ଆଜି ସୋନିଆଙ୍କୁ ପୁଣି ଜେରା କରିବ ଇଡି

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହେବେ। ମନି ଲଣ୍ଡରିଂ ମାମଲାରେ ଇଡି ଆଜି ତାଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିବ। ଜୁନ ୨୧ରେ ଏହି ମାମଲାରେ ଇଡିର ଅଧିକାରୀମାନେ ସୋନିଆଙ୍କୁ ପ୍ରାୟ ୩ ଘଣ୍ଟା ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲେ। ଏହାପରେ ତାଙ୍କୁ ଜୁଲାଇ ୨୫ରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ସେ ଗୋଟିଏ ଦିନ ପରେ […]

sonia

sonia

Hemant Lenka
  • Published: Tuesday, 26 July 2022
  • Updated: 26 July 2022, 11:46 AM IST

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହେବେ। ମନି ଲଣ୍ଡରିଂ ମାମଲାରେ ଇଡି ଆଜି ତାଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିବ। ଜୁନ ୨୧ରେ ଏହି ମାମଲାରେ ଇଡିର ଅଧିକାରୀମାନେ ସୋନିଆଙ୍କୁ ପ୍ରାୟ ୩ ଘଣ୍ଟା ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲେ।

ଏହାପରେ ତାଙ୍କୁ ଜୁଲାଇ ୨୫ରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ସେ ଗୋଟିଏ ଦିନ ପରେ ଅର୍ଥାତ ଆଜି ଇଡିରେ ମଧ୍ୟାହ୍ନ ସୁଦ୍ଧା ହାଜର ହେବେ। ଆଜି ସୋନିଆ ଇଡିରେ ହାଜର ହେବା ପରେ ନ୍ୟାଶନାଲ ହେରାଲ୍ଡ ମାମଲାରେ ତାଙ୍କ ବୟାନ ରେକର୍ଡ କରାଯିବ। ଏଥିସହ ତାଙ୍କୁ ଆଉ କିଛି ପ୍ରଶ୍ନ ମଧ୍ୟ ପଚରା ଯିବ ବୋଲି ଜଣାପଡ଼ିଛି। ସୋନିଆ

ଜେରା ପାଇଁ ଆସୁଥିବାରୁ ଦିଲ୍ଲୀରେ ଥିବା ଇଡି ଅଫିସ ଚାରିପାଖରେ ବ୍ୟାରିକେଡ କରାଯାଇଛି। ସେହିପରି ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ସୋନିଆଙ୍କୁ ଜେରା କରାଯିବା ବେଳେ କଂଗ୍ରେସ କର୍ମୀମାନେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଥିଲେ। କିଛି ସ୍ଥାନରେ କଂଗ୍ରେସ କର୍ମୀମାନେ ଟ୍ରେନ ଅଟକାଇବା ସହ ରାସ୍ତାରୋକ କରି କାର ଜାଳି ଦେଇଥିଲେ। ସୋନିଆଙ୍କୁ ରାଜନୀତିକ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଫସାଇବାକୁ ଚାହୁଁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି ମଧ୍ୟ ସୋନିଆଙ୍କୁ ଜେରା କରିବା ବେଳେ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯିବ।

ଜୁଲାଇ ୨୧ରେ ୭୫ ବର୍ଷୀୟ ସୋନିଆଙ୍କୁ ପ୍ରଥମଥର ପାଇଁ ଇଡି ନ୍ୟାଶନାଲ ହେରାଲ୍ଡ ମାମଲାରେ ଜେରା କରିଥିଲା। ପ୍ରାୟ ୩ ଘଣ୍ଟାର ଜେରା ବେଳେ ତାଙ୍କୁ ୨୮ଟି ପ୍ରଶ୍ନ ପଚରା ଯାଇଥିଲା। ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିଃରେ ଆର୍ଥିକ ହେରଫେର ହୋଇଥିବା ଇଡି ଅଭିଯୋଗ କରିଛି। ୟଙ୍ଗ ଇଣ୍ଡିଆ କଂଗ୍ରେସ ମାଲିକାନାରେ ରହିଥିବା ବେଳେ ଏହା ଅଧୀନରେ ନ୍ୟାଶନାଲ ହେରାଲ୍ଡ ଖବରକାଗଜ ପରିଚାଳିତ ହେଉଥିଲା।

ପ୍ରଥମ ରାଉଣ୍ଡର ଜେରା ଭଳି ଦ୍ୱିତୀୟ ଥର ମଧ୍ୟ ସୋନିଆଙ୍କୁ କୋଭିଡ ପ୍ରୋଟକଲ ମଧ୍ୟରେ ପଚରାଉଚରା କରାଯିବ। ଜେରା ବେଳେ ଇଡି ଅଫିସରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍‌ ଉପସ୍ଥିତ ରହିବ। ତାଙ୍କୁ ଜେରା କରିବାକୁ ଥିବା ଅଧିକାରୀମାନେ କରୋନାର ନେଗେଟିଭ ପ୍ରମାଣପତ୍ର ଦେଖାଇବେ। ସେହିପରି ସୋନିଆ ଗାନ୍ଧି ଓ ତଦନ୍ତକାରୀ ଅଧିକାରୀ ଆବଶ୍ୟକ ଦୂରତାରେ ବସିବେ ବୋଲି ଜଣାପଡ଼ିଛି।

ଜୁଲାଇ ୨୧ ଭଳି ଆଜି ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ରାହୁଲ ଗାନ୍ଧି ମଧ୍ୟ ସୋନିଆଙ୍କ ସହ ଇଡି ଅଫିସକୁ ଆସିବେ। ଗତଥର ସୋନିଆଙ୍କୁ ଜେରା ବେଳେ ପ୍ରିୟଙ୍କା ଇଡି କାର୍ଯ୍ୟାଳୟରେ ତାଙ୍କୁ ଅପେକ୍ଷା କରି ବସିଥିଲେ। ନିକଟରେ ସୋନିଆ କରୋନାରୁ ସୁସ୍ଥ ହୋଇଥିବାରୁ ପୁଣି ଅସୁସ୍ଥ ହେବାର ଆଶଙ୍କା ରହିଛି। ତେଣୁ ଜରୁରୀ ପରିସ୍ଥିତିରେ ଆବଶ୍ୟକ ମେଡିକାଲ ସୁବିଧା ଯୋଗାଇ ଦେବା ପାଇଁ ପ୍ରିୟଙ୍କାଙ୍କୁ ଇଡି ଅଫିସରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ଆଜି ମଧ୍ୟ ଇଡି ଅଧିକାରୀମାନେ ଅନୁରୂପ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos