ନିଟ୍‌ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ କହିଲେ ‘ସରି କିନ୍ତୁ ନା’

ନୂଆଦିଲ୍ଲୀ: ମାତ୍ର ଦୁଇ ଜଣ ଛାତ୍ରଙ୍କ ପାଇଁ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ପୁଣି ଆୟୋଜନ କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଦଳାଇ ଦେଇଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ‘ସରି କିନ୍ତୁ ନା’ ବୋଲି କହିଛନ୍ତି। ଯଦି ସୁପ୍ରିମକୋର୍ଟ ନିଟ ୟୁଜି ପାଇଁ ପୁନଃ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତି, ତା’ହେଲେ ଏହା ପ୍ରତିବର୍ଷ ଗୋଟିଏ ଅଭ୍ୟାସରେ ପରିଣତ ହୋଇଯିବ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ। କିଛି ଦିନ ତଳେ ବମ୍ବେ ହାଇକୋର୍ଟ […]

NEET

NEET

Hemant Lenka
  • Published: Friday, 12 November 2021
  • Updated: 12 November 2021, 04:59 PM IST

Sports

Latest News

ନୂଆଦିଲ୍ଲୀ: ମାତ୍ର ଦୁଇ ଜଣ ଛାତ୍ରଙ୍କ ପାଇଁ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ପୁଣି ଆୟୋଜନ କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଦଳାଇ ଦେଇଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ‘ସରି କିନ୍ତୁ ନା’ ବୋଲି କହିଛନ୍ତି। ଯଦି ସୁପ୍ରିମକୋର୍ଟ ନିଟ ୟୁଜି ପାଇଁ ପୁନଃ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତି, ତା’ହେଲେ ଏହା ପ୍ରତିବର୍ଷ ଗୋଟିଏ ଅଭ୍ୟାସରେ ପରିଣତ ହୋଇଯିବ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ।

କିଛି ଦିନ ତଳେ ବମ୍ବେ ହାଇକୋର୍ଟ ୨ ଜଣ ମେଡିକାଲ ଆଶାୟୀଙ୍କ ପାଇଁ ପୁଣି ନିଟ୍‌ ପରୀକ୍ଷା କରିବାକୁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କେନ୍ଦ୍ର ସରକାର ନିଜ ପକ୍ଷ ରଖି କହିଥିଲେ ଯେ ଚଳିତ ବର୍ଷ ୧୬ ଲକ୍ଷ ପିଲା ନିଟ୍ ପରୀକ୍ଷା ଦେଇଥିଲେ। କେବଳ ୨ ଜଣଙ୍କ ପାଇଁ ପୁଣି ଯଦି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଏ, ତା’ହେଲେ ଏହା ଗୋଟିଏ ଢାଞ୍ଚାରେ ପଡ଼ିଯିବ। ପ୍ରତିବର୍ଷ ଶିକ୍ଷାର୍ଥୀମାନେ ବିଭିନ୍ନ କାରଣ ଦର୍ଶାଇ ପୁନଃ ପରୀକ୍ଷା ପାଇଁ ଆବେଦନ କରିବେ। ତେଣୁ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅଗ୍ରାହ୍ୟ କରନ୍ତୁ।

ଏହାପରେ ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଏଲଏନ ରାଓ କହିଥିଲେ ଯେ “ଆମେ ଶିକ୍ଷାର୍ଥୀଙ୍କ ପାଇଁ ଦୁଃଖିତ। ଆମର ସହାନୁଭୂତି ସେମାନଙ୍କ ସହ ରହିଛି। କିନ୍ତୁ ପୁନଃ ପରୀକ୍ଷା ହୋଇପାରିବନି।” ଅକ୍ଟୋବର ୨୦ରେ ବମ୍ବେ ହାଇକୋର୍ଟ ଦୁଇ ଜଣ ୧୯ ବର୍ଷୀୟ ଶିକ୍ଷାର୍ଥୀଙ୍କ ଆବେଦନର ଶୁଣାଣି କରିଥିଲେ।

ସେମାନେ ଆବେଦନରେ କହିଥିଲେ ଯେ ସୋଲାପୁର ସ୍ଥିତ ପରୀକ୍ଷା କେନ୍ଦ୍ରର ଇନଭିଜଲେଟର୍ସ ସେମାନଙ୍କୁ ଭୁଲ ଟେଷ୍ଟ ବୁକଲେଟ୍ସ ଓ ଉତ୍ତର ସିଟ୍‌ ଦେଇଥିଲେ। ଏହାକୁ ସେମାନେ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହା ଶୁଣିବା ପରେ ହାଇକୋର୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଦୁଇ ଆବେଦନକାରୀଙ୍କ ପାଇଁ ପୁଣି ପରୀକ୍ଷାର ବ୍ୟବସ୍ଥା କରିବାକୁ କହିଥିଲେ। ପରୀକ୍ଷାର ୪୮ ଘଣ୍ଟା ପୂର୍ବରୁ ସେମାନଙ୍କୁ ତାରିଖ ଓ କେନ୍ଦ୍ର ବିଷୟରେ ସୂଚିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ନଭେମ୍ବର ୧ରେ ନିଟ୍‌ ରେଜଲ୍ଟ ପ୍ରକାଶ ପାଇଥିଲା। ସର୍ବଭାରତୀୟ ସ୍ତରରେ ୩ ଜଣ ଶିକ୍ଷାର୍ଥୀ ଟପ୍‌ ୧ ରାଙ୍କରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos