ଧୋକା ଦେଉଥିଲେ ସ୍ତ୍ରୀ! ପୂରା ପରିବାରକୁ ଶେଷ କରିବା ପରେ ଜୀବନ ହାରିଲେ ସ୍ୱାମୀ

ହାଇଦ୍ରାବାଦ: ପରପୁରୁଷଙ୍କ ସହ ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅଭାବନୀୟ କାଣ୍ଡ ଘଟାଇଛନ୍ତି ଜଣେ ସ୍ୱାମୀ। ସ୍ତ୍ରୀ ଧୋକା ଦେଉଥିବାରୁ ବ୍ୟକ୍ତି ଜଣଙ୍କ ପୂରା ପରିବାରକୁ ହତ୍ୟା କରିବା ସହ ନିଜେ ମଧ୍ୟ ଜୀବନ ହାରିଛନ୍ତି। ବ୍ୟକ୍ତି ଜଣଙ୍କ ପ୍ରଥମେ ନିଜ ଘରେ ପତ୍ନୀ ଓ ୨ ପିଲାଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ନିଜେ ମଧ୍ୟ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେଲେଙ୍ଗାନାର ଚନ୍ଦନନଗରରେ ଏପରି ଘଟଣା ଘଟିଛି। ଘର ଭିତରୁ […]

Telengana

Telengana

Hemant Lenka
  • Published: Tuesday, 18 October 2022
  • Updated: 18 October 2022, 03:34 PM IST

Sports

Latest News

ହାଇଦ୍ରାବାଦ: ପରପୁରୁଷଙ୍କ ସହ ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅଭାବନୀୟ କାଣ୍ଡ ଘଟାଇଛନ୍ତି ଜଣେ ସ୍ୱାମୀ। ସ୍ତ୍ରୀ ଧୋକା ଦେଉଥିବାରୁ ବ୍ୟକ୍ତି ଜଣଙ୍କ ପୂରା ପରିବାରକୁ ହତ୍ୟା କରିବା ସହ ନିଜେ ମଧ୍ୟ ଜୀବନ ହାରିଛନ୍ତି। ବ୍ୟକ୍ତି ଜଣଙ୍କ ପ୍ରଥମେ ନିଜ ଘରେ ପତ୍ନୀ ଓ ୨ ପିଲାଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ନିଜେ ମଧ୍ୟ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେଲେଙ୍ଗାନାର ଚନ୍ଦନନଗରରେ ଏପରି ଘଟଣା ଘଟିଛି।

ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡ଼ୋଶୀମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘର ଭିତରୁ ୪ ଜଣଙ୍କ ଶବ ଜବତ କରିଛି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଶବ ପୋଚିବା ଆରମ୍ଭ କରିଥିବା ପୁଲିସ୍‌ କହିଛି। ଘରର ଫ୍ୟାନରେ ବ୍ୟକ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ବେଡ୍‌ ଉପରେ ପତ୍ନୀ ଓ ୨ ପିଲାଙ୍କ ମୃତଦେହ ରହିଥିଲା।

ଏମାନଙ୍କ ଦେହରେ ଏକାଧିକ କ୍ଷତିଚିହ୍ନ ଥିବା ପୁଲିସ୍‌ ଦେଖିବାକୁ ପାଇଛି। ଶୁକ୍ରବାର ଏମାନଙ୍କୁ ପଡ଼ୋଶୀମାନେ ଶେଷଥର ଦେଖିଥିଲେ। ତେଣୁ ଶୁକ୍ରବାର ରାତି କିମ୍ବା ଶନିବାର ସକାଳୁ ଏହି ଘଟଣା ଘଟିଛି। ଘର ଭିତରୁ କୌଣସି ପ୍ରକାରର ସୁଇସାଇଡ ନୋଟ ଜବତ ହୋଇନାହିଁ।

୪୦ ବର୍ଷୀୟ ନାଗାରାଜୁ ଗୋଟିଏ ଛୋଟ ଦୋକାନ କରି ପରିବାର ଚଳାଉଥିଲା। ତେବେ ତାଙ୍କ ୩୮ ବର୍ଷୀୟ ପତ୍ନୀ ସୁଜାତାଙ୍କ ସମ୍ପର୍କ ଆଉ ଜଣେ ପୁରୁଷଙ୍କ ସହ ଥିବା ସେ ସବୁବେଳେ ସନ୍ଦେହ କରୁଥିଲେ। ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଅନେକ ଥର ପାଟିତୁଣ୍ଡ ମଧ୍ୟ ହେବାର ନଜିର ରହିଛି। ନାଗାରାଜୁ ପ୍ରାୟ ୨ ମାସ ହେଲା କିଛି କାମ କରୁ ନଥିଲେ। ସେ ସବୁବେଳେ ଘରକୁ ମଦ ପିଇ ଆସି ପତ୍ନୀ ଓ ପିଲାଙ୍କୁ ମାରଧର ବି କରୁଥିବା ପଡ଼ୋଶୀମାନେ କହିଛନ୍ତି।

ତାଙ୍କ ପଡ଼ୋଶୀ ଭାବେ ରହୁଚଥିବା ଜଣେ ବ୍ୟକ୍ତି କହିଛନ୍ତି, ନାଗାରାଜୁ ପୂରା ପରିବାର ସହ ପ୍ରାୟ ୭ ବର୍ଷ ହେଲା ଏଠାରେ ରହୁଥିଲେ। ଚନ୍ଦନନଗରର ଆବାସିକ ଅଞ୍ଚଳରେ ସେ ରୁଟି, ତେଲଭାଜି ଓ ତରକାରୀ ବିକ୍ରି କରୁଥିଲେ। ତାଙ୍କ ପତ୍ନୀ ସୁଜାତା ଟେଲରିଂ କରି କିଛି ରୋଜଗାର କରୁଥିଲେ। ସେମାନଙ୍କ ପୁଅ ସିଦ୍ଦାପ୍ପା(୧୧) ଓ ରାମୟା(୭) ସ୍ଥାନୀୟ ସ୍କୁଲରେ ପଢ଼ନ୍ତି।

କିନ୍ତୁ ସୁଜାତାଙ୍କ ସମ୍ପର୍କ ଆଉ କାହା ସହ ରହିଥିବା ସନ୍ଦେହ କରି ନାଗାରାଜୁ ତାଙ୍କ ସହ ପ୍ରାୟ ସବୁବେଳେ ଝଗଡ଼ା କରନ୍ତି। ଏବେ ଆମେ ପୂରା ପରିବାରର ମୃତଦେହ ପୁଲିସ୍‌ ଘର ଭିତରୁ ଉଦ୍ଧାର କରିଥିବା ଦେଖିବାକୁ ପାଇଛୁ ବୋଲି ସେ କହିଛନ୍ତି।

ଚନ୍ଦନନଗର ଇନ୍ସପେକ୍ଟର କେ କାଷ୍ଟ୍ରୋ କହିଛନ୍ତି, ଆମ ପ୍ୟାଟ୍ରୋଲିଂ ଟିମ୍‌ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଘରର ସାମ୍ନା ପଟେ ଥିବା ଝରକାକୁ ଭାଙ୍ଗିବା ପରେ ୨ ପିଲା ଓ ମା’ ରକ୍ତାକ୍ତ ଅବସ୍ଥାରେ ବେଡ୍‌ ଉପରେ ପଡ଼ିଥିବା ପୁଲିସ୍‌ ଟିମ ଦେଖିବାକୁ ପାଇଥିଲା। ଏହାପରେ ସାଇଣ୍ଟିକଫିକ ଟିମ୍‌କୁ ଡକା ଯାଇଥିଲା। ସେମାନଙ୍କ ଉପସ୍ଥିତିରେ ମୁଖ୍ୟ ଫାଟକରେ ପଡ଼ିଥିବା ସେଣ୍ଟ୍ରାଲ ଲକ୍‌କୁ ଭଙ୍ଗା ଯାଇଥିଲା। ପୁଲିସ ଘର ଭିତରେ ଯାଞ୍ଚ କରିବା ପରେ ନାଗାରାଜୁଙ୍କ ଝୁଲନ୍ତା ମୃତଦେହ ମଧ୍ୟ ମିଳିଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos