ଆଉ ନାହାନ୍ତି ସୋନିଆ ଗାନ୍ଧିଙ୍କ ମା’

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ମା’ ପାଓଲା ମାଇନୋ ଆଉ ନାହାନ୍ତି। ବାର୍ଦ୍ଧ୍ୟକଜନିତ ରୋଗରେ ପୀଡ଼ିତ ଥିବା ମାଇନୋ ଗତ ଶନିବାର ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ୩୦ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମା’ ଖୁବ ଅସୁସ୍ଥ ହୋଇ ପଡ଼ିବା ଖବର ମିଳିବା ପରେ ସୋନିଆ ଗାନ୍ଧି ନିଜର ଦୁଇ ପିଲା ରାହୁଲ ଓ ପ୍ରିୟଙ୍କା ସହ ଅଗଷ୍ଟ ୨୩ରେ ଇଟାଲୀ ଯାଇଥିଲେ। ସେମାନେ ଇଟାଲୀରେ ପହଞ୍ଚିବାର କିଛି ଦିନ ପରେ ହିଁ […]

sonias-mother

sonias-mother

Hemant Lenka
  • Published: Wednesday, 31 August 2022
  • Updated: 31 August 2022, 06:57 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ମା’ ପାଓଲା ମାଇନୋ ଆଉ ନାହାନ୍ତି। ବାର୍ଦ୍ଧ୍ୟକଜନିତ ରୋଗରେ ପୀଡ଼ିତ ଥିବା ମାଇନୋ ଗତ ଶନିବାର ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ୩୦ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମା’ ଖୁବ ଅସୁସ୍ଥ ହୋଇ ପଡ଼ିବା ଖବର ମିଳିବା ପରେ ସୋନିଆ ଗାନ୍ଧି ନିଜର ଦୁଇ ପିଲା ରାହୁଲ ଓ ପ୍ରିୟଙ୍କା ସହ ଅଗଷ୍ଟ ୨୩ରେ ଇଟାଲୀ ଯାଇଥିଲେ।

ସେମାନେ ଇଟାଲୀରେ ପହଞ୍ଚିବାର କିଛି ଦିନ ପରେ ହିଁ ମାଇନୋଙ୍କ ଦେହାନ୍ତ ହୋଇଛି। ତାଙ୍କ ଅନ୍ତିମ ସଂସ୍କାରରେ ଗାନ୍ଧି ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।

ମାଇନୋଙ୍କ ଦେହାନ୍ତ ୨୭ ତାରିଖରେ ହୋଇଥିବା ଆଜି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨୭ ତାରିଖ ଶନିବାର ସୋନିଆ ଗାନ୍ଧିଙ୍କ ମା’ ପାଓଲା ମାଇନୋଙ୍କ ଦେହାନ୍ତ ଇଟାଲୀ ସ୍ଥିତ ବାସଭବନରେ ହୋଇଛି। ଗତକାଲି ଅର୍ଥାତ ଅଗଷ୍ଟ ୩୦ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ମଧ୍ୟ ଜୟରାମ ରମେଶ ସୂଚନା ଦେଇଛନ୍ତି।


କଂଗ୍ରେସ ପକ୍ଷରୁ ମଧ୍ୟ ମାଇନୋଙ୍କ ଦେହାନ୍ତରେ ଶୋକ ପ୍ରକାଶ କରାଯାଇଛି। ଏଥିସହ ତାଙ୍କ ଆତ୍ମାର ସଦଗତି କାମ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos