ଭାରତରେ ତାଲିବାନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଆଫଗାନ ଶିକ୍ଷାର୍ଥୀ

ବିଶାଖାପାଟଣା(ଯଶୋବନ୍ତ ପାଢ଼ୀ): ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନକୁ ଭାରତର ବିଶାଖାପାଟଣାରେ ଜୋରଦାର ବିରୋଧ କରାଯାଇଛି। ଆନ୍ଧ୍ରା ବିଶ୍ୱବିଦ୍ୟାଳୟରେ ପଢୁଥିବା ଆଫଗାନ୍‌ର ଶିକ୍ଷାର୍ଥୀମାନେ ଆଜି ତାଲିବାନ ଶାସନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ଶତାଧିକ ଛାତ୍ରଛାତ୍ରୀ ବିଶ୍ଵବିଦ୍ୟାଳୟର ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଆଫଗାନ ଶିକ୍ଷାର୍ଥୀ ନୁହନ୍ତି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଅନ୍ୟ ବିଦେଶୀ ଓ ସ୍ଥାନୀୟ ଛାତ୍ରଛାତ୍ରୀମାନେ ମଧ୍ୟ ତାଲିବାନ ବିରୋଧୀ ବିକ୍ଷୋଭରେ […]

Taliban

Taliban

Hemant Lenka
  • Published: Thursday, 16 September 2021
  • Updated: 16 September 2021, 04:37 PM IST

Sports

Latest News

ବିଶାଖାପାଟଣା(ଯଶୋବନ୍ତ ପାଢ଼ୀ): ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନକୁ ଭାରତର ବିଶାଖାପାଟଣାରେ ଜୋରଦାର ବିରୋଧ କରାଯାଇଛି। ଆନ୍ଧ୍ରା ବିଶ୍ୱବିଦ୍ୟାଳୟରେ ପଢୁଥିବା ଆଫଗାନ୍‌ର ଶିକ୍ଷାର୍ଥୀମାନେ ଆଜି ତାଲିବାନ ଶାସନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ଶତାଧିକ ଛାତ୍ରଛାତ୍ରୀ ବିଶ୍ଵବିଦ୍ୟାଳୟର ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

କେବଳ ଆଫଗାନ ଶିକ୍ଷାର୍ଥୀ ନୁହନ୍ତି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଅନ୍ୟ ବିଦେଶୀ ଓ ସ୍ଥାନୀୟ ଛାତ୍ରଛାତ୍ରୀମାନେ ମଧ୍ୟ ତାଲିବାନ ବିରୋଧୀ ବିକ୍ଷୋଭରେ ସାମିଲ ହୋଇଥିଲେ। ଆଫଗାନ ତାଲିବାନର ନିର୍ଦ୍ଦୟ ଶାସନକୁ ସେମାନେ କଡ଼ା ବିରୋଧ କରିଥିବା ସହ ବିଭିନ୍ନ ପ୍ରକାରର ଲେଖାଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ।

ଏହି ପ୍ଲାକାର୍ଡରେ ସେଭ ଆଫଗାନିସ୍ତାନ, ଆମେ ପଞ୍ଜଶିର ସହ ଛିଡ଼ା ହୋଇଛୁ, ମହିଳାଙ୍କ ଅଧିକାରର ସୁରକ୍ଷା ଓ ତୁରନ୍ତ ପାକିସ୍ତାନ ତାଲିବାନକୁ ସମର୍ଥନ ପ୍ରତ୍ୟାହାର କରୁ ବୋଲି ଲେଖାଯାଇଥିଲା। ଏହାବାଦ୍‌ ଆଫଗାନରେ ତାଲିବାନ କେମିତି ତା’ର କ୍ରୁରତାର ଶାସନ କରୁଛି, ତା’ର ଫଟୋ ମଧ୍ୟ ବିକ୍ଷୋଭ ବେଳେ ଶିକ୍ଷାର୍ଥୀମାନେ ପ୍ରଦର୍ଶନ କରିଛନ୍ତି।

ପାକିସ୍ତାନ ଫୁଲ ଦମରେ ଆଫଗାନର ତାଲିବାନର ସରକାରକୁ ସମର୍ଥନ କରୁଛି। ଏପରି କି ପଞ୍ଜଶିରରେ ଥିବା ତାଲିବାନୀ ବିଦ୍ରୋହୀଙ୍କୁ ମଧ୍ୟ ପାକିସ୍ତାନ ଆକ୍ରମଣ କରୁଛି। ତେଣୁ ଆଜି ବିକ୍ଷୋଭ ବେଳେ ଶିକ୍ଷାର୍ଥୀମାନେ ପାକିସ୍ତାନ ବିରୋଧରେ ନାରାବାଜୀ କରିଥିଲେ। ଏଥିସହ ମିଳିତ ଜାତିସଂଘ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଆଫଗାନିସ୍ତାନବାସୀଙ୍କ ମାନବିକ ଅଧିକାରର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos