ଶିକ୍ଷାର୍ଥୀ ଚାହିଁଲେ ଦେଇ ପାରିବେ ଦ୍ୱାଦଶ ପରୀକ୍ଷା, କିନ୍ତୁ..

ନୂଆଦିଲ୍ଲୀ: ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ସମ୍ପର୍କରେ ସମୀକ୍ଷା କରିବା ପରେ ଏପରି ଘୋଷଣା କରିଛନ୍ତି। ପିଲାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପରୀକ୍ଷା ବାତିଲ କରାଯାଇଥିବା ସେ କହିଛନ୍ତି। ପରୀକ୍ଷା ବାତିଲ ହୋଇଥିଲେ ହେଁ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ଚାହିଁବେ, ସେମାନେ ପରୀକ୍ଷା ଦେଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି। […]

CBSE1

CBSE1

Hemant Lenka
  • Published: Tuesday, 01 June 2021
  • Updated: 01 June 2021, 08:24 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ସମ୍ପର୍କରେ ସମୀକ୍ଷା କରିବା ପରେ ଏପରି ଘୋଷଣା କରିଛନ୍ତି। ପିଲାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପରୀକ୍ଷା ବାତିଲ କରାଯାଇଥିବା ସେ କହିଛନ୍ତି।

ପରୀକ୍ଷା ବାତିଲ ହୋଇଥିଲେ ହେଁ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ଚାହିଁବେ, ସେମାନେ ପରୀକ୍ଷା ଦେଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର ସରକାର କହିଛନ୍ତି ଯେ ସିବିଏସ୍‌ଇ ପରୀକ୍ଷା ବାତିଲ ହୋଇଛି। କିନ୍ତୁ ଯେଉଁମାନେ ଚାହିଁବେ, ସେମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା ହେବ। କରୋନା ସ୍ଥିତି ଦେଶରେ ସୁଧୁରିଲେ ଆଗ୍ରହୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ରେଜଲ୍ଟ ପ୍ରକାଶ କରିବାକୁ ଉଚିତ ବ୍ୟବସ୍ଥା କରାଯିବ। ନିର୍ଦ୍ଧାରିତ ସମୟରେ ସବୁ କିଛିକୁ ବିଚାରକୁ ନେଇ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟକୁ ନେଇ ପିଲାମାନେ କିମ୍ବା ସେମାନଙ୍କର ଅଭିଭାବକମାନେ ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ସରକାର ଆଶ୍ୱସନା ଦେଇଛନ୍ତି।

ଆଜି ପରୀକ୍ଷା ସମ୍ପର୍କରେ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ, କର୍ମସ, ସୂଚନା ଓ ପ୍ରସାରଣ, ପେଟ୍ରୋଲିୟମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ପ୍ରିନ୍ସିପାଲ ସଚିବ, କ୍ୟାବିନେଟ ସଚିବ, ସ୍କୁଲ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ ମାନେ ଉପସ୍ଥିତ ରହିଥିଲେ।

ମୋଦି କହିଛନ୍ତି, ଆମ ଦେଶର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରସଙ୍ଗରେ ଆଦୌ ବୁଝାମଣା ହୋଇପାରିବ ନାହିଁ। ସିବିଏସ୍‌ଇ ପରୀକ୍ଷାକୁ ନେଇ ପିଲା, ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବାର ସମୟ ଆସିଛି। ବର୍ତ୍ତମାନ ସମୟରେ ରିସ୍କ ନେଇ କୌଣସି ପ୍ରକାରର ପରୀକ୍ଷା କରାଯାଇ ପାରିବ ନାହିଁ।

ବର୍ତ୍ତମାନ ସମୟରେ ପିଲାମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କରୋନା ସ୍ଥିତି ବର୍ତ୍ତମାନ ହ୍ରାସ ପାଉଛି। କିଛି ରାଜ୍ୟ ମାଇକ୍ରୋ କଣ୍ଟେନମେଣ୍ଟ କରି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। କିଛି ରାଜ୍ୟ ଲକଡାଉନ ବିକଳ୍ପକୁ ବାଛିଛନ୍ତି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ସ୍ୱାଭାବିକ ଭାବେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି। ସମସ୍ତଙ୍କ ସହ ବିଚାରବିମର୍ଶ କରି ଛାତ୍ରଛାତ୍ରୀଙ୍କୁ ସୁହାଇଲା ଭଳି ପଦକ୍ଷେପ ନିଆଯାଇଛି। ଏହି ପ୍ରସଙ୍ଗରେ ରାଜ୍ୟମାନେ ନିଜର ମତାମତ ଦେଇଥିବାରୁ ମୋଦି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos