କାଲିଠାରୁ ସୁପ୍ରିମକୋର୍ଟ ବିଚାରପତିଙ୍କ ଟିକାକରଣ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସୁପ୍ରିମକୋର୍ଟର ସମସ୍ତ ବିଚାରପତିମାନଙ୍କର କରୋନା ଟିକାରକଣ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବର୍ଗରେ ସାମିଲ ହେଉଥିବା ବିଚାରପତିଙ୍କ ପରିବାର ସଦସ୍ୟ ଓ ପୂର୍ବତନ ବିଚାରପତିଙ୍କୁ ମଧ୍ୟ କାଲିଠାରୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯିବ। ସୁପ୍ରିମକୋର୍ଟ ରେଜିଷ୍ଟ୍ରୀଙ୍କ ପକ୍ଷରୁ ଟିକାକରଣ ପାଇଁ କୋର୍ଟ ପରିସରରେ ଗୋଟିଏ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସୁପ୍ରିମକୋର୍ଟ ବିଚାରପତି ଓ ସେମାନଙ୍କ ପରିବାର ସଦସ୍ୟ କୋର୍ଟରେ ହୋଇଥିବା କେନ୍ଦ୍ର କିମ୍ବା ସରକାରଙ୍କ ତାଲିକା ଭୁକ୍ତ ହସ୍ପିଟାଲରେ ଟିକା […]

corona

corona

Hemant Lenka
  • Published: Monday, 01 March 2021
  • Updated: 01 March 2021, 05:56 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସୁପ୍ରିମକୋର୍ଟର ସମସ୍ତ ବିଚାରପତିମାନଙ୍କର କରୋନା ଟିକାରକଣ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବର୍ଗରେ ସାମିଲ ହେଉଥିବା ବିଚାରପତିଙ୍କ ପରିବାର ସଦସ୍ୟ ଓ ପୂର୍ବତନ ବିଚାରପତିଙ୍କୁ ମଧ୍ୟ କାଲିଠାରୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯିବ।

ସୁପ୍ରିମକୋର୍ଟ ରେଜିଷ୍ଟ୍ରୀଙ୍କ ପକ୍ଷରୁ ଟିକାକରଣ ପାଇଁ କୋର୍ଟ ପରିସରରେ ଗୋଟିଏ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସୁପ୍ରିମକୋର୍ଟ ବିଚାରପତି ଓ ସେମାନଙ୍କ ପରିବାର ସଦସ୍ୟ କୋର୍ଟରେ ହୋଇଥିବା କେନ୍ଦ୍ର କିମ୍ବା ସରକାରଙ୍କ ତାଲିକା ଭୁକ୍ତ ହସ୍ପିଟାଲରେ ଟିକା ନେଇପାରିବେ।

କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ ଟିକାର ଦାମ ନିର୍ଦ୍ଧାରଣ କରାଯାଇଛି। ବେସରକାରୀ ହସ୍ପିଟାଲରେ ଗୋଟିଏ ଡୋଜ୍‌ର ଦାମ ୨୫୦ ଟଙ୍କା ରହିଥିବା ରେଜିଷ୍ଟ୍ରୀ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ବିଚାରପତିମାନେ ନିଜ ଇଚ୍ଛା ଅନୁସାରେ କେଉଁ ଟିକା ନେବେ, ତା’ର ବିକଳ୍ପ ଦେଇପାରିବେ ନାହିଁ।

ବର୍ତ୍ତମାନ ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଲୋକଙ୍କୁ ଦିଆଯାଉଛି। ବିଚାରପତିମାନଙ୍କୁ ମଧ୍ୟ ଏହା ମଧ୍ୟରୁ ଗୋଟିଏ କମ୍ପାନୀର ଟିକା ଦିଆଯିବ। ଯେଉଁ ଟିକା ଉପଲବ୍ଧ ଥିବ ସେମାନେ ଏହାର ପ୍ରଥମ ଡୋଜ୍‌ ଆସନ୍ତାକାଲି ଠାରୁ ନେବେ।

ଅନ୍ୟପକ୍ଷରେ ଆଜିଠାରୁ ଦେଶରେ ୬୦ ବର୍ଷ ବୟସରୁ ଅଧିକ ଓ ୪୫ ବର୍ଷ ବୟସରୁ ଅଧିକ ବହୁବିଧ ରୋଗରେ ପୀଡ଼ିତ ଥିବା ଲୋକଙ୍କର ଟିକାକରଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏଥିସହ ସେମାନେ ଅଧିକରୁ ଅଧିକ ଲୋକ ଟିକା ନେବାକୁ ଆହ୍ୱାନ ଦେଇଛନ୍ତି।

ଏହି ପର୍ଯ୍ୟାୟ ଟିକାକରଣରେ ସାମିଲ ହେବାକୁ ଆଜି ଦିନ ୧ଟା ସୁଦ୍ଧା କୋ ୱିନ ଆପ୍‌ରେ ୧୦ ଲକ୍ଷରୁ ଅଧିକ ଲୋକ ପଞ୍ଜୀକରଣ କରି ସାରିଲେଣି। ପ୍ରଥମ ପର୍ଯ୍ୟାୟରେ କରୋନାର ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କର ଟିକାକରଣ କରାଯାଇଥିଲା। ଅଗଷ୍ଟ ସୁଦ୍ଧା ସରକାର ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos