‘ପସନ୍ଦ ଆସୁନି ତ ଦେଖନି’: ଟୁଲକିଟ୍‌ ମାମଲାର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାମାରୀ କରୋନା ଉପରେ କଂଗ୍ରେସର ତଥାକଥିତ ଟୁଲକିଟ୍‌ ବିରୋଧରେ ଆଗତ ଆବେଦନର ଶୁଣାଣି କରିବାକୁ ଆଜି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯଦି ଆବେଦନକାରୀଙ୍କୁ କରୋନା ଉପରେ ଆସିଥିବା ଟୁଲକିଟ୍‌ ପସନ୍ଦ ଆସୁନି, ତା’ହେଲେ ସେ ଏହାକୁ ଅଣଦେଖା କରନ୍ତୁ। ଏହା ଗୋଟିଏ ରାଜନୀତିକ ଦଳର ରାଜନୀତିକ ଅପପ୍ରଚାର। ଆମେ ଜନହିତ ଆବେଦନ ଜରିଆରେ ଏହାର ଶୁଣାଣି କରିପାରିବୁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି […]

SC

SC

Hemant Lenka
  • Published: Monday, 05 July 2021
  • Updated: 05 July 2021, 05:06 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଉପରେ କଂଗ୍ରେସର ତଥାକଥିତ ଟୁଲକିଟ୍‌ ବିରୋଧରେ ଆଗତ ଆବେଦନର ଶୁଣାଣି କରିବାକୁ ଆଜି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯଦି ଆବେଦନକାରୀଙ୍କୁ କରୋନା ଉପରେ ଆସିଥିବା ଟୁଲକିଟ୍‌ ପସନ୍ଦ ଆସୁନି, ତା’ହେଲେ ସେ ଏହାକୁ ଅଣଦେଖା କରନ୍ତୁ। ଏହା ଗୋଟିଏ ରାଜନୀତିକ ଦଳର ରାଜନୀତିକ ଅପପ୍ରଚାର। ଆମେ ଜନହିତ ଆବେଦନ ଜରିଆରେ ଏହାର ଶୁଣାଣି କରିପାରିବୁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଆପଣ ମନେ ରଖିବା ଉଚିତ ଯେ ଭାରତ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର। ଏପରି ତୁଚ୍ଛ ଆବେଦନ ଉପରେ ଶୁଣାଣି କରାଯାଇ ପାରିବ ନାହିଁ। ଆବେଦନକାରୀ ହାଇକୋର୍ଟ ଯାଇ ପାରନ୍ତି। ଏହାପରେ ଆବେଦନକାରୀ ଉକ୍ତ ଆବେଦନକୁ ସୁପ୍ରିମକୋର୍ଟରୁ ପ୍ରତ୍ୟାହାର କରି ନେଇଛନ୍ତି।

ମହାମାରୀ କରୋନା ବେଳେ କଂଗ୍ରେସ ଦେଶକୁ ଓ ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଟୁଲକିଟ୍‌ ପ୍ରସ୍ତୁତ କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଟୁଲ୍‌କିଟ୍‌ରେ କଂଗ୍ରେସ ତା’ର କର୍ମୀମାନଙ୍କୁ କରୋନା ଭାଇରସର ବିଭିନ୍ନ ରୂପକୁ ମୋଦି ଓ ଇଣ୍ଡିଆନ ଷ୍ଟ୍ରେନ ଭାବେ ପ୍ରଚାର କରିବାକୁ କହିଥିଲା। ସେହିପରି କୁମ୍ଭ ମେଳାକୁ କରୋନାର ସୁପର ସ୍ପ୍ରେଡର ଭାବେ ବିବେଚନା କରିବାକୁ କଂଗ୍ରେସ ଅଭିଯାନ ଆରମ୍ଭ କରିବାକୁ ଟୁଲକିଟରେ କହିଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଅଭିଯୋଗ କରିଥିଲେ।

ଜଣେ ଓକିଲ ଏହାର ଏନଆଇଏ ଦ୍ୱାର ତଦନ୍ତ କରିବାକୁ ଆବେଦନ କରିଥିଲେ। ଯଦି ଅଭିଯୋଗ ସତ ହୋଇଥିବ, ତା’ହେଲେ କଂଗ୍ରେସ ପାର୍ଟିକୁ ମିଳିଥିବା ରାଜନୀତିକ ମାନ୍ୟତା ପ୍ରତ୍ୟାହାର କରିନେବାକୁ ଆବେଦନକାରୀ ଦାବି କରିଥିଲେ।

ଆବେଦନକାରୀ ଓକିଲ ଶଶାଙ୍କ ଶେଖର ଝା ତାଙ୍କ ଆବେଦନରେ କଂଗ୍ରେସ ପାର୍ଟି, ଭାରତ ସରକାର ଓ ନିର୍ବାଚନ ଆୟୋଗକୁ ପକ୍ଷଭୁକ୍ତ କରିଥିଲେ। ସେ ତଥାକଥିତ କଂଗ୍ରେସ ଟୁଲକିଟ୍‌ ମାମଲାର କେନ୍ଦ୍ର ସରକାର ପ୍ରାରମ୍ଭିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଥିଲେ। ହେଲେ ସୁପ୍ରିମକୋର୍ଟ ଏହି ଆବେଦନକୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story