ବଟି ଆଦାୟ କରୁଥିବା ଆଇପିଏସ ଅଧିକାରୀଙ୍କୁ ଜେଲ ପଠାଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରକାରଙ୍କ ସହ ବୁଝାମଣା କରି ସବୁ ଫାଇଦା ପାଉଥିବା ଓ ବେଆଇନ ଭାବେ ଅର୍ଥ ହାସଲ କରୁଥିବା ପୁଲିସ୍ ଅଧିକାରୀଙ୍କୁ ଏହାର ପରିଣାମ ଭୋଗିବାର ସମୟ ଆସି ଯାଇଛି। ବଟି ଆଦାୟ ଓ କ୍ଷମତାର ଅପବ୍ୟବହାର କରୁଥିବା ଅଧିକାରୀମାନଙ୍କୁ ଜେଲ ପଠାଇବା ଦରକାର। ସେମାନଙ୍କୁ କୌଣସି ପ୍ରକାରର ସୁରକ୍ଷା କେହି ଦେବା କଥା ନୁହେଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି। ଛତିଶଗଡ଼ ସରକାର ନିଲମ୍ବିତ ଆଇପିଏସ ଅଧିକାରୀ ଗୁରଜିନ୍ଦର ପାଲ ସିଂହଙ୍କ […]

sc

sc

Hemant Lenka
  • Published: Monday, 27 September 2021
  • Updated: 27 September 2021, 04:56 PM IST

Sports

Latest News

ନୂଆଦିଲ୍ଲୀ: ସରକାରଙ୍କ ସହ ବୁଝାମଣା କରି ସବୁ ଫାଇଦା ପାଉଥିବା ଓ ବେଆଇନ ଭାବେ ଅର୍ଥ ହାସଲ କରୁଥିବା ପୁଲିସ୍ ଅଧିକାରୀଙ୍କୁ ଏହାର ପରିଣାମ ଭୋଗିବାର ସମୟ ଆସି ଯାଇଛି। ବଟି ଆଦାୟ ଓ କ୍ଷମତାର ଅପବ୍ୟବହାର କରୁଥିବା ଅଧିକାରୀମାନଙ୍କୁ ଜେଲ ପଠାଇବା ଦରକାର। ସେମାନଙ୍କୁ କୌଣସି ପ୍ରକାରର ସୁରକ୍ଷା କେହି ଦେବା କଥା ନୁହେଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି।

ଛତିଶଗଡ଼ ସରକାର ନିଲମ୍ବିତ ଆଇପିଏସ ଅଧିକାରୀ ଗୁରଜିନ୍ଦର ପାଲ ସିଂହଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଓ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ସେ ଗିରଫ ହେବାର ଆଶଙ୍କା ଥିବାରୁ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି ଆଜି ଜଷ୍ଟିସ ରମନ୍ନାଙ୍କ ଖଣ୍ଡପୀଠ କରିଛନ୍ତି।

ତୃତୀୟ ଥର ପାଇଁ ଆଇପିଏସ ଗୁରିଜନ୍ଦର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ଦୁଇଟି ମାମଲାରେ କୋର୍ଟ ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିଲେ।

ଆଜି ସିଜେଆଇ ଜଷ୍ଟିସ ରମନ୍ନା କହିଛନ୍ତି, “ଆପଣ ସବୁ ମାମଲାରେ ଏପରି ସୁରକ୍ଷା ପାଇପାରିବେ ନାହିଁ। ଆପଣଙ୍କ ସମ୍ପର୍କ ସରକାରଙ୍କ ସହ ଥିବାରୁ ଆପଣ ବଟି ଆଦାୟ କରିବା ଆରମ୍ଭ କରିଥିଲେ। ଆପଣଙ୍କ ସମ୍ପର୍କ ସରକାରଙ୍କ ସହ ଭଲ ରହିଥିଲା ଓ ଆପଣ ସେଥିପାଇଁ ବେଆଇନ ଉପାୟରେ ଅର୍ଥ ଆଦାୟ କରିଥିଲେ।

ଗୋଟିଏ ଦିନ ଆପଣଙ୍କୁ ଏସବୁର ମୂଲ୍ୟ ଦେବାକୁ ପଡ଼ିବ। ସରକାରଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ଥିବାରୁ ଆପଣ ବଟି ଆଦାୟ କରିପାରିବେ। କିନ୍ତୁ ଏହାପରେ ଆପଣଙ୍କୁ ଏସବୁ ସୁଧ ସହ ଫେରସ୍ତ କରିବାକୁ ପଡ଼ିବ। ବହୁତ ଅଧିକ ହେଇ ଯାଉଛି। ଆମେ ଏପରି ବଟି ଆଦାୟ କରୁଥିବା ଅଧିକାରୀମାନଙ୍କୁ କାହିଁକି ସୁରକ୍ଷା ଦେବୁ? ବର୍ତ୍ତମାନ ସୁରକ୍ଷା ମାଗିବା ଦେଶରେ ନୂଆ ଟ୍ରେଣ୍ଡ ହେଲାଣି।”

ଶ୍ରୀ ସିଂହଙ୍କ ଓକିଲ କହିଥିଲେ ଯେ ଗୁରିଜନ୍ଦରଙ୍କ ଭଳି ଅଧିକାରୀଙ୍କୁ ସୁରକ୍ଷା ଜରୁରୀ। କିନ୍ତୁ ଏହାର ଜବାବରେ କୋର୍ଟ କହିଥିଲେ, “ନା, ଏପରି ଅଫିସରମାନେ ଜେଲ ଯିବା ଦରକାର।”

ତଥାପି ଜଷ୍ଟିସ ରମନ୍ନା ଶ୍ରୀ ସିଂହଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବା ସହ ଛତିଶଗଡ଼ ସରକାରଙ୍କୁ ନୋଟିସ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ରେ ହେବ।

ସୂଚନାଯୋଗ୍ୟ, ଅଗଷ୍ଟ ୨୬ରେ ସୁପ୍ରିମକୋର୍ଟ ଆଉ ଗୋଟିଏ ମାମଲାର ଗୁରିଜନ୍ଦର ସିଂହଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିଲେ। ଏହି ସମୟରେ ସରକାର ବଦଳିବା ପରେ ପୁଲିସ୍‌ ଅଫିସରମାନଙ୍କ ବିରୋଧରେ ରୁଜୁ ହେଉଥିବା ଦେଶଦ୍ରୋହ ମାମଲାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story