୪ ନୁହେଁ, ପୃଥିବୀରେ ଏଣିକି ୫ ମହାସାଗର

ନୂଆଦିଲ୍ଲୀ: ସମସ୍ତେ ଜାଣିଛନ୍ତି ପୃଥିବୀରେ ୭୧% ଜଳ ରହିଛି। ଭୂଗୋଳ ସଂପର୍କରେ ଜ୍ଞାନଥିବା ଲୋକମାନେ ପୃଥିବୀରେ ୪ଟି ମହାସାଗର ରହିଛି ବୋଲି ଭଲ ଭାବେ ଜାଣିଛନ୍ତି। ପିଲାଟି ବେଳକୁ ମଧ୍ୟ ସମସ୍ତେ ୪ଟି ମହାସାଗର କଥା ପଢ଼ିଛନ୍ତି। କିନ୍ତୁ ଏବେ ପୃଥିବୀ ପୃଷ୍ଠରେ ଆଉ ଗୋଟିଏ ମହାସାଗରର ପତ୍ତା ମିଳିଛି। ତେଣୁ ଏଣିକି ୪ ବଦଳରେ ପୃଥିବୀରେ ୫ ମହାସାଗର ହୋଇଯାଇଛି। ଦି ନ୍ୟାଶନାଲ ଜିଓଗ୍ରାଫି କାରଟୋଗ୍ରାଫର୍ସ ଏବେ ୫ମ ମହାସାଗର ଚିହ୍ନଟ କରିଛନ୍ତି। ଏହାର ନାଁ […]

Ocean

Ocean

Hemant Lenka
  • Published: Wednesday, 09 June 2021
  • Updated: 30 September 2022, 02:23 PM IST

Sports

Latest News

ନୂଆଦିଲ୍ଲୀ: ସମସ୍ତେ ଜାଣିଛନ୍ତି ପୃଥିବୀରେ ୭୧% ଜଳ ରହିଛି। ଭୂଗୋଳ ସଂପର୍କରେ ଜ୍ଞାନଥିବା ଲୋକମାନେ ପୃଥିବୀରେ ୪ଟି ମହାସାଗର ରହିଛି ବୋଲି ଭଲ ଭାବେ ଜାଣିଛନ୍ତି। ପିଲାଟି ବେଳକୁ ମଧ୍ୟ ସମସ୍ତେ ୪ଟି ମହାସାଗର କଥା ପଢ଼ିଛନ୍ତି।

କିନ୍ତୁ ଏବେ ପୃଥିବୀ ପୃଷ୍ଠରେ ଆଉ ଗୋଟିଏ ମହାସାଗରର ପତ୍ତା ମିଳିଛି। ତେଣୁ ଏଣିକି ୪ ବଦଳରେ ପୃଥିବୀରେ ୫ ମହାସାଗର ହୋଇଯାଇଛି। ଦି ନ୍ୟାଶନାଲ ଜିଓଗ୍ରାଫି କାରଟୋଗ୍ରାଫର୍ସ ଏବେ ୫ମ ମହାସାଗର ଚିହ୍ନଟ କରିଛନ୍ତି। ଏହାର ନାଁ ଦକ୍ଷିଣ ମହାସାଗର।

ଜୁନ୍‌ ୮ରେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଇଥାଏ। ଏହି ଦିନ ହିଁ ନ୍ୟାଶନାଲ ଜିଓଗ୍ରାଫି ସୋସାଇଟି ନୂଆ ମହାସାଗର ସମ୍ପର୍କରେ କହିଛି। ୧୯୧୫ରୁ ନ୍ୟାଶନାଲ ଜିଓଗ୍ରାଫି ପୃଥିବୀର ମ୍ୟାପ ପ୍ରସ୍ତୁତ କରିଚାଲିଛି। ଏଯାଏ ଆମେ ଜାଣିଥିଲେ ଯେ ପୃଥିବୀରେ ଆଣ୍ଟର୍କଟିକା ମହାସାଗର, ଭାରତ ମହାସାଗର, ପ୍ରଶାନ୍ତ ମହାସାଗର ଓ ଆର୍କଟିକ୍‌ ମହାସାଗର ରହିଛି। କିନ୍ତୁ ଏଣିକି ଏହି ତାଲିକାରେ ଦକ୍ଷିଣ ମହାସାଗର ଯୋଡ଼ି ହୋଇଯାଇଛି।

ଏହି ଦକ୍ଷିଣ ମହାସାଗରକୁ ଆମେରିକା ଜିଓଗ୍ରାଫି ବୋର୍ଡ ଅନୁମୋଦନ କରିଛି। ଆଣ୍ଟାର୍କଟିକା ମହାସାଗରୁ ପାଣି ଅକ୍ଷାଂଶର ୬୦ ଡିଗ୍ରୀ ଦକ୍ଷିଣକୁ ଯାଇ ନୂଆ ମହାସାଗର ସୃଷ୍ଟି କରିଛି। ବୈଜ୍ଞାନିକମାନେ କହିଛନ୍ତି, ଦକ୍ଷିଣ ମହାସାଗର ହେଉଛି ଆଣ୍ଟାର୍କଟିକା ମହାଦେଶକୁ ଘେରି ରହିଥିବା ମହାସାଗର।

ଦକ୍ଷିଣ ମହାସାଗର ୬୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ରେଖା ଉପରେ ପ୍ରବାହିତ ହୋଇଥାଏ। ଦକ୍ଷିଣ ମହାସାଗରର ଅଧିକାଂଶ ଅଂଶ ବରଫ ଆକାରରେ ରହିଥିଲା। କିନ୍ତୁ ଆଣ୍ଟାର୍କଟିକାରେ ଜଳବାୟୁ ପରବିର୍ତ୍ତନ ଯୋଗୁ ଏହାର ପ୍ରଭାବ ଦକ୍ଷିଣ ମହାସାଗର ଉପରେ ପଡ଼ିବା ଆରମ୍ଭ ହୋଇଛି।

ଆଣ୍ଟାର୍କଟିକାର ଜଳ ପ୍ରବାହ ୩୪ ନିୟୁତ ବର୍ଷ ପୂର୍ବରୁ ପଶ୍ଚିମରୁ ପୂର୍ବରୁ ହେଉଥିଲା। ଏହା ଅକ୍ଷାଂଶର ୬୦ ଡିଗ୍ରୀ ଦକ୍ଷିଣରେ ରହୁଥିଲା। ଏହି ଅକ୍ଷାଂଶ ଏବେ ଦକ୍ଷିଣ ମହାସାଗରର ସୀମା ଭାବେ ବିବେଚନା କରାଯାଉଛି। ଏଠାରେ ପାଣି ବହୁତ ଥଣ୍ଡା ଓ କମ ଲୁଣିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos