ୟୁକ୍ରେନ ଫେରନ୍ତା ଭାରତୀୟ ଶିକ୍ଷାର୍ଥୀଙ୍କୁ ବଡ଼ ଅଫର ଦେଲା ରୁଷ

ଚେନ୍ନାଇ: ଯୁଦ୍ଧ ଯୋଗୁ ଅଧାରୁ ପାଠପଢ଼ା ଛାଡ଼ି ଭାରତ ଫେରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର। ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ଭାରତୀୟ ଶିକ୍ଷାର୍ଥୀଙ୍କୁ ବଡ଼ ଅଫର ଦେଇଛି ରୁଷ। ଅଧାରୁ ପାଠ ଛାଡ଼ି ୟୁକ୍ରେନ ଫେରନ୍ତା ଭାରତୀୟ ଶିକ୍ଷାର୍ଥୀମାନେ ଚାହିଁଲେ ରୁଷରେ ସେମାନଙ୍କ ପାଠପଢ଼ା ସଂପୂର୍ଣ୍ଣ କରିପାରିବେ। କାରଣ ୟୁକ୍ରେନ ଓ ରୁଷରେ ଲାଗୁ ହୋଇଥିବା ମେଡିକାଲ ସିଲାବସ୍‌ ପ୍ରାୟତଃ ସମାନ ବୋଲି ମସ୍କୋ କହିଛି। ଚେନ୍ନାଇରେ ରୁଷିଆ କନସୁଲ ଜେନେରାଲ ଓଲେଗ […]

indian

indian

Hemant Lenka
  • Published: Friday, 11 November 2022
  • Updated: 11 November 2022, 09:20 AM IST

Sports

Latest News

ଚେନ୍ନାଇ: ଯୁଦ୍ଧ ଯୋଗୁ ଅଧାରୁ ପାଠପଢ଼ା ଛାଡ଼ି ଭାରତ ଫେରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର। ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ଭାରତୀୟ ଶିକ୍ଷାର୍ଥୀଙ୍କୁ ବଡ଼ ଅଫର ଦେଇଛି ରୁଷ। ଅଧାରୁ ପାଠ ଛାଡ଼ି ୟୁକ୍ରେନ ଫେରନ୍ତା ଭାରତୀୟ ଶିକ୍ଷାର୍ଥୀମାନେ ଚାହିଁଲେ ରୁଷରେ ସେମାନଙ୍କ ପାଠପଢ଼ା ସଂପୂର୍ଣ୍ଣ କରିପାରିବେ। କାରଣ ୟୁକ୍ରେନ ଓ ରୁଷରେ ଲାଗୁ ହୋଇଥିବା ମେଡିକାଲ ସିଲାବସ୍‌ ପ୍ରାୟତଃ ସମାନ ବୋଲି ମସ୍କୋ କହିଛି।

ଚେନ୍ନାଇରେ ରୁଷିଆ କନସୁଲ ଜେନେରାଲ ଓଲେଗ ଅଭଡୀଭ କହିଛନ୍ତି, “ୟୁକ୍ରେନରୁ ଫେରିଥିବା ଭାରତୀୟ ଶିକ୍ଷାର୍ଥୀମାନେ ସେମାନଙ୍କ ପାଠପଢ଼ା ରୁଷରେ ଆରମ୍ଭ କରିପାରିବେ। କାରଣ ଉଭୟ ଦେଶର ମେଡିକାଲ ସିଲାବସ ବା ମେଡିକାଲ ପାଠ୍ୟକ୍ରମ ପ୍ରାୟତଃ ସମାନ।

ସେମାନେ ରୁଷ ଭାଷା ମଧ୍ୟ ଭଲ ଭାବେ ଜାଣିଛନ୍ତି। କାରଣ ୟୁକ୍ରେନର ଅଧିକାଂଶ ଲୋକ ରୁଷୀୟ ଭାଷା କୁହନ୍ତି। ତେଣୁ ଭାଷାକୁ ନେଇ କୌଣସି ପ୍ରକାରର ଅସୁବିଧା ହେବନି। ଆମେ ଭାରତୀୟ ଶିକ୍ଷାର୍ଥୀଙ୍କୁ ରୁଷକୁ ନିମନ୍ତ୍ରଣ କରୁଛୁ। ଆମେ ଯଦି ଶିକ୍ଷାର୍ଥୀଙ୍କୁ କଥା ବିଚାରକୁ ନେବା, ତା’ହେଲେ ଅନେକ ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ରୁଷ ଯାଉଛନ୍ତି। ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଛି। ରୁଷରେ ଅଧିକରୁ ଅଧିକ ଶିକ୍ଷାର୍ଥୀ ପାଠପଢ଼ିବା ପାଇଁ ଆବେଦନ କରିବାରେ ଲାଗିଛନ୍ତି।”

ଫେବୃଆରୀ ୨୪ରେ ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରିବାରୁ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଛି। ଏହି ସମୟରେ ହଜାର ହଜାର ଭାରତୀୟ ଶିକ୍ଷାର୍ଥୀ ୟୁକ୍ରେନରେ ରହିଥିଲେ। ସେମାନେ ଯୁଦ୍ଧ ଭୟରେ ଅଧାରୁ ନିଜର ପାଠପଢ଼ା ଛାଡ଼ି ଭାରତ ଫେରି ଆସିଛନ୍ତି। ସେମାନଙ୍କ ଭବିଷ୍ୟକ ଆଶଙ୍କା ମଧ୍ୟରେ ଥିବା ବେଳେ ରୁଷ ପକ୍ଷରୁ ଏଭଳି ପ୍ରସ୍ତାବ ଆସିଛି। ଭାରତୀୟ ଶିକ୍ଷାର୍ଥୀମାନେ ଏବେ ଚାହିଁଲେ ରୁଷ ଯାଇ ସେମାନଙ୍କ ମେଡିକାଲ ପାଠ୍ୟକ୍ରମ ପୂରଣ କରିପାରିବେ।

ଅନ୍ୟପକ୍ଷରେ ଯୁଦ୍ଧ ପରେ ରୁଷର ତୈଳ ରପ୍ତାନୀ ସମ୍ପର୍କରେ ଓଲେଗଙ୍କୁ ପଚରା ଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ଚଳିତ ବର୍ଷ ଆରମ୍ଭରୁ ରୁଷର ତୈଳ ରପ୍ତାନୀ ୨ରୁ ୨୨%କୁ ବୃଦ୍ଧି ପାଇଛି। ଏହା ଏକ ନାଟକୀୟ ବୃଦ୍ଧି। ବର୍ତ୍ତମାନ ରୁଷ ତୈଳ ରପ୍ତାନୀରେ ଇରାନ ଓ ସାଉଦି ଆରବକୁ ମଧ୍ୟ ପଛରେ ପକାଇ ଦେଇଛି।”

ସେହିପରି ତୈଳ ରପ୍ତାନୀକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଦେଇଥିବା ବୟାନକୁ ସେ ପ୍ରଶଂସା କରିଛନ୍ତି। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରୁଷ ଠାରୁ ଭାରତ ସରକାର ତୈଳ ଆମଦାନୀ କରୁଥିବା ଜୟଶଙ୍କର କହିଥିଲେ। ତେଣୁ ଓଲେଗା ଏହାକୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story