ଦେଶଦ୍ରୋହ ଆଇନ ଉପରେ ଲାଗିବ କି ରୋକ? କାଲି ଯାଏ କେନ୍ଦ୍ରକୁ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଲାଗୁ ହେଉଥିବା ଦେଶଦ୍ରୋହ ଆଇନ ଉପରେ ନିଜର ମତ ସ୍ପଷ୍ଟ କରିବାକୁ ଆସନ୍ତାକାଲି ଯାଏ କେନ୍ଦ୍ର ସରକାରଙ୍କୁ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ଜାରି ରହିଥିବା ଦେଶଦ୍ରୋହ ଆଇନକୁ କେନ୍ଦ୍ର ସରକାର ପୁଣି ତର୍ଜମା କରୁଥିବା ଗତକାଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ତେଣୁ ସମୀକ୍ଷା ନ ସରିବା ଯାଏ ଦେଶଦ୍ରୋହ ଆଇନ ଉପରେ ରୋକ ଲଗାଯିବ କି ନାହିଁ, ସେକଥା ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଦେଶଦ୍ରୋହ ଆଇନର […]

sc

sc

Hemant Lenka
  • Published: Tuesday, 10 May 2022
  • Updated: 10 May 2022, 05:02 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଲାଗୁ ହେଉଥିବା ଦେଶଦ୍ରୋହ ଆଇନ ଉପରେ ନିଜର ମତ ସ୍ପଷ୍ଟ କରିବାକୁ ଆସନ୍ତାକାଲି ଯାଏ କେନ୍ଦ୍ର ସରକାରଙ୍କୁ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ଜାରି ରହିଥିବା ଦେଶଦ୍ରୋହ ଆଇନକୁ କେନ୍ଦ୍ର ସରକାର ପୁଣି ତର୍ଜମା କରୁଥିବା ଗତକାଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ।

ତେଣୁ ସମୀକ୍ଷା ନ ସରିବା ଯାଏ ଦେଶଦ୍ରୋହ ଆଇନ ଉପରେ ରୋକ ଲଗାଯିବ କି ନାହିଁ, ସେକଥା ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଦେଶଦ୍ରୋହ ଆଇନର ସମୀକ୍ଷା ଶେଷ କରି ନାହାନ୍ତି, ସେପର୍ଯ୍ୟନ୍ତ ଯେଉଁମାନଙ୍କ ନାଁରେ ଆଇପିସି ୧୨୪-ଏ ଦ୍ୱାରା ରୁଜୁ ହୋଇଥିବା ମାମଲା ଗୁଡ଼ିକର ବିଚାର କେମିତି ହେବ? ଫୈସଲା ହେବା ଯାଏ ଲୋକଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇ ପାରିବ କି ନାହିଁ, ସେକଥା ଆସନ୍ତାକାଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ସଲିସେଟର ଜେନେରାଲ ତୁଷାର ମହେଟାଙ୍କୁ କହିଛନ୍ତି, “ଆମେ ଆପଣଙ୍କୁ ଆସନ୍ତାକାଲି ଯାଏ ସରକାରଙ୍କ ଠାରୁ ଉପଯୁକ୍ତ ଜବାବ ନେଇ ଆସିବାକୁ ସମୟ ଦେଉଛୁ। ଆମର ଚିନ୍ତା ପଡ଼ି ରହିଥିବା ଓ ଭବିଷ୍ୟତର ମାମଲା ପାଇଁ ରହିଛି। ଆଇନର ସମୀକ୍ଷା ଶେଷ ନ ହେବା, ଯାଏ ମାମଲାଗୁଡ଼ିକର କେମିତି ବିଚାର ହେବ? ବର୍ତ୍ତମାନ ସୁଦ୍ଧା ଯେଉଁମାନଙ୍କ ନାଁରେ ଦେଶଦ୍ରୋହ ମାମଲା ରହିଛି ଓ ଆଗକୁ ଯେଉଁମାନଙ୍କ ନାଁରେ ଦେଶଦ୍ରୋହ ମାମଲା ହେବ, ସେମାନଙ୍କ ସ୍ୱାର୍ଥକୁ ବିଚାର କରିବାକୁ ପଡ଼ିବ। ସମୀକ୍ଷା ଶେଷ ହେବା ଯାଏ ଏଗୁଡ଼ିକ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି କି, ତା’ର ଜବାବ ଆସନ୍ତାକାଲି ଦେବେ।”

ଏହପୂର୍ବରୁ ଆଇନର ସମୀକ୍ଷା ପାଇଁ ଅଧିକ ସମୟ ଓ ଆଇନର ଅପବ୍ୟବହାର ବଢ଼ୁଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣ ମାରିଥିଲେ। ଜଷ୍ଟିସ ରମନ୍ନା କହିଥିଲେ, “ସରକାର କହୁଛନ୍ତି ସେମାନେ ସମୀକ୍ଷା କରୁଛନ୍ତି। କିନ୍ତୁ ଆମେ ଅଯଥା କାମ କରିପାରିବୁ ନାହିଁ। ଆମେ ଯେମିତି ହେଲେ ବି କେତେ ସମୟ ଦିଆଯିବ, ତା’ର ନିଷ୍ପତ୍ତି ନେବୁ। କ’ଣ ଜଣେ ଦୀର୍ଘ ମାସ ଧରି ଜେଲରେ ରହିବେ? ଆପଣଙ୍କ ସତ୍ୟପାଠ ସିଭିଲ ସ୍ୱତନ୍ତ୍ରତା କଥା କହୁଛି। ଆପଣ କେମିତି ସେହି ସବୁ ସ୍ୱତନ୍ତ୍ରତାଗୁଡ଼ିକର ସୁରକ୍ଷା କରିବେ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story