ଇଣ୍ଡିଆ ସୁଫି ସଜ୍ଜାଦନାଶିନ କାଉନସିଲ ପକ୍ଷରୁ ଦିଲ୍ଲୀରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଧାର୍ମିକ ମୁଖିଆମାନେ ଯୋଗଦେଇ ଶାନ୍ତିପୂର୍ଣ୍ଣ ସମାଜ ଗଠନ ଦିଗରେ ଗୋଟିଏ […]

NSA

NSA

Hemant Lenka
  • Published: Saturday, 30 July 2022
  • Updated: 30 July 2022, 06:38 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସ୍‌ଏ) ଅଜିତ ଡୋଭାଲ ବଡ଼ ବୟାନ ଦେଇଛନ୍ତି। କିଛି ଲୋକ ଧର୍ମ ଓ ବିଚାରଧାରା ନାଁରେ ବିବାଦ ସୃଷ୍ଟି କରୁଛନ୍ତି। ଏଥିସହ ସେମାନେ ଦେଶର ସଂହତିକୁ କ୍ଷତି ପହଞ୍ଚାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏଥିପାଇଁ ଦେଶବାସୀଙ୍କୁ ସତର୍କ ରହିବାକୁ ଡୋଭାଲ ପରାମର୍ଶ ଦେଇଛନ୍ତି।

ଅଲ ଇଣ୍ଡିଆ ସୁଫି ସଜ୍ଜାଦନାଶିନ କାଉନସିଲ ପକ୍ଷରୁ ଦିଲ୍ଲୀରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଧାର୍ମିକ ମୁଖିଆମାନେ ଯୋଗଦେଇ ଶାନ୍ତିପୂର୍ଣ୍ଣ ସମାଜ ଗଠନ ଦିଗରେ ଗୋଟିଏ ସଂକଳ୍ପ ପାରିତ କରିଛନ୍ତି। ଏଥିରେ ଯୋଗଦେଇ ଡୋଭାଲ କହିଛନ୍ତି, “ଭାରତର ବିକାଶ ଗତିକୁ ରୋକିବା ପାଇଁ ଗୋଟିଏ ପରିବେଶ ସୃଷ୍ଟି କରିବାକୁ କିଛି ଲୋକ ଉଦ୍ୟମ କରୁଛନ୍ତି। ସେମାନେ ଧର୍ମ ଓ ବିଚାରଧାରା ନାଁରେ ବିବାଦ ସୃଷ୍ଟି କରୁଛନ୍ତି। ଏହା ପୂରା ଦେଶକୁ ପ୍ରଭାବିତ କରୁଛି। ଏଥିସହ ବିଦେଶରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ।”

ସେ ଆହୁରି କହିଛନ୍ତି, “ଆମେ କେବଳ ନୀରବଦ୍ରଷ୍ଟା ହୋଇ ରହିବା ନାହିଁ। ଆମକୁ ସଂଗଠିତ ହେବାକୁ ପଡ଼ିବ ଓ ଭୁଲ ସୁଧାରିବାକୁ ସ୍ୱର ଉଠାଇବାକୁ ହେବ। ଆମକୁ ସମାଜର ପ୍ରତିଟ ବର୍ଗକୁ ଗୋଟିଏ ଦେଶ ଭାବେ ନେଇ ଚାଲିବାକୁ ହେବ। ପ୍ରତିଟି ଧର୍ମର ଏଠାରେ ସ୍ୱାଧୀନତା ରହିଛି ବୋଲି ଆମେ ଗର୍ବ କରିବା ଦରକାର। ଘଟଣା ଘଟିଲେ ଆମେ କେବଳ ନିନ୍ଦା କରି ଚୁପ ବସିଗଲେ ହେବନି। ମୌଳବାଦୀ ଚିନ୍ତାଦ୍ୱାରା ଫୋର୍ସ ବିରୋଧରେ ଆମକୁ ଲଢ଼େଇ କରିବାକୁ ପଡ଼ିବ।”

ଦୁଇ ମାସ ତଳେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ ଦେଇ ବିଜେପିରୁ ନୂପୁର ଶର୍ମା ନିଲମ୍ବିତ ହୋଇଥିଲେ। ତେବେ ତାଙ୍କ ବୟାନକୁ ନେଇ ଗଲ୍ଫ ରାଷ୍ଟ୍ରଗୁଡ଼ିକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଭାରତ ସରକାରଙ୍କୁ ମଧ୍ୟ ଏଥିପାଇଁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲେ। ତେବେ ନୂପୁର ଶର୍ମାଙ୍କୁ ଭାରତ ସରକାର ଫ୍ରିଞ୍ଜ ଏଲିମେଣ୍ଟ ବା ଗୁରୁତ୍ୱହୀନ ମହିଳା କହି ବିବାଦକୁ ହାଲୁକା କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାର ଦୁଇ ମାସ ପରେ ଏବେ ଅଜିତ ଡୋଭାଲ ଦେଶବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story