ଆତଙ୍କୀ ନିରୋଧ ଆଇନ ବଳରେ ଗିରଫ ସାମାଜିକ କର୍ମୀ ଷ୍ଟନ ସ୍ୱାମୀଙ୍କ ଦେହାନ୍ତ

ମୁମ୍ବାଇ: ଏଲଗାର ପରିଷଦ ଘଟଣାରେ ଗିରଫ ସାମାଜିକ କର୍ମୀ ଷ୍ଟନ ସ୍ୱାମୀଙ୍କ ଦେହାନ୍ତ ହୋଇଛି। ଗତବର୍ଷ ତାଙ୍କୁ ଆତଙ୍କବାଦ ନିରୋଧ ଆଇନ ବଳରେ ଗିରଫ କରାଯାଇଥିଲା। ଜେଲରେ ଥିବା ବେଳେ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ। ଶେଷରେ ଆଜି ୮୪ ବର୍ଷ ବୟସରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ସୋମବାର ତାଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କ ଏ ବିଷୟରେ ଅବଗତ କରାଇଛନ୍ତି। ରବିବାର ଠାରୁ ଷ୍ଟନ ସ୍ୱାମୀ ଭେଣ୍ଟିଲେଟର ସହାୟତାରେ ରହିଥିଲେ। ସେ ଜେଲରେ […]

stan-swamy

stan-swamy

Hemant Lenka
  • Published: Monday, 05 July 2021
  • Updated: 05 July 2021, 03:36 PM IST

Sports

Latest News

ମୁମ୍ବାଇ: ଏଲଗାର ପରିଷଦ ଘଟଣାରେ ଗିରଫ ସାମାଜିକ କର୍ମୀ ଷ୍ଟନ ସ୍ୱାମୀଙ୍କ ଦେହାନ୍ତ ହୋଇଛି। ଗତବର୍ଷ ତାଙ୍କୁ ଆତଙ୍କବାଦ ନିରୋଧ ଆଇନ ବଳରେ ଗିରଫ କରାଯାଇଥିଲା। ଜେଲରେ ଥିବା ବେଳେ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ। ଶେଷରେ ଆଜି ୮୪ ବର୍ଷ ବୟସରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ସୋମବାର ତାଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କ ଏ ବିଷୟରେ ଅବଗତ କରାଇଛନ୍ତି। ରବିବାର ଠାରୁ ଷ୍ଟନ ସ୍ୱାମୀ ଭେଣ୍ଟିଲେଟର ସହାୟତାରେ ରହିଥିଲେ।

ସେ ଜେଲରେ ଥିବା ବେଳେ ଅସୁସ୍ଥ ହୋଇଥିଲେ। ପ୍ରାଥମିକ ଅବସ୍ଥାରେ ତାଙ୍କୁ କୌଣସି ଚିକିତ୍ସା ମିଳି ନଥିଲା। କିନ୍ତୁ ମେ’ ୨୮ ତାରିଖରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ହୋଲି ଫ୍ୟାମିଲି ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିଲା। ସୂଚନାଯୋଗ୍ୟ, ଭୀମା କୋରେଗାଓଁ ଦଙ୍ଗା ଘଟଣାରେ ଏନଆଇଏ ଷ୍ଟନ ସ୍ୱାମୀଙ୍କୁ ତାଙ୍କ ଘର ଝାରଖଣ୍ଡରୁ ଗିରଫ କରିଥିଲା। ସେବେଠାରୁ ସେ ତଲୋଜା ଜେଲ୍‌ରେ ବନ୍ଦୀ ହୋଇ ରହିଥିଲେ।

୨୦୧୮ ଭୀମା କୋରେଗାଁଓ ଦଙ୍ଗା ଘଟଣାରେ ଏନଆଇଏ ତାଙ୍କୁ ଗିରଫ କରିଥିଲେ ହେଁ ଷ୍ଟନ ସ୍ୱାମୀ କିନ୍ତୁ ଏହାର ପଛରେ ଷଡ଼ଯନ୍ତ୍ର ଥିବା କହିଥିଲେ। ଆଦିବାସୀଙ୍କ ଅଧିକାର ପାଇଁ ସ୍ୱାମୀ ଲଢେଇ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି। ୧୯୯୬ରେ ୟୁରାନିୟମ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ବିରୋଧରେ ସେ ଅଭିଯାନ କରିଥିଲେ। ସେ ବିସ୍ଥାପିତ ଲୋକଙ୍କ ଅଧିକାର ପାଇଁ କାର୍ଯ୍ୟ କରି ଆସୁଥିଲେ। ଏନଆଇଏ ତାଙ୍କୁ ଗିରଫ କରିବା ବେଳେ କହିଥିଲା ଯେ ସ୍ୱାମୀ ସିପିଆଇ (ମାଓବାଦୀ)ର ସଦସ୍ୟ ଓ ସେ ସଂଗଠନର ବେଆଇନ କାର୍ଯ୍ୟରେ ସାମିଲ ଥିଲେ।

ସିପିଆଇ (ମାଓବାଦୀ) କାର୍ଯ୍ୟକଳାପକୁ ଆଗକୁ ନେବା ପାଇଁ ସେ ଜଣେ ସହଯୋଗୀଙ୍କ ମାଧ୍ୟମରେ ଅର୍ଥ ମଧ୍ୟ ପାଉଥିଲେ। ସିପିଆଇ (ମାଓବାଦୀ)ର ବେଆଇନ୍ ପ୍ରଚାର ସାମଗ୍ରୀ ତାଙ୍କ ନିକଟରୁ ଜବତ କରାଯାଇଛି ବୋଲି ଏନଆଇଏ ଅଧିକାରୀ ଜଣଙ୍କ କହିଛନ୍ତି।
ଗିରଫ କରିବା ପୂର୍ବରୁ ସ୍ୱାମୀଙ୍କୁ ଏନଆଇଏ ବାରମ୍ବାର ଜେରା କରିଥିଲା। ଏପରି କି ତାଙ୍କୁ ଗୋଟିଏ ଦିନ ପ୍ରାୟ ୧୫ ଘଣ୍ଟା ଧରି ଏନଆଇଏ ଅଧିକାରୀ ପଚରାଉଚରା କରିଥିଲେ।

ସ୍ୱାମୀ ଗିରଫ ହେବା ପୂର୍ବରୁ କହିଥିଲେ ଯେ କମ୍ପ୍ୟୁଟର୍‌ରେ ଜାଲିଆତି କରି ତାଙ୍କୁ ଫସା ଯାଇଛି। ସେ କେବେ ହେଲେ ଭୀମା କୋରେଗାଁଓକୁ ଯାଇନାହାନ୍ତି। ତଥାପି ୨୦୧୭ ଡିସେମ୍ବର ୩୧ ଦଙ୍ଗା ଘଟଣାରେ ତାଙ୍କୁ ଫସାଯାଉଛି। ତାଙ୍କ ନାଁରେ ୟୁଏପିଏ ଲଗା ଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସେ କିଛି ଦିନ ତଳେ ଜାମିନ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story