ଧ୍ରୁବୀକରଣ ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ ମୋଦି ସରକାରଙ୍କ ଉଦ୍ଦେଶ୍ୟ: ସୋନିଆ ଗାନ୍ଧି

ଉଦୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଲେ ସୋନିଆ ଗାନ୍ଧି। ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମିନିମମ୍‌ ଗଭର୍ଣ୍ଣମେଣ୍ଟ ଏବଂ ମ୍ୟାକ୍ସିମମ୍‌ ଗଭର୍ଣ୍ଣନେସ୍‌ ନାରା ଲୋକଙ୍କୁ ପ୍ରତାରଣା କରିଛି। ଏହି ନାରା ମାଧ୍ୟମରେ ସରକାର ଲୋକଙ୍କ ମଧ୍ୟରେ ଧ୍ରୁବୀକରଣ କରିଛନ୍ତି। ସଂଖ୍ୟା ଲଘୁଙ୍କ ପ୍ରତି ବର୍ବର ଆକ୍ରମଣ କରାଯାଉଥିବା ବେଳେ ବିରୋଧୀଙ୍କ ସ୍ୱର […]

sonia

sonia

Tapas Behera
  • Published: Friday, 13 May 2022
  • Updated: 13 May 2022, 06:48 PM IST

ଉଦୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଲେ ସୋନିଆ ଗାନ୍ଧି। ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମିନିମମ୍‌ ଗଭର୍ଣ୍ଣମେଣ୍ଟ ଏବଂ ମ୍ୟାକ୍ସିମମ୍‌ ଗଭର୍ଣ୍ଣନେସ୍‌ ନାରା ଲୋକଙ୍କୁ ପ୍ରତାରଣା କରିଛି। ଏହି ନାରା ମାଧ୍ୟମରେ ସରକାର ଲୋକଙ୍କ ମଧ୍ୟରେ ଧ୍ରୁବୀକରଣ କରିଛନ୍ତି। ସଂଖ୍ୟା ଲଘୁଙ୍କ ପ୍ରତି ବର୍ବର ଆକ୍ରମଣ କରାଯାଉଥିବା ବେଳେ ବିରୋଧୀଙ୍କ ସ୍ୱର ଦବେଇ ଦିଆଯାଉଛି। ସେ କହିଛନ୍ତି ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚାଲିଥିବାବେଳେ ବାକପଟୁ ପ୍ରଧାନମନ୍ତ୍ରୀ ନିରବ ରହୁଛନ୍ତି । ଏହି ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ମୋଦି ସରକାରଙ୍କ ନୀତିର ଉଦ୍ଦେଶ୍ୟ ହେଉଛି ଦେଶରେ ସାଂପ୍ରଦାୟିକ ଧ୍ରୁବୀକରଣ କରିବା, ସଂଖ୍ୟାଲଘୁ ଓ ରାଜନୈତିକ ବିରୋଧୀମାନଙ୍କୁ ଟାର୍ଗେଟ୍ କରିବା।

କିନ୍ତୁ ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପର ସର୍ବାଧିକ  ଆବଶ୍ୟକତା ଥିବାବେଳେ, ଆମ ବାକପଟୁ ପ୍ରଧାନମନ୍ତ୍ରୀ ନିରବ ରହୁଛନ୍ତି । ସୋନିଆ ଗାନ୍ଧି କହିଛନ୍ତି, ମୋଦି ସରକାରଙ୍କ ଅମଳରେ ଦେଶର ଅର୍ଥବ୍ୟବସ୍ଥା ଭୁଶୁଡି ପଡିଛି। ନୋଟବନ୍ଦୀ ପରେ ଦେଶର ଅର୍ଥବ୍ୟବସ୍ଥା ନିମ୍ନଗାମୀ ହେବାରେ ଲାଗିଛି। ଲୋକେ ନିଜକୁ ବୁଝେଇ ଦେଇଛନ୍ତି ଯେ, ଏବେ ଆମକୁ ଆଉ ଚାକିରି ମିଳିବ ନାହିଁ। ଘରୋଇକରଣର ନୀତି ଉପରେ ପ୍ରଶ୍ନ ଉଠାଇ ସୋନିଆ ଗାନ୍ଧି କହିଛନ୍ତି, ଗୋଟିଏ ପଟେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନଥିବା ବେଳେ ଅନ୍ୟପଟେ ଜନତାଙ୍କ କଲ୍ୟାଣ ଏବଂ ଉନ୍ନତି ପାଇଁ କାମ କରିବା ବଦଳରେ ସରକାର ଧନୀ ଶ୍ରେଣୀର ଲୋକଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି।

ମୋଦି  ସରକାରଙ୍କୁ ଟାର୍ଗେଟ୍ କରି ସେ ଆହୁରି କହିଛନ୍ତି ଯେ, ଯେଉଁ ହିଂସା ଘୃଣାର ନିଆଁ ଲାଗିଛି ତାବା ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ବଡ଼ ଆକାର ନେଲାଣି। ଯେଉଁ ସାମାଜିକ ସମସ୍ୟା ସୃଷ୍ଟି ହୋଇଛି ତାହା କଳ୍ପନାରୁ ବି ଅଧିକ ଭୟଙ୍କର। କଂଗ୍ରେସ ଏହି ବିଭେଦ ଭାଇରସ ସହିତ ଯୁଦ୍ଧ କରିବ। ଏହି ନବ ଚିନ୍ତନ ଶିବିର ଆମକୁ ଏକ ସୁଯୋଗ ଦେଇଛି ଏକାଧିକ ଚ୍ୟାଲେଞ୍ଜ ସହିତ ଲଢ଼ିବାକୁ। ଯାହା ବିଜେପି, ଆରଏସଏସ ଓ ସହଯୋଗୀମାନେ ସୃଷ୍ଟି କରିଛନ୍ତି ବୋଲି ସୋନିଆ ଗାନ୍ଧି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos