କରୋନା ଗଲା, ମଦ ବିକ୍ରି ବଢ଼ିଲା: ବର୍ଷକରେ ୧୭,୧୭୭ କୋଟି ମିଳିଲା

ମୁମ୍ବାଇ: ମହାମାରୀ କରୋନା ପାଇଁ ଜାରି ଲକଡାଉନ ହଟିବା ମାତ୍ରେ ସମଗ୍ର ଦେଶରେ ମଦ ବିକ୍ରି ବୃଦ୍ଧି ପାଇଛି। ବିଶେଷ କରି ମହାରାଷ୍ଟ୍ରରେ ମଦ ବିକ୍ରି ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। କରୋନା କଟକଣା ହଟିବା ପରେ ରାଜ୍ୟରେ ଭାରତ ନିର୍ମିତ ବିଦେଶୀ ମଦର ବିକ୍ରି ୧୭% ବୃଦ୍ଧି ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ରେ ଲୋକମାନେ ଅଧିକ ମାତ୍ରାରେ ମଦ କିଣିଥିବା ରାଜ୍ୟ ସରକାରଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି। ରାଜ୍ୟ ଅବକାରୀ ବିଭାଗର […]

Liquor

Liquor

Hemant Lenka
  • Published: Wednesday, 13 April 2022
  • Updated: 13 April 2022, 02:18 PM IST

ମୁମ୍ବାଇ: ମହାମାରୀ କରୋନା ପାଇଁ ଜାରି ଲକଡାଉନ ହଟିବା ମାତ୍ରେ ସମଗ୍ର ଦେଶରେ ମଦ ବିକ୍ରି ବୃଦ୍ଧି ପାଇଛି। ବିଶେଷ କରି ମହାରାଷ୍ଟ୍ରରେ ମଦ ବିକ୍ରି ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। କରୋନା କଟକଣା ହଟିବା ପରେ ରାଜ୍ୟରେ ଭାରତ ନିର୍ମିତ ବିଦେଶୀ ମଦର ବିକ୍ରି ୧୭% ବୃଦ୍ଧି ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ରେ ଲୋକମାନେ ଅଧିକ ମାତ୍ରାରେ ମଦ କିଣିଥିବା ରାଜ୍ୟ ସରକାରଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି।

ରାଜ୍ୟ ଅବକାରୀ ବିଭାଗର ତଥ୍ୟ ଅନୁସାରେ, ବିଗତ ୩ ବର୍ଷ ତୁଳନାରେ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ମଦ ବିକ୍ରିରୁ ସବୁଠାରୁ ଅଧିକ ରାଜସ୍ୱ ପାଇଛନ୍ତି। ବର୍ଷକ ମଧ୍ୟରେ ୧୭,୧୭୭ କୋଟି ଟଙ୍କା ମଦ ବିକ୍ରିରୁ ମିଳିଛି। ଏହା ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୨ ହଜାର କୋଟି ଟଙ୍କା ଅଧିକ।

ଲକଡାଉନ ଯୋଗୁ ମଦ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଥିଲା। କିନ୍ତୁ ଲକଡାଉନ ହଟିବା ପରେ ମଦ ବ୍ୟବସାୟ ପୁଣି ଟ୍ରାକ୍‌କୁ ଫେରିଛି। ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧୮ ହଜାର କୋଟି ଟଙ୍କାର ରାଜସ୍ୱ ପାଇବେ ବୋଲି ଆକଳନ କରିଥିଲେ। ଏବେ ବିଭାଗକୁ ଆକଳନର ୯୫% ଅର୍ଥ ମଦ ବିକ୍ରିରୁ ମିଳିଛି।

୨୦୧୯-୨୦ରେ ୨,୧୫୭ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୦-୨୧ରେ ଲକଡାଉନ ଯୋଗୁ ଏହା ୧,୯୯୯ ଲକ୍ଷ ଲିଟରକୁ ଖସିଥିଲା। କିନ୍ତୁ ୨୦୨୧-୨୨ରେ ମଦ ବିକ୍ରିର ପରିମାଣ ୨୩୫୮ ଲକ୍ଷ ଲିଟରକୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos