ଭାରତରେ ଆଉ ଏକ କରୋନା ଟିକାକୁ ମିଳିଲା ମଞ୍ଜୁରୀ, ସାଜିବ ଗେମଚେଞ୍ଜର

ନୂଆଦିଲ୍ଲୀ: କରୋନାର ବିସ୍ଫୋରକ ରୂପ ମଧ୍ୟରେ ଆଶ୍ୱସ୍ତି କରିବା ଭଳି ଖବର ସାମ୍ନାକୁ ଆସିଛି। ଭାରତରେ ଆଉ ଏକ କରୋନା ଟିକାର ଜରୁରୀକାଳୀଳନ ବ୍ୟବହାର ପାଇଁ ଆଜି ଗ୍ରୀନ ସିଗ୍ନାଲ ମିଳିଛି। ଆଜି ସରକାରଙ୍କ ବିଶେଷଜ୍ଞ କମିଟି ରୁଷ ପ୍ରସ୍ତୁତ କରିଥିବା ସ୍ପୁଟନିକ୍‌ ଭିକୁ ଭାରତରେ ବ୍ୟବହାର କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। କମିଟିର ଏହି ଅନୁମୋଦନ ପ୍ରସ୍ତାବ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ଡିସିଜିଆଇ ପାଖକୁ ପଠାଯାଇଥିଲା। ଡିସିଜିଆଇ ମଧ୍ୟ ଏହାକୁ ଭାରତରେ ଜରୁରୀ କାଳୀନ ବ୍ୟବହାର […]

Vaccine

Vaccine

Hemant Lenka
  • Published: Monday, 12 April 2021
  • Updated: 12 April 2021, 04:06 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ବିସ୍ଫୋରକ ରୂପ ମଧ୍ୟରେ ଆଶ୍ୱସ୍ତି କରିବା ଭଳି ଖବର ସାମ୍ନାକୁ ଆସିଛି। ଭାରତରେ ଆଉ ଏକ କରୋନା ଟିକାର ଜରୁରୀକାଳୀଳନ ବ୍ୟବହାର ପାଇଁ ଆଜି ଗ୍ରୀନ ସିଗ୍ନାଲ ମିଳିଛି। ଆଜି ସରକାରଙ୍କ ବିଶେଷଜ୍ଞ କମିଟି ରୁଷ ପ୍ରସ୍ତୁତ କରିଥିବା ସ୍ପୁଟନିକ୍‌ ଭିକୁ ଭାରତରେ ବ୍ୟବହାର କରିବାକୁ ସବୁଜ ସଙ୍କେତ ଦେଇଛନ୍ତି।

କମିଟିର ଏହି ଅନୁମୋଦନ ପ୍ରସ୍ତାବ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ଡିସିଜିଆଇ ପାଖକୁ ପଠାଯାଇଥିଲା। ଡିସିଜିଆଇ ମଧ୍ୟ ଏହାକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି। ଯଦି ଡିସିଜିଆଇ ସତରେ ଏହାକୁ ମଞ୍ଜୁରୀ ଦେଇଥାଏ, ତା’ହେଲେ ସ୍ପୁଟନିକ ଭିର ବ୍ୟବହାର ଖୁବଶୀଘ୍ର ଦେଶରେ ଆରମ୍ଭ ହେବ।

ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ୍‌ ତିଆରି କରିଥିବା କୋଭାକ୍ସିନ ଟିକାକୁ ଦେଶରେ ବ୍ୟବହାର ପାଇଁ ଡିସିଜିଆଇ ମଞ୍ଜରୀ ଦେଇଥିଲା। ତେଣୁ ସ୍ପୁଟନିକ ଭି ତୃତୀୟ ଟିକା ଭାବେ ଦେଶରେ ବ୍ୟବହାର ପାଇଁ ଅନୁମତି ପାଇଛି।

ଭାରତରେ ସ୍ପୁଟନିକ ଭି ଟିକାର ଉତ୍ପାଦନ ଦାୟିତ୍ୱ ଡା ରେଡ୍ଡୀ ଲ୍ୟାବ୍‌କୁ ମିଳିଛି। ମର୍ଡନ ଓ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ପରେ ସ୍ପୁଟନିଭ ଭି କରୋନାକୁ ମାତ୍‌ ଦେବାରେ ୯୧.୬% ସକ୍ଷମ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି। ତେଣୁ ଭାରତରେ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

ଡା ରେଡ୍ଡୀ ପକ୍ଷରୁ ଫେବୃଆରୀ ୧୯ରେ ସ୍ପୁଟନିକ ଭି ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରାଯାଇଥିଲା। ବର୍ତ୍ତମାନ ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି। ଏହା ସତ୍ତ୍ୱେ ବିଶେଷଜ୍ଞ କମିଟି ଟିକାର ବ୍ୟବହାର କରିବାକୁ ଅନୁମତି ଦେଇଛି। ଏପ୍ରିଲ ୧ରେ ବିଶେଷଜ୍ଞ କମିଟି ଡା ରେଡ୍ଡୀଙ୍କୁ ଟିକାର ଟ୍ରାଏଲ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲା। ସଂସ୍ଥା ପକ୍ଷରୁ ବିସ୍ତୃତ ଭାବେ ଟ୍ରାଏଲ ରିପୋର୍ଟ ଦାଖଲ କରାଯାଇଥିଲା। ଟ୍ରାଏଲ ରିପୋର୍ଟକୁ ତର୍ଜମା କରିବା ପରେ ଏହାକୁ ଗ୍ରୀନ ସିଗ୍ନାଲ ଦେଇଛି।

ସୂଚନା ଅନୁସାରେ, ଭାରତରେ ସ୍ପୁଟନିକ ଭିର ଟ୍ରାଏଲ ପ୍ରାୟ ୧୬ ଶହ ଲୋକଙ୍କୁ ନେଇ କରାଯାଇଛି। ଏହି ପରୀକ୍ଷାରେ ୧୮ରୁ ୯୯ ବର୍ଷ ବୟସର ଲୋକମାନେ ରହିଥିଲେ। ଭାରତ ବ୍ୟତୀତ ୟୁଏଇ, ଭେଞ୍ଜୁଆଲା ଓ ବେଲାରୁସ୍‌ରେ ମଧ୍ୟ ଏହାର ଟ୍ରାଏଲ କରାଯାଉଛି।

ପ୍ରଥମ ସୋଭିଏତ‌ ସ୍ପେଶ ସ୍ୟାଟେଲାଇଟ୍‌ର ନାଁକୁ ଆଧାର କରି ରୁଷ ଏହି କରୋନା ଟିକାର ନାଁ ସ୍ପୁଟନିକ ଭି ରଖିଛି। ରୁଷର ଗାମେଲିୟା ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ ଭିର ଡୋଜ୍‌ ପିଛା ୧୦ ଡଲାରରୁ ମଧ୍ୟ କମ। ଏହି ଟିକାକୁ ୨ରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇପାରିବ।

ଗତବର୍ଷ ଅଗଷ୍ଟ ମାସରୁ ହିଁ ରୁଷରେ ଏହି ଟିକାର ଜରୁରୀ କାଳୀନ ବ୍ୟବହାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos