ଜେରା ପାଇଁ ପୁଣି ଇଡିରେ ଅଫିସରେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପୁଣିଥରେ ଇଡିରେ ହାଜର ହୋଇଛନ୍ତି। ପୁଅ ରାହୁଲ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ଦିନ ପ୍ରାୟ ୧୧ଟା ବେଳେ ସୋନିଆ ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଇଡି ପକ୍ଷରୁ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଆଜି ସୋନିଆଙ୍କ ବୟାନ ରେକର୍ଡ କରାଯିବ। ଏହାପୂର୍ବରୁ ଜୁଲାଇ ୨୧ରେ ସୋନିଆଙ୍କୁ ପ୍ରାୟ ୩ ଘଣ୍ଟା ଧରି ଇଡି […]

ED

ED

Hemant Lenka
  • Published: Tuesday, 26 July 2022
  • Updated: 26 July 2022, 11:44 AM IST

Sports

Latest News

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପୁଣିଥରେ ଇଡିରେ ହାଜର ହୋଇଛନ୍ତି। ପୁଅ ରାହୁଲ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ଦିନ ପ୍ରାୟ ୧୧ଟା ବେଳେ ସୋନିଆ ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଇଡି ପକ୍ଷରୁ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଆଜି ସୋନିଆଙ୍କ ବୟାନ ରେକର୍ଡ କରାଯିବ। ଏହାପୂର୍ବରୁ ଜୁଲାଇ ୨୧ରେ ସୋନିଆଙ୍କୁ ପ୍ରାୟ ୩ ଘଣ୍ଟା ଧରି ଇଡି ପକ୍ଷରୁ ଜେରା କରାଯାଇଥିଲା।

ସୋନିଆ ଜେରାର ସମ୍ମୁଖୀନ ହେବା ପାଇଁ ଇଡିରେ ହାଜର ହୋଇଥିବା ବେଳେ ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀ ଠାରୁ ଆରମ୍ଭ କରି ଦେଶର ପ୍ରାୟ ସବୁ ରାଜ୍ୟରେ କଂଗ୍ରେସ କର୍ମୀମାନେ ସତ୍ୟାଗ୍ରହ କରିଛନ୍ତି। ସେହିପରି ଲୋକସଭା ଓ ରାଜ୍ୟସଭାରେ ଥିବା ଦଳର ସାଂସଦମାନେ ଗାନ୍ଧି ମୂର୍ତ୍ତି ନିକଟରେ ନାରାବାଜୀ କରିଛନ୍ତି।

ରାଜନୀତିକ ଆକ୍ରୋଶରୁ ସୋନିଆଙ୍କୁ ବାରମ୍ବାର ଇଡି ଜେରା କରୁଥିବା ସେମାନେ କହିଛନ୍ତି। କଂଗ୍ରେସ କର୍ମୀଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଇଡି ଅଫିସ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବରୁ ସୋନିଆଙ୍କୁ ଜେରା କରାଯିବା ବେଳେ କଂଗ୍ରେସ କର୍ମୀମାନେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଥିଲେ। କିଛି ସ୍ଥାନରେ କଂଗ୍ରେସ କର୍ମୀମାନେ ଟ୍ରେନ ଅଟକାଇବା ସହ ରାସ୍ତାରୋକ କରି କାର ଜାଳି ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ପୁଲିସ୍‌ ଆହୁରି ଅଧିକ ସତର୍କତା ଅବଲମ୍ବନ କରିଛି।

ଜୁଲାଇ ୨୧ରେ ୭୫ ବର୍ଷୀୟ ସୋନିଆଙ୍କୁ ପ୍ରଥମଥର ପାଇଁ ଇଡି ନ୍ୟାଶନାଲ ହେରାଲ୍ଡ ମାମଲାରେ ଜେରା କରିଥିଲା। ପ୍ରାୟ ୩ ଘଣ୍ଟାର ଜେରା ବେଳେ ତାଙ୍କୁ ୨୮ଟି ପ୍ରଶ୍ନ ପଚରା ଯାଇଥିଲା।

ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିଃରେ ଆର୍ଥିକ ହେରଫେର ହୋଇଥିବା ଇଡି ଅଭିଯୋଗ କରିଛି। ୟଙ୍ଗ ଇଣ୍ଡିଆ କଂଗ୍ରେସ ମାଲିକାନାରେ ରହିଥିବା ବେଳେ ଏହା ଅଧୀନରେ ନ୍ୟାଶନାଲ ହେରାଲ୍ଡ ଖବରକାଗଜ ପରିଚାଳିତ ହେଉଥିଲା। ଗତଥର ସୋନିଆଙ୍କୁ ଜେରା ବେଳେ ପ୍ରିୟଙ୍କା ଇଡି କାର୍ଯ୍ୟାଳୟରେ ତାଙ୍କୁ ଅପେକ୍ଷା କରି ବସିଥିଲେ।

ନିକଟରେ ସୋନିଆ କରୋନାରୁ ସୁସ୍ଥ ହୋଇଥିବାରୁ ପୁଣି ଅସୁସ୍ଥ ହେବାର ଆଶଙ୍କା ରହିଛି। ତେଣୁ ଜରୁରୀ ପରିସ୍ଥିତିରେ ଆବଶ୍ୟକ ମେଡିକାଲ ସୁବିଧା ଯୋଗାଇ ଦେବା ପାଇଁ ପ୍ରିୟଙ୍କାଙ୍କୁ ଇଡି ଅଫିସରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story