ରାଜନୀତିକ ହଟଚମଟ: ଦିନକରେ କରୋନାରୁ ସୁସ୍ଥ ହୋଇଗଲେ ବାଚସ୍ପତି!

ପାଟନା: ଦିନକ ଭିତରେ କରୋନା ପଜିଟିଭରୁ ନେଗେଟିଭ ହୋଇଯାଇଛନ୍ତି ବିହାର ବିଧାନସଭାର ବାଚସ୍ପତି ତଥା ବିଜେପି ନେତା ବିଜୟ କୁମାର ସିହ୍ନା। ବିହାରରେ ଏବେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିବା ବେଳେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଛି। ଏସବୁ ଭିତରେ ରବିବାର ବାଚସ୍ପତି ବିଜୟ କୁମାର କରୋନାରେ ଆକ୍ରାନ୍ତ ହୋଇଥିଲେ। ହେଲେ ୨୪ ଘଣ୍ଟା ଭିତରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବିଜୟ କୁମାର ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାର ଅର୍ଥ ଏବେ ସେ କରୋନାରୁ ସଂପୂର୍ଣ୍ଣ […]

BJP

BJP

Hemant Lenka
  • Published: Tuesday, 09 August 2022
  • Updated: 09 August 2022, 04:24 PM IST

Sports

Latest News

ପାଟନା: ଦିନକ ଭିତରେ କରୋନା ପଜିଟିଭରୁ ନେଗେଟିଭ ହୋଇଯାଇଛନ୍ତି ବିହାର ବିଧାନସଭାର ବାଚସ୍ପତି ତଥା ବିଜେପି ନେତା ବିଜୟ କୁମାର ସିହ୍ନା। ବିହାରରେ ଏବେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିବା ବେଳେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଛି। ଏସବୁ ଭିତରେ ରବିବାର ବାଚସ୍ପତି ବିଜୟ କୁମାର କରୋନାରେ ଆକ୍ରାନ୍ତ ହୋଇଥିଲେ। ହେଲେ ୨୪ ଘଣ୍ଟା ଭିତରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବିଜୟ କୁମାର ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାର ଅର୍ଥ ଏବେ ସେ କରୋନାରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି।

ରାଜ୍ୟରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିବାରୁ ବାଚସ୍ପତିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ କରୋନାରୁ ବିଜୟ କୁମାର ଦିନକରେ ଭଲ ହୋଇ ଯାଇଥିବା ଅନେକ ଟ୍ୱିଟର ବ୍ୟବହାରକାରୀ ତାଚ୍ଛଲ୍ୟ କରି ମତ ଦେଇଛନ୍ତି।

ବିଜୟ କୁମାର ସୋମବାର ଟ୍ୱିଟ କରି କହିଥିଲେ ଯେ “ଈଶ୍ୱରଙ୍କ କୃପା ଓ ଆପଣଙ୍କ ଭଲ ପାଇବା ଯୋଗୁ ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏଥିଯୋଗୁ ମୁଁ ପୁଣି ମୋ କର୍ମକ୍ଷେତ୍ରକୁ ଫେରିଛି। କରୋନାକୁ ଡରିବା କଥା ନୁହେଁ। କେବଳ ସାହାସ ଓ ସତର୍କତାର ସହ ଏହାକୁ ହରାଇବାର ଅଛି। ଏଥିସହ ସମାଜକୁ ସୁସ୍ଥ ରଖିବା ଉଚିତ।”


ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି, ବିହାରରେ ସବୁ ସମ୍ଭବ। ରାଜନୀତିକ ଟଚମଟ ଯୋଗୁ ସମ୍ଭବତଃ ରିପୋର୍ଟ ନେଗେଟିଭ ଆସିଛି। କାରଣ ବିହାରର ସ୍ୱାସ୍ଥ୍ୟ ବିଭାଗ ବିଜେପି ନେତା ମଙ୍ଗଳ ପାଣ୍ଡେଙ୍କ ପାଖରେ ରହିଛି। ତେଣୁ ରିପୋର୍ଟ ଦିନକ ଭିତରରେ ପଜିଟିଭରୁ ନେଗେଟିଭ ହୋଇଯିବା କିଛି ବଡ଼ କଥା ନୁହେଁ ବୋଲି ସେ କହିଛନ୍ତି।

ସୋମାବର ରାତିରେ ବିଜେପି ନେତା ରାମ ନାରାୟଣ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଏଥିକ୍ସ କମିଟିର ସଦସ୍ୟମାନେ ବାଚସ୍ପତିଙ୍କୁ ଭେଟି ଗୋଟିଏ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟ ସମ୍ପର୍କରେ କମିଟିର ସଦସ୍ୟମାନେ କୌଣସି ବୟାନ ଦେଇ ନାହାନ୍ତି। କିନ୍ତୁ ଗତବର୍ଷ ମାର୍ଚ୍ଚ ମାସରେ ଘଟିଥିବା ଘଟଣା ସମ୍ପର୍କରେ ତଥ୍ୟ ଏଥିରେ ରହିଛି।

ଗତବର୍ଷ ମାର୍ଚ୍ଚରେ ଆରଜେଡିର କିଛି ବିଧାୟକ ବାଚସ୍ପତିଙ୍କୁ ତାଙ୍କ କାରରୁ ବାହାରକୁ ଆସିବାକୁ ଦେଇ ନଥିଲେ। ସ୍ଥିତି ଏପରି ହୋଇଥିଲା ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି କାର ଭିତରେ ଫସି ରହିଥିବା ବାଚସ୍ପତିଙ୍କୁ ଉଦ୍ଧାର କରିଥିଲା। ଏ ସଂକ୍ରାନ୍ତ ରିପୋର୍ଟ ଏବେ ବାଚସ୍ପତିଙ୍କ ପାଖରେ ପହଞ୍ଚିଛି। ରାଜନୀତିକ ହଟଚମଟ ଭିତରେ ଆରଜେଡି ବିଧାୟକଙ୍କ ବିରୋଧରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos