ମିଡିଆକୁ ସକର୍ତବାଣୀ ଶୁଣାଇଲେ ସୁପ୍ରିମକୋର୍ଟ, ସୀମା ଭିତରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଏକପାଖିଆ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ବିଶେଷ କରି ଗୋଟିଏ ନ୍ୟୁଜ ରିପୋର୍ଟରେ ବିଚାରପତିଙ୍କୁ ଟର୍ଗେଟ କରଯାଇଥିବାରୁ ସୁପ୍ରିମକୋର୍ଟ ମିଡିଆକୁ ସୀମା ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି। ବିଚାରପତିଙ୍କୁ ଟାର୍ଗେଟ କରିବାର ଗୋଟିଏ ସୀମା ରହିଛି। ତା’ ମଧ୍ୟରେ ରହି ଆପଣମାନେ ସବୁ କାମ କରନ୍ତୁ ବୋଲି କୋର୍ଟ କହିଛନ୍ତି। ବିଭିନ୍ନ ଖ୍ରୀଷ୍ଟିଆନ ସଂପ୍ରଦାୟର ଅନୁଷ୍ଠାନ ଉପରେ ଆକ୍ରମଣ ଘଟଣା ବଢ଼ୁଥିବା ବେଳେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ […]

sc

sc

Hemant Lenka
  • Published: Thursday, 28 July 2022
  • Updated: 28 July 2022, 04:49 PM IST

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଏକପାଖିଆ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ବିଶେଷ କରି ଗୋଟିଏ ନ୍ୟୁଜ ରିପୋର୍ଟରେ ବିଚାରପତିଙ୍କୁ ଟର୍ଗେଟ କରଯାଇଥିବାରୁ ସୁପ୍ରିମକୋର୍ଟ ମିଡିଆକୁ ସୀମା ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି। ବିଚାରପତିଙ୍କୁ ଟାର୍ଗେଟ କରିବାର ଗୋଟିଏ ସୀମା ରହିଛି। ତା’ ମଧ୍ୟରେ ରହି ଆପଣମାନେ ସବୁ କାମ କରନ୍ତୁ ବୋଲି କୋର୍ଟ କହିଛନ୍ତି।

ବିଭିନ୍ନ ଖ୍ରୀଷ୍ଟିଆନ ସଂପ୍ରଦାୟର ଅନୁଷ୍ଠାନ ଉପରେ ଆକ୍ରମଣ ଘଟଣା ବଢ଼ୁଥିବା ବେଳେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। କିନ୍ତୁ କୋର୍ଟ ଏହାର ଶୁଣାଣିରେ ବିଳମ୍ବ କରିଥିବାରୁ ଗୋଟିଏ ମିଡିଆ ହାଉସ ବିଚାରପତିଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲା।

ଆଜି ଉକ୍ତ ଆବେଦନର ଶୁଣାଣି ବେଳେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ  ବଡ଼ କଥା କହିଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ଗତଥର ଏହି ଆବେଦନର ଶୁଣାଣି ହୋଇ ପାରି ନଥିଲା। କାରଣ ମୁଁ କୋଭିଡରେ ଆକ୍ରାନ୍ତ ଥିଲି। ହେଲେ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲେ ଯେ ସୁପ୍ରିମକୋର୍ଟ ଶୁଣାଣିରେ ବିଳମ୍ବ କରୁଛନ୍ତି। କିନ୍ତୁ ମନେ ରଖନ୍ତୁ, ବିଚାରପତିଙ୍କୁ ଟାର୍ଗେଟ କରିବା ପାଇଁ ଆପଣମାନଙ୍କ ପାଖରେ ନିର୍ଦ୍ଦିଷ୍ଟ ସୀମା ରହିଛି। କିଏ ଏହି ନ୍ୟୁଜ ସବୁ ଏଠାରୁ ବାହାରକୁ ଦେଉଛି? ଅନଲାଇନରେ ମୁଁ ନ୍ୟୁଜ ଦେଖିଲା ବେଳକୁ ବିଚାରପତି ଶୁଣାଣିକୁ ବିଳମ୍ବିତ କରୁଥିବା ଲେଖାଯାଇଛି।

ଗତଥର ଜଣେ ବିଚାରପତି କୋଭିଡରେ ଆକ୍ରାନ୍ତ ଥିବାରୁ ମାମଲାର ଶୁଣାଣି କରାଯାଇ ପାରି ନଥିଲା। ସେ ଯାହା ବି ହେଉ, ଆମେ ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରୁଛୁ। ନ ହେଲେ ପୁଣି ଗୋଟିଏ ନ୍ୟୁଜ ରିପୋର୍ଟ ପ୍ରକାଶ ପାଇବ।”

ବରିଷ୍ଠ ଆଇନଜୀବୀ କୋଲିନ ଗୋନସାଲଭେସ ଜୁନ୍‌ ମାସରେ ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚ ନିକଟରେ ଗୋଟିଏ ଆବେଦନ ଦାଖଲ କରିଥିଲେ। ଏଥିରେ ସେ କହିଥିଲେ ଯେ ଖ୍ରୀଷ୍ଟିଆନ ଅନୁଷ୍ଠାନଗୁଡ଼ିକ ଉପରେ ପ୍ରତି ମାସରେ ୪୫ରୁ ୫୦ ଥର ଆକ୍ରମଣ କରାଯାଉଛି। ଏହି ସଂଖ୍ୟା ଏବେ ବଢ଼ିଲାଣି। ତେଣୁ ଖ୍ରୀଷ୍ଟିଆନମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story