ଟଏଲେଟ୍ରେ ବାଘ ସହ ଲକ୍ ହୋଇଗଲା ବୁଲା କୁକୁର, ଆଉ ତା’ପରେ
ବେଙ୍ଗାଲୁରୁ: କର୍ଣ୍ଣାଟକା ବିଲିନେଲେ ଗାଁରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ବାଘ ସହ ଗୋଟିଏ ବୁଲା କୁକୁର ଦୀର୍ଘ ୭ ଘଣ୍ଟା ଧରି ଟଏଲେଟ ମଧ୍ୟରେ ବନ୍ଦ ହୋଇ ରହିବାର ଦୃଶ୍ୟ ସାମ୍ନାକୁ ଆସିଛି।
ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଗୋଟିଏ କୁକୁର ବୁଲୁଥିବା ଦେଖି ବାଘଟି ତା’ ପିଛା କରିଥିଲା। ବାଘ କବଳରୁ ବଞ୍ଚିବା ପାଇଁ କୁକୁରଟି ଗୋଟିଏ ଟଏଲେଟରେ ପଶି ଯାଇଥିଲା। ବାଘଟି ମଧ୍ୟ କୁକୁରଟିକୁ ପିଛା କରି ତା’ ଭିତରେ ପଶିଥିଲା। ବାଘ ଓ କୁକୁରର ଏହି ଦୌଡ଼ାଦୌଡ଼ି ଘଟଣାକୁ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ଦେଖିଥିଲେ। ଉଭୟ ଜନ୍ତୁ ଟଏଲେଟ୍ରେ ପଶିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ବାହାରୁ ଲକ୍ କରି ଦେଇଥିଲେ।
ଏହାପରେ ସେ ପୁଲିସ୍ ଓ ବନ ବିଭାଗକୁ ଖବର ଦେଇଥିଲେ। ବାଘର ଲାଞ୍ଜ ଟଏଲେଟ୍ର ଫାଙ୍କରେ ବାହାରକୁ ବାହରି ରହିଥିଲା। ତେବେ ଏହାର ଦ୍ୱାର ବନ୍ଦ ରହିଥିବାରୁ ସେ ବାହାରକୁ ଆସି ପାରି ଥିଲା।
କବାଟ ଫାଙ୍କରେ ଲୋକମାନେ ବାଘ ଓ କୁକୁର ଲକ୍ ଥିବା ଟଏଲେଟ୍ର ଫଟୋ ମଧ୍ୟ ଉଠାଇଥିଲେ। ଫଟୋରୁ ସ୍ପଷ୍ଟ ହୋଇଥିଲା ଯେ ବାଘଟି ଟଏଲେଟର ଗୋଟିଏ କୋଣରେ ଓ କୁକୁରଟି ଆଉ ଗୋଟିଏ କୋଣରେ ବସି ରହିଛି। ଦୀର୍ଘ ୭ ଘଣ୍ଟା କାଳ ଉଭୟ ଏହା ମଧ୍ୟରେ ଫସି ରହିଥିଲେ।
A plan was hatched to trap the tiger in a net from the top of the toilet. But the leopard proved to be too strong, broke free and ran away. pic.twitter.com/ZFZgtDWkH0
— Prajwal (@prajwalmanipal) February 3, 2021
ଏତିକି ବେଳେ ଟଏଲେଟର ଛାତରେ ଥିବା ଗୋଟିଏ ଛୋଟ କଣା ଭାବେ ବନ ବିଭାଗ କର୍ମଚାରୀ ଫଟୋ ଓ ଭିଡିଓ ରେକର୍ଡ କରିଥିଲେ। ସେମାନେ ଜାଲି ବାନ୍ଧି ବାଘକୁ କାବୁ କରିବାକୁ ଚାହିଁଥିଲେ। ହେଲେ ବାଘଟି ଛାତ ଓ ଜାଲ ଛିଣ୍ଡାଇ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲା।
This photo was taken from outside through a gap in the window. It is a leopard and a dog stuck together since this morning inside the toilet of a house in Kadaba, Dakshina Kannada district. I am told the leopard escaped at 2 pm and the dog is alive! pic.twitter.com/hgjJhaXW03
— Prajwal (@prajwalmanipal) February 3, 2021
ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଶେଷରେ ବନ ବିଭାଗ କର୍ମଚାରୀମାନେ ଟଏଲେଟ ମଧ୍ୟରେ ଫସିଥିବା କୁକୁରଟିକୁ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
This photo was taken from outside through a gap in the window. It is a leopard and a dog stuck together since this morning inside the toilet of a house in Kadaba, Dakshina Kannada district. I am told the leopard escaped at 2 pm and the dog is alive! pic.twitter.com/hgjJhaXW03
— Prajwal (@prajwalmanipal) February 3, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।