ପରୀକ୍ଷା ବାତିଲ କରିବାକୁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଆସାମ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟର ୧୦ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ଆସାମର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏଥିପାଇଁ ଶତାଧିକ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଂକ୍ରମଣ ଯୋଗୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି। ଏକାଧିକ ରାଜ୍ୟର ବୋର୍ଡ ମଧ୍ୟ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଆସାମ ସରକାର ପରୀକ୍ଷା ବାତିଲ କରୁ ନଥିବାରୁ […]

Exam

Exam

Hemant Lenka
  • Published: Monday, 14 June 2021
  • Updated: 14 June 2021, 06:52 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟର ୧୦ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ଆସାମର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏଥିପାଇଁ ଶତାଧିକ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଂକ୍ରମଣ ଯୋଗୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି। ଏକାଧିକ ରାଜ୍ୟର ବୋର୍ଡ ମଧ୍ୟ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଆସାମ ସରକାର ପରୀକ୍ଷା ବାତିଲ କରୁ ନଥିବାରୁ ଛାତ୍ରଛାତ୍ରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଆଇନଜୀବୀ ଅଭିଷେକ ଚୌଧୁରୀ, ପ୍ରଭୁ ପ୍ରସନ୍ନ ବେହେରା, ରିତିକା ରିତୁ, ଅଭିଷେକ ପଟ୍ଟନାୟକ ଓ ନବାବ ସିଂହ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାମଲା ପରିଚାଳନା କରିବେ। ଆଇନଜୀବୀ ମଞ୍ଜୁ ଜେଟଲୀ ଏହି ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଆବେଦନରେ କୁହାଯାଇଛି ଯେ ଜୁଲାଇ ୧ର ପଜିଟିଭିଟି ରେଟ୍‌ ଜୁଲାଇ ମଧ୍ୟଭାଗ କିମ୍ବା ଅଗଷ୍ଟର ପଜିଟିଭି ରେଟ୍‌ ସହ କୌଣସି ମୂଲ୍ୟ ରଖେନାହିଁ।

ଏହି ସମୟରେ ପରୀକ୍ଷା କରିବାକୁ ଯୋଜନା କରାଯାଇଛି। ପଜିଟିଭିଟି ରେଟ୍‌ ୨୪ ଘଣ୍ଟା ମଧ୍ୟରେ ବଦଳି ଯାଉଛି। ତେଣୁ ପିଲାମାନଙ୍କ ମାନସିକ ଓ ଶାରିରୀକ ସୁରକ୍ଷା ଏବଂ ସବୁ ବୋର୍ଡ ମଧ୍ୟରେ ସମାନତା ରଖିବା ପାଇଁ ରାଜ୍ୟ ବୋର୍ଡ ପରୀକ୍ଷା ବାତିଲ ହେବା ଜରୁରୀ। ଆଇନଜୀବୀ ଅଭିଷେକ ଚୌଧୁରୀ କହିଛନ୍ତି, ପିଲାଙ୍କ ମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାର ସୁରକ୍ଷା ଯେକୌଣସି ସ୍ତରରେ ମଧ୍ୟ ହେବା ଦରକାର।

ସୂଚନାଯୋଗ୍ୟ, ଆସାମ ସରକାର ଜୁନ୍‌ ୧୦ରେ କହିଥିଲେ ଯେ ରାଜ୍ୟରେ ପଜିଟିଭିଟି ରେଟ୍‌ ୨% ତଳକୁ ଆସିଲେ ପରୀକ୍ଷା ଅନୁଷ୍ଠିତ ହେବ। ସମ୍ଭବତଃ ଜୁଲାଇ ମଧ୍ୟ ଭାଗରେ ପରୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ପ୍ରସ୍ତୁତି କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos