ଭାରତରେ ପହଞ୍ଚିଲେ ୮ ଚିତା, ଜମିର ଦାମ ୩ ଗୁଣା ବଢ଼ିଲା

ଭୋପାଲ: ଦୀର୍ଘ ୭୦ ବର୍ଷ ଧରି ରହିଥିବା ଅପେକ୍ଷାର ଅନ୍ତ ଘଟିଛି। ଭାରତରୁ ବିଲୁପ୍ତ ହୋଇ ସାରିଥିବା ଚିତା ବାଘ ପୁଣି ଦେଶର ଜଙ୍ଗଲରେ ଦୌଡ଼ିବେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ଆସୁଥିବା ୮ଟି ଚିତା ବାଘ ମଧ୍ୟପ୍ରଦେଶର ଗ୍ୱାଲିୟର୍‌ରେ ଲ୍ୟାଣ୍ଡ କରିଛନ୍ତି। ସକାଳ ପ୍ରାୟ ୮ଟା ବେଳେ ସ୍ୱତନ୍ତ୍ର ବିମାନ ଗ୍ୱାଲିୟରରେ ଥିବା ବାୟୁସେନା ବେସ୍‌ରେ ପହଞ୍ଚିଛି। ଏଠାରୁ ବାୟୁସେନାର ଅତ୍ୟାଧୁନିକ ଚିନୁକ ହେଲିକପ୍ଟର ଯୋଗେ ସମସ୍ତ ଚିତା ବାଘଙ୍କୁ ମଧ୍ୟପ୍ରଦେଶର ଶେଓପୁରରେ […]

chita

chita

Hemant Lenka
  • Published: Saturday, 17 September 2022
  • Updated: 17 September 2022, 08:15 AM IST

Sports

Latest News

ଭୋପାଲ: ଦୀର୍ଘ ୭୦ ବର୍ଷ ଧରି ରହିଥିବା ଅପେକ୍ଷାର ଅନ୍ତ ଘଟିଛି। ଭାରତରୁ ବିଲୁପ୍ତ ହୋଇ ସାରିଥିବା ଚିତା ବାଘ ପୁଣି ଦେଶର ଜଙ୍ଗଲରେ ଦୌଡ଼ିବେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ଆସୁଥିବା ୮ଟି ଚିତା ବାଘ ମଧ୍ୟପ୍ରଦେଶର ଗ୍ୱାଲିୟର୍‌ରେ ଲ୍ୟାଣ୍ଡ କରିଛନ୍ତି। ସକାଳ ପ୍ରାୟ ୮ଟା ବେଳେ ସ୍ୱତନ୍ତ୍ର ବିମାନ ଗ୍ୱାଲିୟରରେ ଥିବା ବାୟୁସେନା ବେସ୍‌ରେ ପହଞ୍ଚିଛି।

ଏଠାରୁ ବାୟୁସେନାର ଅତ୍ୟାଧୁନିକ ଚିନୁକ ହେଲିକପ୍ଟର ଯୋଗେ ସମସ୍ତ ଚିତା ବାଘଙ୍କୁ ମଧ୍ୟପ୍ରଦେଶର ଶେଓପୁରରେ ଥିବା କୁନୋ-ପାଲପୁର ଜାତୀୟ ଉଦ୍ୟାନକୁ ନିଆଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ସେ ନିଜ ଜନ୍ମଦିନରେ ଚିତାଗୁଡ଼ିକୁ ଜଙ୍ଗଲ ମଧ୍ୟକୁ ଛାଡ଼ିବେ। ଏହି ୮ଟି ଚିତା ମଧ୍ୟରୁ ୫ଟି ମାଈ ଓ ୩ଟି ଅଣ୍ଡିରା। ୧୯୫୨ ମସିହା ଠାରୁ ଭାରତୀୟ ଜଙ୍ଗଲରେ ଚିତାଙ୍କୁ ଦେଖିବାକୁ ମିଳୁ ନଥିଲା। ଏଥିପାଇଁ ଭାରତର ସରକାର ପ୍ରକଳ ଚିତା ଅନୁସାରେ ଆଫ୍ରିକାରୁ ବାଘ ଆଣିବାକୁ ଉଦ୍ୟମ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ଆସିଥିବା ବେଳେ ଆସନ୍ତା ୫ ବର୍ଷରେ ମୋଟ ୫୦ ବାଘ ଭାରତ ଆସିବେ ବୋଲି ସରକାର କହିଛନ୍ତି।

ଅନ୍ୟପକ୍ଷରେ ଚିତା ବାଘ ପାଇଁ ଶେଓପୁର ଉତ୍ସବ ମୁଖର ହୋଇ ଉଠିଛି। ସ୍ଥିତି ଏପରି ହୋଇଛି ଯେ ଏକଦା ଅପପୁଷ୍ଟି ପାଇଁ ଜଣାଶୁଣା ହେଉଥିବା ଏହି ଜିଲ୍ଲାରେ ଲୋକମାନେ ଜମି କିଣିବାକୁ ଲମ୍ବା ଧାଡ଼ି ଲଗାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ଏଠାରେ ଜମିର ଦାମ ୨ରୁ ୩ ଗୁଣା ବୃଦ୍ଧି ପାଇ ସାରିଲାଣି।

କୁନୋ ନ୍ୟାଶନାଲ ପାର୍କର ମୁଖ୍ୟ ଗେଟ୍‌ ଟିକଟୋଲି ଗାଁରେ ରହିଛି। ଏହାକୁ ଲାଗି ମୋରଭାନ ଗାଁ। ଏବେ ଚିତା ଆସିବାକୁ ଥିବାରୁ ଏହି ଦୁଇ ଗାଁ ବିଶ୍ୱ ମ୍ୟାପ୍‌ରେ ନିଜର ସ୍ଥାନ ହାସଲ କରିଛନ୍ତି। ଦୁଇଟି ଯାକ ଗାଁ କେବଳ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିପାରି ନାହିଁ ବରଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି। ଏଥିପାଇଁ ଅନେକ ରିସର୍ଟ ଓ ଲଜିଂ ମଧ୍ୟ ଖୋଲିଲାଣି।


ଗୋଟିଏ ନିର୍ମାଣଧୀନ ରିସର୍ଟ ଆଗରେ ଗ୍ରୋସରୀ ଦୋକାନ କରିଥିବା ରାମେଶ୍ୱର ଗୁରଜର କହିଛନ୍ତି, “ବର୍ତ୍ତମାନ ଜମିର ଦାମ ଦୁଇରୁ ୩ ଗୁଣ ବଢ଼ି ଗଲାଣି। ଲୋକମାନେ ଏଠାରେ ଜମି କିଣିବାକୁ ଲମ୍ବା ଲାଇନ ଲଗାଉଛନ୍ତି।” ସ୍ଥାନୀୟ ଚାଷୀ ପ୍ରକାଶ ଜାତବଙ୍କର ୮ ବିଘାସ ଜମି ରହିଛି। ସେ କହିଛନ୍ତି, “କିଛି ବାହାର ରାଜ୍ୟର ଲୋକ ଜଣେ ବନ୍ଧୁଙ୍କ ଜରିଆରେ ଜମି କିଣିବାକୁ ମୋତେ ଯୋଗାଯୋଗ କରିଥିଲେ। କିନ୍ତୁ ମୁଁ ମୋର ପୈତୃକ ଜମି ବିକିବାକୁ ମନା କରି ଦେଇଛି।”

କରହାଲରେ ପେଟ୍ରୋଲ ପମ୍ପ କରିଥିବା ମନୋଜ ଦାଇପୁରିଆ କହିଛନ୍ତି, ପୂର୍ବରୁ ଏଠାରେ ଗୋଟିଏ ବିଘା ଜମିର ଦାମ ୯ରୁ ୧୦ ଲକ୍ଷ ଥିଲା। ହେଲେ ଏବେ ଏହା ୧୯ରୁ ୨୦ ଲକ୍ଷରେ ପହଞ୍ଚିଲାଣି। ଆମେ ସମସ୍ତେ ପର୍ଯ୍ୟଟକଙ୍କ ଆଗମନୁ ଅପେକ୍ଷା କରିଛୁ। ଆମ ଲୋକମାନେ ନିଯୁକ୍ତି ଓ ଅପପୁଷ୍ଟି ଉପରେ ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।

ଶେଓପୁର ହେଉଛି ଗୋଟିଏ ଅପପୁଷ୍ଟି ଜିଲ୍ଲା। ଏଠାରେ ୧୯,୨୩୪ ଜଣ ପିଲା ଗୁରୁତର କୁପୋଷଣର ଶିକାର ହୋଇଛନ୍ତି। କରହାଲରେ ଏହି ସଂଖ୍ୟା ୧୮,୯୪୪, ଶେଓପୁରକଲାନରେ ୧୧,୯୭୦, ଶେଓପୁର ସିଟିରେ ୯,୨୯୭, ବିଜୟପୁର ୧ରେ ୧୪,୭୧୦, ବିଜୟପୁର ୨ରେ ୧୫,୭୧୨ ଜଣ ଛୋଟ ପିଲା କୁପୋଷଣର ଶିକାର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos