‍‍‍‍‍‍‍‍‍ନିଲମ୍ବିତ ବିଜେପି ନେତ୍ରୀ ଗିରଫ , ଚାକରାଣୀଙ୍କୁ ଜିଭରେ ପାଇଖାନା ସଫା କରିବାକୁ କହିଥିଲେ

ରାଞ୍ଚି: ବିଜେପିରୁ ନିଲମ୍ବିତ ହୋଇଥିବା ତଥା  ପୂର୍ବତନ ଆଇଏସ ଅଫିସରଙ୍କ ପତ୍ନୀ ସୀମା ପାତ୍ରଙ୍କୁ ବୁଧବାର ରାଞ୍ଚି ପୁଲିସ ଗିରଫ କରିଛି। ଜଣେ ଆଦିବାସୀ ମହିଳାଙ୍କୁ ସୀମା ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ଯୁବତୀଙ୍କୁ ନିଜ ଘରେ ଚାକଣାଣୀ ଭାବେ ରଖି ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ଗତକାଲି ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାରବିଭାଗୀୟ […]

BJP-16

BJP-16

Tapas Behera
  • Published: Wednesday, 31 August 2022
  • Updated: 31 August 2022, 09:39 AM IST

ରାଞ୍ଚି: ବିଜେପିରୁ ନିଲମ୍ବିତ ହୋଇଥିବା ତଥା  ପୂର୍ବତନ ଆଇଏସ ଅଫିସରଙ୍କ ପତ୍ନୀ ସୀମା ପାତ୍ରଙ୍କୁ ବୁଧବାର ରାଞ୍ଚି ପୁଲିସ ଗିରଫ କରିଛି। ଜଣେ ଆଦିବାସୀ ମହିଳାଙ୍କୁ ସୀମା ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ଯୁବତୀଙ୍କୁ ନିଜ ଘରେ ଚାକଣାଣୀ ଭାବେ ରଖି ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା

ଗତକାଲି ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ  ପଠାଇ ଦିଆଯାଇଛି। ଗରିଫଦାରିରୁ ବର୍ତ୍ତିବା ପାଇଁ ସୀମା ଫେରାର ହୋଇଯାଇଥିଲେ। ପୁଲିସ ସୀମାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରଖିଥିଲା।  ପରେ ତାଙ୍କୁ ଗିରଫ କବାରେ ପୁଲିସ ସକ୍ଷମ ହୋଇଥିଲା।  ସୁନିତା ନାମ୍ନୀ ଜଣେ ଆଦିବାସୀ ମହିଳା ସୀମାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ।  ସୁନିତାଙ୍କୁ ଜିଭରେ ପାଇଖାନା ସଫା ପାଇଁ ସୀମା ବାଧ୍ୟ କରିଥିଲେ। ଏହାକୁ ନେଇ ପାତ୍ରଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା। ଗତ ମଙ୍ଗଳବାର  ଧାରା ୧୬୪ ଆଧାରରେ ସୁନିତାଙ୍କ ବୟାନ ରେକର୍ଡ଼ ହୋଇଥିଲା । ଏହି ଅଭଯୋଗ ଆସିବା ପରେ ବିଜେପି ସୀମାଙ୍କୁ ଦଳରୁ ନିଲମ୍ବିତ କରିଥିଲା।

ସୀମା ପାତ୍ର ହେଉଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କମିଟର ସଦସ୍ୟ। ତାଙ୍କ ସ୍ୱାମୀ ମହେଶ୍ୱର ପାତ୍ର ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସର। ହେଲେ ସୀମାଙ୍କ ଏପରି ଆଚରଣ ଦଳ ତଥା ପରିବାରକୁ ଅଡ଼ୁଆରେ ପକାଇଛି। ଏଥିପାଇଁ ଝାରଖଣ୍ଡ ବିଜେପି ମୁଖ୍ୟ ଦୀପକ ପ୍ରକାଶ ସୀମାଙ୍କୁ ଦଳକୁ ନିଲମ୍ବିତ କରିଛନ୍ତି।

ସୀମାଙ୍କ ମାଡ଼ରେ ସୁନୀତାଙ୍କ କିଛି ଦାନ୍ତ ମଧ୍ୟ ଭାଙ୍ଗି ଯାଇଛି। ସେ ଯନ୍ତ୍ରଣା ଯୋଗୁ ଠିକ ଭାବେ ବସି ପାରୁ ନାହାନ୍ତି। ତାଙ୍କ ଶରୀରରେ ଥିବା କ୍ଷତିଚିହ୍ନ ସ୍ପଷ୍ଟ କରୁଛି ଯେ ଦୀର୍ଘ ଦିନ ହେଲା ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ଏହି ଭିଡିଓକୁ ଦେଖି ବିଭିନ୍ନ ମହଲରେ ସୀମା ପାତ୍ରଙ୍କ ଗିରଫ ଦାବି କରାଯାଇଛି। ୨୯ ବର୍ଷୀୟ ସୁନୀତାଙ୍କ ଘର ଝାରଖଣ୍ଡର ଗୁମଲାରେ। ସେ ୧୦ ବର୍ଷ ତଳେ ପାତ୍ର ପରିବାର ପାଇଁ କାମ କରିବା ଆରମ୍ଭ କରିଥିଲେ। ପାତ୍ର ଦମ୍ପତିଙ୍କ ଝିଅ ବସ୍ତଲା ନିଜର କାମ ପାଇଁ ଦିଲ୍ଲୀ ଯିବାରୁ ସୁନୀତା ତାଙ୍କୁ ସହଯୋଗ କରିବାକୁ ସେଠାକୁ ଯାଇଥିଲେ। ତେବେ ପ୍ରାୟ ୪ ବର୍ଷ ପରେ ବସ୍ତଲା ଓ ସୁନୀତା ରାଞ୍ଚିକୁ ଫେରି ଆସିଥିଲେ। ସେବେଠାରୁ ସେ ପାତ୍ର ଦମ୍ପତିଙ୍କ ଘରେ କାମ କରୁଥିଲେ। ହେଲେ ଏହି ୬ ବର୍ଷର କାମ ମଧ୍ୟରେ ସୀମା ପାତ୍ର ତାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଚାଲିଥିଲେ। ହେଲେ ଭୟରେ ସେ କିଛି ବି କହୁ ନଥିଲେ।

ହେଲେ ଏବେ ହସ୍ପିଟାଲ ବେଡରେ ପଡ଼ିଥିବା ସୁନୀତା ନିଜ ଯନ୍ତ୍ରଣା ବଖାଣିଛନ୍ତି। ତାଙ୍କୁ ଗରମ ତାୱା ଓ ରଡ୍‌ରେ ସୀମା ପିଟୁଥିଲେ। ତାଙ୍କର ଏକାଧିକ ଦାନ୍ତ ମଧ୍ୟ ମାଡ଼ ଯୋଗୁ ଝଡ଼ି ଯାଇଛି। ଏତେ କଷ୍ଟ ହେଉଥିଲା ଯେ ସେ ସହି ନ ପାରି ଚଟାଣରେ ପରିସ୍ରା କରି ଦେଇଥିଲେ। ଭୁଲ ପାଇଁ ସୀମା ତାଙ୍କୁ ଏପରି ଅକଥନୀୟ ନିର୍ଯାତନା ଦେଉଥିଲେ। ହେଲେ ସେ ଆଜି ଯାଏ ତାଙ୍କ ଭୁଲ ବିଷୟରେ ଜାଣିବାକୁ ପାଇ ନଥିବା କ୍ୟାମେରା ଆଗରେ କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos