ରାଜଧାନୀ ସମେତ ଉତ୍ତର ଭାରତରେ ଶକ୍ତିଶାଳୀ ଭୂକମ୍ପ ଝଟକା
ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଛି ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ରାଜ୍ୟ। ଭୂକମ୍ପର କେନ୍ଦ୍ର ସ୍ଥଳ ଜମ୍ମୁ-କଶ୍ମୀର ଥିବା ଜଣାପଡ଼ିଛି। ତେବେ ଏହାର ଝଟକା ଜମ୍ମୁ-କଶ୍ମୀର ସମେତ ପଞ୍ଜାବ, ଦିଲ୍ଲୀ, ହରିଆଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ରାଜସ୍ଥାନରେ ଅନୁଭୂତ ହୋଇଛି।
An earthquake of magnitude 6.3 on the Richter scale hit Tajikistan at 10:31pm today: National Centre for Seismology
— ANI (@ANI) February 12, 2021
ଆଜି ସନ୍ଧ୍ୟା ୧୦.୩୪ରେ ଲୋକମାନେ ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କିଛି ରିପୋର୍ଟରେ ଭୂକମ୍ପର କେନ୍ଦ୍ର ସ୍ଥଳ ଜମ୍ମୁ-କଶ୍ମୀର କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ଏହାର କେନ୍ଦ୍ରସ୍ଥଳ ପଞ୍ଜାବର ଅମୃତସର ବୋଲି କୁହାଯାଇଛି। National Centre for Seismology କହିଛି ଯେ ପ୍ରଥମେ ଭୂକମ୍ପ ୧୦.୩୧ରେ ତାଜିକସ୍ତାନରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଥିଲା। ଏହାପରେ ୧୦.୩୪ରେ ପଞ୍ଜାବର ଅମୃତସର ଓ ଜମ୍ମୁ-କଶ୍ମୀରରେ ୬.୧ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା।
An earthquake of magnitude 6.1 on the Richter scale hit Amritsar, Punjab at 10:34pm today: National Centre for Seismology
— ANI (@ANI) February 12, 2021
ରିପୋର୍ଟ ଲେଖା ହେବା ବେଳକୁ କ୍ଷୟକ୍ଷତି ସମ୍ପର୍କରେ କିଛି ବି ଜଣାପଡ଼ିନାହିଁ। କିନ୍ତୁ ଝଟକା ପରେ ଲୋକମାନେ ନିଜ ନିଜ ଘର ଛାଡ଼ି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।