ଷ୍ଟାରବକ୍ସ ଇଣ୍ଡିଆର ସିଇଓ ହେଲେ ଓଡ଼ିଶାର ସୁଶାନ୍ତ ଦାଶ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ କଫି ହାଉସ ଚେନ୍‌ ଷ୍ଟାରବକ୍ସ ଭାରତ ସିଇଓ ହୋଇଛନ୍ତି ଓଡ଼ିଶାର ସୁଶାନ୍ତ ଦାଶ। ଷ୍ଟାରବକସ ଇଣ୍ଡିଆ ଟାଟର ମାଲିକାନାରେ ରହିଛି। ସେ ମେ’ ୧ରୁ ଏହି ଦାୟିତ୍ୱ ସମ୍ଭାଳିବେ। ଭାରତର ପ୍ରିମିୟମ କଫି ବ୍ରାଣ୍ଡର ସିଇଓ ପଦରେ ନିଯୁକ୍ତି ପାଇବା ପରେ ସୁଶାନ୍ତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୁଶାନ୍ତ ଦାଶ ରେଭେନ୍ସା କଲେଜ୍‌ରୁ ୧୯୯୫ରେ ଅର୍ଥନୀତି ଓ ପରିସଂଖ୍ୟନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିଲେ। ଟାଟାର ଲୋକପ୍ରିୟ ବିଜ୍ଞାପନରେ ଦିଆଯାଉଥିବା ‘ଜାଗୋ ରେ’ ନାରା ସୁଶାନ୍ତ ଦାଶ ହିଁ ପ୍ରଥମଥର ପାଇଁ ୧୦ ବର୍ଷ ତଳେ ପ୍ରଥମଥର ଲେଖିଥିଲେ। ଏବେ ସେ ଭାରତ ଓ ମଧ୍ୟପ୍ରାଚ୍ୟରେ ଥିବା Tata Global Beveragesର ଆଞ୍ଚଳିକ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି।

ଟାଟା ଯେତେବେଳେ ପ୍ରଥମଥର ଭାରତରେ ଷ୍ଟାରବକ୍ସ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲା ସେତେବେଳେ ଏହାର କୋର କମିଟିରେ ଶ୍ରୀ ଦାଶ ରହିଥିଲେ। ଏହା କେମିତି ଲୋକଙ୍କ ପାଖରେ ପହଞ୍ଚିବ, ତା’ର ପୂରା ଦାୟିତ୍ୱ ତାଙ୍କ କାନ୍ଧ ଉପରେ ରହିଥିଲା। ବର୍ତ୍ତମାନ ଦେଶର ୧୭ଟି ସହରର ୨୧୫ରୁ ଅଧିକ ଷ୍ଟୋରରେ ଏହି ପ୍ରିମିୟମ କଫି ଚେନ୍‌ କାର୍ଯ୍ୟକ୍ଷମ କରୁଛି।

ଷ୍ଟାରବକ୍ସ‌ ଇଣ୍ଡିଆର ସିଇଓ ଭାବେ କାର୍ଯ୍ୟ କରୁଥିବା ନୀବନ ଗୁରନାନେଙ୍କ ସ୍ଥାନରେ ଶ୍ରୀ ଦାଶ ମେ’ ୧ରେ ଦାୟିତ୍ୱ ଗ୍ରହଣ କରିବେ। ୨୦୧୨ରେ ଷ୍ଟାରବକ୍ସ ଇଣ୍ଡିଆରେ ଲଞ୍ଚ କରିଥିଲା। ୪ର୍ଥ ସିଇଓ ଭାବେ ଶ୍ରୀ ଦାଶ ଏହି ପଦରେ ବସିବାକୁ ଯାଉଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।