ଭାରତକୁ ମିଳିବ ପ୍ରଥମ ‘ସିଙ୍ଗଲ ଡୋଜ୍‌’ କରୋନା ଟିକା!

ନୂଆଦିଲ୍ଲୀ: ଭାରତକୁ ମିଳିପାରେ ପ୍ରଥମ ସିଙ୍ଗଲ ଡୋଜ୍‌ କରୋନା ଟିକା। ରୁଷର ଗାମେଲିୟା ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ସ୍ପୁଟନିକ ଲାଇଟ୍‌ ସିଙ୍ଗଲ ଡୋଜ୍‌ ଭାରତରେ ଉପଲବ୍ଧ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ହାଇଦ୍ରାବାଦ ସ୍ଥିତ ଡା ରେଡ୍ଡୀ ଲ୍ୟାବ ଭାରତ ସରକାର ଓ ଅନୁମୋଦନ ଦେବାକୁ ଥିବା ସଂସ୍ଥା ସହ ଜୁନ୍‌ ମାସରେ ଆଲୋଚନା କରିବ। ଏହି ସମୟରେ ସିଙ୍ଗଲ ଡୋଜ୍‌ ଟିକାର ତତ୍କାଳ ବ୍ୟବହାର କରିବାକୁ ଅନୁମୋତି ଲୋଡ଼ିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ […]

Sputnik-Light

Sputnik-Light

Hemant Lenka
  • Published: Friday, 14 May 2021
  • Updated: 14 May 2021, 05:44 PM IST

Sports

Latest News

ନୂଆଦିଲ୍ଲୀ: ଭାରତକୁ ମିଳିପାରେ ପ୍ରଥମ ସିଙ୍ଗଲ ଡୋଜ୍‌ କରୋନା ଟିକା। ରୁଷର ଗାମେଲିୟା ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ସ୍ପୁଟନିକ ଲାଇଟ୍‌ ସିଙ୍ଗଲ ଡୋଜ୍‌ ଭାରତରେ ଉପଲବ୍ଧ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ହାଇଦ୍ରାବାଦ ସ୍ଥିତ ଡା ରେଡ୍ଡୀ ଲ୍ୟାବ ଭାରତ ସରକାର ଓ ଅନୁମୋଦନ ଦେବାକୁ ଥିବା ସଂସ୍ଥା ସହ ଜୁନ୍‌ ମାସରେ ଆଲୋଚନା କରିବ। ଏହି ସମୟରେ ସିଙ୍ଗଲ ଡୋଜ୍‌ ଟିକାର ତତ୍କାଳ ବ୍ୟବହାର କରିବାକୁ ଅନୁମୋତି ଲୋଡ଼ିବ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ଗାମେଲିୟା ପ୍ରସ୍ତୁତ କରିଥିବା ସ୍ପୁଟନିକ-ଭି ଟିକାକୁ ଭାରତରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଡା ରେଡ୍ଡୀ ଲ୍ୟାବ ଏହି ଟିକାର ଉତ୍ପାଦନ ଦାୟିତ୍ୱ ପାଇଛି। ଆର ସପ୍ତାହରୁ ଭାରତର ୩୫ଟି କେନ୍ଦ୍ରରେ ସ୍ପୁଟନିକ-ଭି ଡୋବଲ ଡୋଜ୍‌ ଟିକାକରଣ ଆରମ୍ଭ ହେବ। ଆଜି ଡା ରେଡ୍ଡୀ ଏହାର ଦାମ ଘୋଷଣା କରିଛି। ଏହାର ଗୋଟିଏ ଡୋଜ୍‌ର ମୂଲ୍ୟ ୯୯୫.୪୦ ଟଙ୍କା ରଖାଯାଇଛି।

ଯେହେତୁ ଗାମେଲିୟା ମଧ୍ୟ ସ୍ପୁଟନିକ ଲାଇଟ ସିଙ୍ଗଲ ଡୋଜ୍‌ କରୋନା ଟିକା ପ୍ରସ୍ତୁତ କରିଛି, ତେଣୁ ଡା ରେଡ୍ଡୀ ଏହାକୁ ମଧ୍ୟ ଭାରତରେ ବ୍ୟବହାର କରିବାକୁ ଅନୁମତି ଲୋଡ଼ିବ। ଯଦି ସ୍ପୁଟନିକ ଲାଇଟକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିବ, ତା’ହେଲେ ଆଉ ଲୋକମାନଙ୍କୁ କରୋନା ଟିକାର ଡବଲ ଡୋଜ୍‌ ନେବାକୁ ପଡ଼ିବନି। ଗୋଟିଏ ଡୋଜ୍‌ ହିଁ କରୋନାକୁ ମାତ୍‌ ଦେବାକୁ ସକ୍ଷମ ହେବ।

ସ୍ପୁଟନିକ ଭି ଭଳି ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ରୁଷ ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ୍‌ କରୋନା ଟିକାକୁ ମଧ୍ୟ ନିଜ ଦେଶରେ ବ୍ୟବହାର କରିବାକୁ ବହୁ ପୂର୍ବରୁ ଅନୁମତି ଦେଇ ସାରିଛି। ଏହି ସିଙ୍ଗଲ ଡୋଜ୍‌ର ଟିକାର ଟ୍ରାଏଲ ସମଗ୍ର ଦେଶରେ କରାଯିବା ପରେ ବ୍ୟବହାର ପାଇଁ ଅନୁମତି ମିଳିଥିଲା।

ରୁଷରେ କରାଯାଇଥିବା ସ୍ପୁଟନିକ ଲାଇଟର ଟ୍ରାଏଲରୁ ଜଣାପଡ଼ିଛି ଯେ ଏହା କରୋନାକୁ ମାତ୍‌ ଦେବାରେ ୭୯.୪% ସଫଳ। ଏହି ସିଙ୍ଗଲ ଡୋଜ୍‌ ଟିକାର ଦାମ ପ୍ରାୟ ୧୦ ଡଲାର ରହିଛି। ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) କହିଛି, ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ କରୋନା ଟିକା ନେବାର ୨୮ ଦିନ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି। ଏହା କରୋନାକୁ ମାତ୍‌ ଦେବାରେ ୭୯.୪% ସଫଳ।

୨୦୨୦ ଡିସେମ୍ବର ୫ରୁ ୨୦୨୧ ଏପ୍ରିଲ ୨୧ ମଧ୍ୟରେ ଲୋକଙ୍କୁ ଟିକାର ସିଙ୍ଗଲ ଡୋଜ୍‌ ଦିଆଯାଇ ପରୀକ୍ଷା କରାଯାଇଥିଲା। ରୁଷରେ ଟିକାର ୩ୟ ପର୍ଯ୍ୟାୟ ଟ୍ରାଏଲରେ ୭ ହଜାର ଲୋକ ସାମିଲ ହୋଇଥିଲେ। ଏହାବାଦ ୟୁଏଇ, ଘାନା ଓ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହାର ଟ୍ରାଏଲ କରାଯାଇଛି। ଟ୍ରାଏଲ ବେଳେ ସକାରାତ୍ମକ ଫଳାଫଳ ମିଳିଥିବାରୁ ଏହାର ବ୍ୟବହାର ପାଇଁ ରୁଷ ସରକାର ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story