ଲକଡାଉନ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ୁଥିବାରୁ ଉତ୍ତର ପ୍ରଦେଶର ୫ ରାଜ୍ୟରେ ତୁରନ୍ତ ଲକଡାଉନ ଲାଗୁ କରିବାକୁ ହାଇକୋର୍ଟ ଦେଇଥିବା ରାୟ ଉପରେ ଆଜି ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ସୋମବାର ଆହ୍ଲାବାଦ ହାଇକୋର୍ଟ ଲକଡାଉନ ନିର୍ଦ୍ଦେଶ ଦେବା ପରେ ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଲକଡାଉନ ଲାଗୁ ଉପରେ ରୋକ ଲଗାଇଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେ […]

UP

UP

Hemant Lenka
  • Published: Tuesday, 20 April 2021
  • Updated: 20 April 2021, 05:17 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ୁଥିବାରୁ ଉତ୍ତର ପ୍ରଦେଶର ୫ ରାଜ୍ୟରେ ତୁରନ୍ତ ଲକଡାଉନ ଲାଗୁ କରିବାକୁ ହାଇକୋର୍ଟ ଦେଇଥିବା ରାୟ ଉପରେ ଆଜି ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ସୋମବାର ଆହ୍ଲାବାଦ ହାଇକୋର୍ଟ ଲକଡାଉନ ନିର୍ଦ୍ଦେଶ ଦେବା ପରେ ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଲକଡାଉନ ଲାଗୁ ଉପରେ ରୋକ ଲଗାଇଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେ ବିଷୟରେ ବିସ୍ତୃତ ଭାବେ ସୁପ୍ରିମକୋର୍ଟଙ୍କୁ ଜଣାଇବେ। ଏଥିପାଇଁ କୋର୍ଟ ରାଜ୍ୟ ସରକାରଙ୍କ ଗୋଟିଏ ସପ୍ତାହର ସମୟ ଦେଇଛନ୍ତି।

ଆହ୍ଲାବାଦ ହାଇକୋର୍ଟ ଏପ୍ରିଲ ୨୬ ଯାଏ ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣସୀ, କାନପୁର ଓ ଗୋରଖପୁରରେ ଲକଡାଉନ ଲାଗୁ କରିବାକୁ କହିଥିଲେ। ଗତକାଲି ସନ୍ଧ୍ୟାରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏହାକୁ କାର୍ଯ୍ୟକାରୀ କରିବେ ନାହିଁ କହିଥିଲେ। ଏଥିସହ ଆଜି ସକାଳୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଉତ୍ତର ପ୍ରଦେଶ ସରକାର ତାଙ୍କ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ରାଜ୍ୟର ୫ ସହରରେ ନ୍ୟାୟପାଳିକା ନିର୍ଦ୍ଦେଶରେ ଲକଡାଉନ ଲାଗୁ କରିବା ସମ୍ଭବତଃ ଠିକ୍‌ ଆଭିମୁଖ୍ୟ ନୁହେଁ। ସେହିପରି କିଛି ନ ବୁଝି ନ ବିଚାରି ୫ ସହରେ ହଠାତ୍‌ ଲକଡାଉନ ଲାଗୁ କଲେ ଏହା ପ୍ରଶାସନିକ ସମସ୍ୟା ସୃଷ୍ଟି କରିପାରେ।

ହାଇକୋର୍ଟଙ୍କ ଚିନ୍ତାକୁ ଆମେ ବୁଝିପାରୁଛୁ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନିଆଯାଇଛି। ଲକଡାଉନ ଲାଗୁ ନ କରି ମଧ୍ୟ ଆମେ ଜୀବନ ଓ ଜୀବିକା ରକ୍ଷା କରିପାରିବା ବୋଲି ସରକାରଙ୍କ ପକ୍ଷରୁ ତୁଷାର ମେହେଟା ଯୁକ୍ତି କରିଥିଲେ। କୋର୍ଟ ଏହା ଶୁଣିବା ପରେ ହାଇକୋର୍ଟଙ୍କ ଲକଡାଉନ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos