ଆସ୍ଥା ଭୋଟ ବେଳେ କିଏ ବିଳମ୍ବରେ ପହଞ୍ଚିଲେ ଓ କେଉଁମାନେ ଆବସେଣ୍ଟ ରହିଲେ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ ବାଜି ମାରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ତାଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ରହିଥିବା ବେଳେ ବିରୋଧୀ କ୍ୟାମ୍ପରେ ୯୯ଟି ଭୋଟ ପଡ଼ିଛି। ଗତକାଲି ବାଚସ୍ପତି ନିର୍ବାଚନ ବେଳେ ବିରୋଧୀଙ୍କ ସପକ୍ଷରେ ୧୦୭ ଖଣ୍ଡ ଭୋଟ ପଡ଼ିଥିଲା। ହେଲେ ଆଜି ଏହି ସଂଖ୍ୟା କମିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜିର ଆସ୍ଥା ଭୋଟ ବେଳେ କଂଗ୍ରେସର ୨ ଜଣ ବରିଷ୍ଠ ବିଧାୟକ ଅଶୋକ ଚୌହାନ ଓ ବିଜୟ […]

Eknath

Eknath

Hemant Lenka
  • Published: Monday, 04 July 2022
  • Updated: 04 July 2022, 01:11 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ ବାଜି ମାରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ତାଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ରହିଥିବା ବେଳେ ବିରୋଧୀ କ୍ୟାମ୍ପରେ ୯୯ଟି ଭୋଟ ପଡ଼ିଛି। ଗତକାଲି ବାଚସ୍ପତି ନିର୍ବାଚନ ବେଳେ ବିରୋଧୀଙ୍କ ସପକ୍ଷରେ ୧୦୭ ଖଣ୍ଡ ଭୋଟ ପଡ଼ିଥିଲା। ହେଲେ ଆଜି ଏହି ସଂଖ୍ୟା କମିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆଜିର ଆସ୍ଥା ଭୋଟ ବେଳେ କଂଗ୍ରେସର ୨ ଜଣ ବରିଷ୍ଠ ବିଧାୟକ ଅଶୋକ ଚୌହାନ ଓ ବିଜୟ ୱାଡେଟ୍ଟିୱାର ବିଳମ୍ବରେ ବିଧାନସଭାକୁ ଆସିଥିଲେ। ସିନ୍ଦେ କ୍ୟାମ୍ପ ଆସ୍ଥା ଭୋଟରେ ଜିତିବା ପରେ ସେମାନେ ଆସିଥିବାରୁ ମତାଧିକାର ସାବ୍ୟସ୍ତ କରିପାରି ନଥିଲେ। ସେହିପରି କଂଗ୍ରେସର ଯୁବ ବିଧାୟକ ଜୀଶାନ ସିଦ୍ଦିକୀ, ଧୀରଜ ଦେଶମୁଖ ଓ ଏନସିପିର ସଂଗ୍ରାମ ଜଗତପ ଗତକାଲି ବାଚସ୍ପତି ନିର୍ବାଚନରେ ଭୋଟ ଦେଇଥିଲେ। କିନ୍ତୁ ଆଜି ସେମାନେ ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ।

ବିଭିନ୍ନ କାରଣ ପାଇଁ ଆସ୍ଥା ଭୋଟ ବେଳେ ଅନୁପସ୍ଥିତ ରହିଥିବା ବିଧାୟକମାନେ ହେଲେ ଏନସିପିର ନବାବ ମଲିକ, ଅନୀଲ ଦେଶମୁଖ, ଦତ୍ତାତ୍ରେୟ ବିତୋବା ଭାରନେ, ନୀଲେଶ ଡି ଲାଙ୍କେ, ଆନ୍ନା ବନସୋଡେ, ଦିଲୀପ ଦତ୍ତାତ୍ରେୟ ମୋହିତେ, ବାବନ ସିନ୍ଦେ, ବିଜେପିର ମୁକ୍ତା ତିଲକ, ଲକ୍ଷ୍ମଣ ଜଗତପ, କଂଗ୍ରେସର ପ୍ରଣିତୀ ସିନ୍ଦେ, ରଣଜୀତ କାମ୍ବଲେ ଓ ଏଆଇଏମଆଇଏମର ମୁଫତି ଇସ୍ମାଲ କ୍ୟୁସାମି।

ସମାଜବାଦୀ ପାର୍ଟିର ଅବୁ ଅଜମି, ଆର ଶେଖ ଓ ଏମଆଇଏମର ଶାହ ଫାରୁକ ଅନୱର ମଧ୍ୟ ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ। ଆସ୍ଥା ଭୋଟ ପୂର୍ବରୁ ଉଦ୍ଧବ ଠାକରେଙ୍କ ଶିବସେନାରେ ରହିଥିବା ବିଧାୟକ ସନ୍ତୋଷ ବାଙ୍ଗର ଆଜି ସିନ୍ଦେ କ୍ୟାମ୍ପରେ ମିଶିଛନ୍ତି। ଏହାର ଅର୍ଥ ଏବେ ସିନ୍ଦେଙ୍କ ପାଖରେ ଶିବସେନାର ୪୦ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ସୂଚନାଯୋଗ୍ୟ, ଗତକାଲି ଅନୁଷ୍ଠିତ ହୋଇଥିବା ହୋଇଥିବା ବାଚସ୍ପତି ନିର୍ବାଚନରେ ବିଜେପିର ରାହୁଲ ନାରୱେକର ବାଜିମାତ କରିଥିଲେ। ତାଙ୍କୁ ୧୬୪ ଜଣ ବିଧାୟକଙ୍କ ସମର୍ଥନ କରିଥିବା ବେଳେ ୧୦୭ ଜଣ ତାଙ୍କ ବିରୋଧରେ ଭୋଟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos