ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କୁ ପଛରେ ପକାଇଲେ ମମତା

କୋଲକାତା: ଆରମ୍ଭରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପଛରେ ଥିବା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବେ ଲିଡ୍‌ ହାସଲ କରିଛନ୍ତି। ଆଜି ନନ୍ଦିଗ୍ରାମ ଆସନ ପାଇଁ ଭୋଟ ଗଣତି ଆରମ୍ଭ ହେବା କ୍ଷଣି ଏହା ଉପରେ ସମସ୍ତଙ୍କ ନଜର ଥିଲା। ଆରମ୍ଭରୁ ଶୁଭେନ୍ଦୁ ଅଧିକାରୀ ୭୫୦୦, ପରେ ୫ହଜାର ଓ ଶେଷରେ ୩୭୧୦ ଖଣ୍ଡ ଭୋଟରେ ଆଗରେ ଥିଲେ। କିନ୍ତୁ ଏବେ ସବୁ କିଛି ଓଲଟ ପାଲଟ ହୋଇଯାଇଛି। ବର୍ତ୍ତମାନ ମମତା ବାନାର୍ଜୀ ତାଙ୍କୁ […]

TMC1

TMC1

Hemant Lenka
  • Published: Sunday, 02 May 2021
  • Updated: 02 May 2021, 01:51 PM IST

କୋଲକାତା: ଆରମ୍ଭରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପଛରେ ଥିବା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବେ ଲିଡ୍‌ ହାସଲ କରିଛନ୍ତି। ଆଜି ନନ୍ଦିଗ୍ରାମ ଆସନ ପାଇଁ ଭୋଟ ଗଣତି ଆରମ୍ଭ ହେବା କ୍ଷଣି ଏହା ଉପରେ ସମସ୍ତଙ୍କ ନଜର ଥିଲା। ଆରମ୍ଭରୁ ଶୁଭେନ୍ଦୁ ଅଧିକାରୀ ୭୫୦୦, ପରେ ୫ହଜାର ଓ ଶେଷରେ ୩୭୧୦ ଖଣ୍ଡ ଭୋଟରେ ଆଗରେ ଥିଲେ। କିନ୍ତୁ ଏବେ ସବୁ କିଛି ଓଲଟ ପାଲଟ ହୋଇଯାଇଛି।

ବର୍ତ୍ତମାନ ମମତା ବାନାର୍ଜୀ ତାଙ୍କୁ ପଛରେ ପକାଇ ଦେଇଛନ୍ତି। ମମତା ୧୫ ଶହରୁ ଅଧିକ ଭୋଟରେ ଆଗୁଆ ହୋଇଯାଇଛନ୍ତି। ଆଉ ମାତ୍ର କିଛି ରାଉଣ୍ଡ ଭୋଟ ଗଣତି ବାକି ରହିଛି। ଏଠାରେ ମୋଟ ୧୭ଟି ରାଉଣ୍ଡରେ ଭୋଟ ଗଣତି ହେବ। ତେଣୁ ଉଭୟ ମମତା ଓ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ ଏବେ ବଳକା ରାଉଣ୍ଡ ଉପରେ ନିର୍ଭର କରୁଛି।

ଅନ୍ୟପକ୍ଷରେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଟିଏମସି କ୍ରମାଗତ ୩ୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଛି। ମମତାଙ୍କ ଟିଏମସି ୨୦୫ଟି ଆସନରେ ଲିଡ୍‌ କରୁଥିବା ବେଳେ ବିଜେପି ୮୪ଟି ଆସନରେ ଆଗରେ ରହିଛି। ସିପିଆଇଏମ ଗୋଟିଏ ଆସନରେ ଆଗରେ ଥିବା ବେଳେ ଅନ୍ୟାନ୍ୟ ଦଳ ୨ଟି ଆସନରେ ଲିଡ୍‌ କରୁଛନ୍ତି।

ଦୀର୍ଘ ସମୟ ଧରି ଟିଏମସି ୨୦୦ରୁ ଅଧିକ ଆସନରେ ଲିଡ୍‌ କରୁଥିବାରୁ ଦଳୀୟ କର୍ମୀମାନେ ସେଲିବ୍ରେସନ ଆରମ୍ଭ କରିଛନ୍ତି। ବିଜୟ ଉତ୍ସବ ଉପରେ ନିର୍ବାଚନ କମିଶନ ରୋକ ଲଗାଇଥିଲେ ହେଁ ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଏହାକୁ ଉଲ୍ଲଙ୍ଘନ କରାଯାଇଛି। ଏଥିପାଇଁ ନିର୍ବାଚନ କମିଶନ ତୁରନ୍ତ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos