ମୌସୁମୀକୁ ନେଇ ପୂର୍ବାନୁମାନ କଲା ସ୍କାଏମେଟ୍‌, ଜାଣନ୍ତୁ କେତେ ବର୍ଷିବ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଚଳିତ ବର୍ଷ କେମିତି ରହିବ, ତା’ର ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ୱେଦର। ଭାରତୀୟ ପାଣିପାଗ ବିଭାଗ ଏଯାଏ ମୌସୁମୀର ଆଗମନକୁ ନେଇ କୌଣସି ତଥ୍ୟ ଦେଇ ନଥିବା ବେଳେ ପ୍ରଥମଥର ପାଇଁ ଆଜି ସ୍କାଏମେଟ୍‌ ତା’ର ରିପୋର୍ଟ ପ୍ରକାଶ କରିଛି। ସ୍କାଏମେଟର ଆକଳନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ। ଯଦି ସ୍କାଏମେଟ୍‌ର […]

Monsoon

Monsoon

Hemant Lenka
  • Published: Tuesday, 12 April 2022
  • Updated: 12 April 2022, 03:38 PM IST

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଚଳିତ ବର୍ଷ କେମିତି ରହିବ, ତା’ର ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ୱେଦର। ଭାରତୀୟ ପାଣିପାଗ ବିଭାଗ ଏଯାଏ ମୌସୁମୀର ଆଗମନକୁ ନେଇ କୌଣସି ତଥ୍ୟ ଦେଇ ନଥିବା ବେଳେ ପ୍ରଥମଥର ପାଇଁ ଆଜି ସ୍କାଏମେଟ୍‌ ତା’ର ରିପୋର୍ଟ ପ୍ରକାଶ କରିଛି। ସ୍କାଏମେଟର ଆକଳନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ।

ଯଦି ସ୍କାଏମେଟ୍‌ର ଆକଳନ ଠିକ୍‌ ହୁଏ, ତା’ହେଲେ ଦେଶରେ ଭଲ ଫସଲ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକଳନ ଅନୁଯାୟୀ କମ୍ରାଗତ ୩ୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି। ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ। ଏହାର ପ୍ରଭାବରେ ସମଗ୍ର ଦେଶରେ ୯୮% ବର୍ଷା ହେବ। ମୌସୁମୀର ଦ୍ୱିତୀୟ ଭାଗ ତୁଳନାରେ ପ୍ରଥମ ଭାଗ ଅଧିକ ଭଲ ରହିବ।

ଜୁନ୍‌ ମାସ ଆରମ୍ଭରୁ ମୌସୁମୀର ପ୍ରଭାବ ଦେଖାଯିବ। ଧୀରେଧୀରେ ମୌସୁମୀ ଅଧିକ ସକ୍ରିୟ ହେବ ଓ ଭଲ ବର୍ଷା କରାଇବାରେ ସହାୟକ ହେବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସମଗ୍ର ଦେଶରେ ୮୮୧ ମିଲିମିଟିର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଆକଳନ ୫% ବେଶୀ କିମ୍ବା କମ୍‌ ହୋଇପାରେ। କିନ୍ତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ।

ଯଦି ମୌସୁମୀ ପ୍ରଭାବରେ ୯୬ରୁ ୧୦୪% ମଧ୍ୟରେ ବର୍ଷା ହେଲା ଏହାକୁ ସ୍ୱାଭାବିକ କୁହାଯାଏ। ସେହିପରି ୧୦୫ରୁ ୧୧୦% ଯାଏ ବର୍ଷା ହେଲେ, ଏହାକୁ ସ୍ୱାଭାବିକ ଠାରୁ ଅଧିକ ବର୍ଷା ବୋଲି ଧରାଯାଏ।

ସମଗ୍ର ଦେଶରେ ସ୍ୱାଭାବିକ ବର୍ଷାର ଆକଳନ କରିଥିବା ସ୍କାଏମେଟ୍‌ ଗୁଜରାଟ, ରାଜସ୍ଥାନ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରା ଭଳି ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳ ପାଇଁ ସାମାନ୍ୟ ଚିନ୍ତା ପ୍ରକଟ କରିବା ଭଳି ଖବର ଦେଇଛି। ଉତ୍ତର ଭାରତ ସହ ଉତ୍ତରପୂର୍ବ ଅଞ୍ଚଳର କିଛି ସ୍ଥାନରେ ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ହୋଇପାରେ। ଏହା ବ୍ୟତୀତ କେରଳ ଓ ନର୍ଦ୍ଦନ କର୍ଣ୍ଣାଟକାର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଜୁଲାଇରୁ ଅଗଷ୍ଟ ମଧ୍ୟରେ ନିଅଣ୍ଟିଆ ବର୍ଷାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶ ବ୍ୟତୀତ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ ବୋଲି ସ୍କାଏମେଟ ଆକଳନ କରିଛି। ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ୬୫% ରହିଛି। ସ୍ୱାଭାବିକ ଠାରୁ ଅଧିକ ବର୍ଷା(୧୦୫ରୁ୧୧୦%) ହେବାର ସମ୍ଭାବନା ୧୦% ରହିଥିବା ବେଳେ ସ୍ୱାଭାବିକ ଠାରୁ କମ(୯୦ରୁ ୯୫%) ବର୍ଷାର ଆଶଙ୍କା ୨୫% ରହିଛି।

୨୦୨୧ ଭଳି ୨୦୨୨ରେ ମଧ୍ୟ ଦେଶରେ ଆଦୌ ମରୁଡ଼ି ପରସ୍ଥିତି ସୃଷ୍ଟି ହେବନାହିଁ ବୋଲି ସ୍କାଏମେଟ ପାଣିପାଗ ସଂସ୍ଥା ଦମ୍ଭୋକ୍ତି କରିଛି। ସେହିପରି ଅତ୍ୟଧିକ ବର୍ଷାର ଆଶଙ୍କା(୧୧୦%ରୁ ଅଧିକ) ୦% ରହିଛି। ୯୦%ରୁ କମ ବର୍ଷା ହେଲେ ଏହାକୁ ମରୁଡ଼ି ବା ନିଅଣ୍ଟିଆ ବର୍ଷା ଭାବେ ବିବେଚନା କରାଯାଏ।

ସଂସ୍ଥା ଆକଳନ କରିଛି ଯେ ମୌସୁମୀ ପ୍ରଭାବରେ ଜୁନ୍‌ ମାସରେ ୧୦୭% ବା ୧୬୬.୯ ମିମିର ବର୍ଷା, ଜୁଲାଇରେ ୧୦୦%, ଅଗଷ୍ଟରେ ୯୯୫% ଓ ସେପ୍ଟେମ୍ବରରେ ୯୦% ବର୍ଷାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ସ୍ୱାଭାବିକ ବର୍ଷାର ସମ୍ଭାବନା ୨୦% ଥିବା ବେଳେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ୧୦% ରହିଛି। ସେହିପରି ସ୍ୱାଭାବିକ ଠାରୁ କମ ବର୍ଷା ହେବାର ଆଶଙ୍କା ୭୦% ରହିଥିବା ସ୍କାଏମେଟ୍‌ ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story