ହିଜାବ ବିବାଦ: ଭିନ୍ନ ମତ ରଖିଲେ ଦୁଇ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ହୋଇପାରିଲାନି ଶୁଣାଣି। ୨ ଜଣିଆ ଖଣ୍ଡପୀଠଙ୍କ ଭିନ୍ନ ମତ ହେତୁ ମାମଲା ବଡ ବେଞ୍ଚକୁ ଯାଇଛି। ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠକୁ ଏହି ମାମଲା ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ସର୍ବସମ୍ମତି କ୍ରମେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏହା ଉପରେ ନିଷ୍ପତ୍ତି ନେବେ।

ଗୁରୁବାର ଦିନ ଜଷ୍ଟିସ ହେମନ୍ତ ଗୁପ୍ତା ତାଙ୍କ ରାୟ ଦେବାବେଳେ କର୍ଣ୍ଣାଟକ ସରକାରଙ୍କ ତରଫରୁ ହିଜାବ ନିଷେଧାଦେଶ ଜାରି କରି ବିରୋଧକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିସହିତ ଜଷ୍ଟିସ୍ ଧୁଲିଆ କର୍ଣ୍ଣାଟକ ସରକାରଙ୍କ ହିଜାବକୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଭୁଲ ବୋଲି କହିଥିଲେ । ଏଭଳି ସ୍ଥିତିରେ ଦୁଇ ବିଚାରପତିଙ୍କ ଭିନ୍ନ ନିଷ୍ପତ୍ତି ଯୋଗୁଁ ମାମାଲାର ଶୁଣାଣି ହୋଇପାରିନି।

ସୂଚନାଥାଉ କି, କର୍ଣ୍ଣାଟକର ବିଭିନ୍ନ ସ୍କୁଲ ଓ କଲେଜରେ ହିଜାବ ବ୍ୟାନ୍ ମାମଲାରେ ଆଜି ସୁପ୍ରିମକୋର୍ଟରେ ରାୟ ଆସିବାର ଥିଲା । ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ବିବାଦ ଲାଗି ରହିଛି । ପ୍ରଥମେ ଗୋଟିଏ ସ୍ଥାନରୁ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ପରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରୁ ବ୍ୟାପୀ ଯାଇଥିଲା। ପରେ ଏହା ଜାତୀୟ ପ୍ରସଙ୍ଗ ପାଲଟିଯାଇଥିଲା।

ସୁପ୍ରିମକୋର୍ଟରେ ଲଗାତର ୧୦ ଦିନ ଧରି ଏହି ମାମଲାର ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୨୨ରେ ରାୟ ସଂରକ୍ଷିତ ରଖାଯାଇଥିଲା। କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେଇ ହୋଇଥିବା ମୋଟ ୨୩ଟି ଆବେଦନ ଉପରେ ଖଣ୍ଡପୀଠ ଶୁଣାଣି କରିଥିଲେ।

ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷ, ସ୍କୁଲ କର୍ତ୍ତୃପକ୍ଷ ଏବଂ ଶିକ୍ଷକମାନଙ୍କୁ ଠାରୁ ଏହି ପ୍ରସଙ୍ଗରେ ଯୁକ୍ତି ଶୁଣିଥିଲେ। ଏହି ସମୟରେ ସୁପ୍ରିମକୋର୍ଟରେ ବିଭିନ୍ନ ପ୍ରକାରର ଦଲିଲ ଉପସ୍ଥାପନ କରାଯାଇଥିଲା। ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟବହାର ସପକ୍ଷ ଏବଂ ବିପକ୍ଷରେ ଉଭୟ ପକ୍ଷ ଯୁକ୍ତି ରଖିଥିଲେ। ସୁପ୍ରିମକୋର୍ଟ ସେହି ଦଲିଲ ଏବଂ ତର୍କ ଆଧାରରେ ଆଜି ରାୟ ଶୁଣାଇବାର ଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।