ସେଣ୍ଟ୍ରାଲ ଭିସ୍ତା ବିରୋଧୀ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ବିରୋଧରେ ଆଗତ ଗୋଟିଏ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରି ଦେଇଛନ୍ତି। ସେଣ୍ଟ୍ରାଲ ଭିସ୍ତା ପୁନଃନବୀକରଣ ଯୋଜନା ଦ୍ୱାରା ପବ୍ଲିକ ରିକ୍ରିଏସନାଲ ଜୋନକୁ ପ୍ରଭାବିତ କରିବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ସୁପ୍ରିମକୋର୍ଟ ଏହାକୁ ଖାରଜ କରି କହିଛନ୍ତି ଯେ ସବୁ କିଛି କି ସମାଲୋଚନା କରାଯାଇପାରିବ। କିନ୍ତୁ ସବୁ ପ୍ରସଙ୍ଗରେ ଗଠନମୂଳକ ସମାଲୋଚନା ଗ୍ରହଣୀୟ। ଏଠାରେ କୌଣସି ପ୍ରକାରର ପ୍ରାଇଭେଟ ସମ୍ପତ୍ତି ତିଆରି କରାଯାଉନି। ଉପ ରାଷ୍ଟ୍ରପତିଙ୍କ […]

SC

SC

Hemant Lenka
  • Published: Tuesday, 23 November 2021
  • Updated: 23 November 2021, 08:05 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ବିରୋଧରେ ଆଗତ ଗୋଟିଏ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରି ଦେଇଛନ୍ତି। ସେଣ୍ଟ୍ରାଲ ଭିସ୍ତା ପୁନଃନବୀକରଣ ଯୋଜନା ଦ୍ୱାରା ପବ୍ଲିକ ରିକ୍ରିଏସନାଲ ଜୋନକୁ ପ୍ରଭାବିତ କରିବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ସୁପ୍ରିମକୋର୍ଟ ଏହାକୁ ଖାରଜ କରି କହିଛନ୍ତି ଯେ ସବୁ କିଛି କି ସମାଲୋଚନା କରାଯାଇପାରିବ। କିନ୍ତୁ ସବୁ ପ୍ରସଙ୍ଗରେ ଗଠନମୂଳକ ସମାଲୋଚନା ଗ୍ରହଣୀୟ। ଏଠାରେ କୌଣସି ପ୍ରକାରର ପ୍ରାଇଭେଟ ସମ୍ପତ୍ତି ତିଆରି କରାଯାଉନି। ଉପ ରାଷ୍ଟ୍ରପତିଙ୍କ ପାଇଁ ବାସଭବନ କରାଯାଉଛି। ଏହାର ଚାରି ପାଖରେ ସବୁଜ ବଳୟ ରଖିବାକୁ ନିର୍ମାଣକର୍ତ୍ତା ବାଧ୍ୟ। ଏହି ପ୍ରସ୍ତାବକୁ ବିଭାଗୀୟ ଅଧିକାରୀ ଅନୁମତି ଦେଇ ସାରିଛନ୍ତି। ନଚେତ ଆମେ ଏହି ପ୍ରକ୍ରିୟାରେ ବେଆଇନ କାମ ହେଉଥିବା କହିଥାଆନ୍ତୁ ବୋଲି ଶୁଣାଣି ବେଳେ ଜଷ୍ଟିସ ଏଏମ ଖାନୱିଲକର କହିଛନ୍ତି।

ଆମେ କ’ଣ ଏବେ ସାଧାରଣ ଲୋକଙ୍କୁ ଉପ ରାଷ୍ଟ୍ରପତିଙ୍କ ବାସଭବନ କେଉଁଠି ହେବା ଦରକାର ବୋଲି ପଚାରିବା ଆରମ୍ଭ କରିବୁ କି ଜଷ୍ଟିସ ଖାନୱିଲକର କଡ଼ା ସ୍ୱରରେ ପ୍ରଶ୍ନ କରିଛନ୍ତି।

ହାର୍ଟ ଅଫ ଦିଲ୍ଲୀର ୩.୨ କିମି ଅଞ୍ଚଳରେ ୨୦ ହଜାର କୋଟି ଟଙ୍କାରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାକୁ ନେଇ ଅନେକ ସମୟରେ ବିବାଦ ମଧ୍ୟ ଦେଖାଯାଉଛି।
ସାମାଜିକ କର୍ମୀ ରାଜୀବ ସୂରି ତାଙ୍କ ଆବେଦନରେ କହିଥିଲେ ଯେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ପାଇଁ ବ୍ୟବହାର ହେଉଥିବା କିଛି ସ୍ଥାନ ଲୋକଙ୍କ ପାଇଁ ଛଡ଼ା ଯାଇଥିବା ଅଞ୍ଚଳକୁ ଆବାସିକ ଅଞ୍ଚଳରେ ପରିଣତ କରିଦେବ। ଲୋକଙ୍କ ପାଇଁ ଉପଲବ୍ଧ ଥିବା ଅଞ୍ଚଳଗୁଡ଼ିକୁ ଏହା ପ୍ରଭାବିତ କରିବ।

ତେବେ ସରକାର ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଜରିଆରେ ଅନେକ ପବ୍ଲିକ ରି-କ୍ରିଏସନାଲ ସ୍ଥାନ ତିଆରି କରୁଥିବା ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ପବ୍ଲିକ ରିକ୍ରିଏସନାଲ ସ୍ଥାନ ଗୁଡ଼ିକ ପୂର୍ବାପେକ୍ଷା ସାଧାରଣ ଲୋକଙ୍କୁ ଅଧିକ ଫାଇଦା ଦେବ। ତେଣୁ ଏପରି ଏକ  ମୂଲ୍ୟହୀନ ଆବେଦନକୁ ଖାରଜ କରିବାକୁ ଅନୁରୋଧ କରିଥିଲେ।

ମୋଟ ୨୦ ହଜାର କୋଟି ଟଙ୍କାର ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ଏକାଧିକ ନିର୍ମାଣ କାମ କରାଯାଉଛି। ଏହା ମଧ୍ୟରେ ସଂସଦର ନୂଆ ଭବନ ସହ ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍‌ ଯାଏ ଥିବା ସରକାରୀ ବାସଭବନ ଓ ବିଲଡିଂକୁ ନୂଆ କରି ତିଆରି କରାଯିବାର ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story