ପୁଣି ରାଜ୍ୟସଭାକୁ ଗଲେ ସ୍ୱପ୍ନ ଦାସଗୁପ୍ତା, ସ୍ୱର୍ଗତ ରଘୁନାଥଙ୍କ ସ୍ଥାନରେ କିଏ ଜାଣନ୍ତୁ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଠିକ୍‌ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିବା ପୂର୍ବତନ ସାମ୍ବାଦିକ ସ୍ୱପ୍ନ ଦାସଗୁପ୍ତା ପୁଣି ଉଚ୍ଚସଦନକୁ ଯିବେ। ଏଥର ତାଙ୍କୁ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାଜ୍ୟସଭାକୁ ପଠାଇଛନ୍ତି। ସେ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଟିଏମସି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ଆଜି ସ୍ୱପ୍ନ ଦାସଗୁପ୍ତାଙ୍କ ସହ ପ୍ରଖ୍ୟାତ ଆଇନଜୀବୀ ମହେଶ ଜେଠମଲାନୀଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ହୋଇଛି। […]

Swapn-Dasgupta

Swapn-Dasgupta

Hemant Lenka
  • Published: Tuesday, 01 June 2021
  • Updated: 01 June 2021, 08:46 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାରୁ ଠିକ୍‌ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିବା ପୂର୍ବତନ ସାମ୍ବାଦିକ ସ୍ୱପ୍ନ ଦାସଗୁପ୍ତା ପୁଣି ଉଚ୍ଚସଦନକୁ ଯିବେ। ଏଥର ତାଙ୍କୁ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାଜ୍ୟସଭାକୁ ପଠାଇଛନ୍ତି।

ସେ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଟିଏମସି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ଆଜି ସ୍ୱପ୍ନ ଦାସଗୁପ୍ତାଙ୍କ ସହ ପ୍ରଖ୍ୟାତ ଆଇନଜୀବୀ ମହେଶ ଜେଠମଲାନୀଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ହୋଇଛି। ଜେଠମଲାନୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ସ୍ଥାନରେ ଉଚ୍ଚ ସଦନକୁ ଯାଇଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତୀୟ ସମ୍ବିଧାନର ଧାରା ୮୦ର ବିଭିନ୍ନ କ୍ଲଜ ଅନୁଯାୟୀ, ରାଷ୍ଟ୍ରପତି ପୁଣିଥରେ ସ୍ୱପ୍ନଦାସ ଗୁପ୍ତାଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି। ସେ ଇସ୍ତଫା ଦେବାରୁ ଏହି ପଦ ଖାଲି ପଡ଼ିଥିଲା। ତାଙ୍କୁ ପୁଣି ଏହି ପଦରେ ଅବସ୍ଥାପିତ କରାଯାଉଛି। ତାଙ୍କ କାର୍ଯ୍ୟକାଳ ୨୦୨୨ ମସିହା ଏପ୍ରିଲ ୪ରେ ଶେଷ ହେବ।

ସେହିପରି ରାଜ୍ୟସଭା ସଦସ୍ୟ ସ୍ଥପତି ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ଆସନ ଖାଲି ପଡ଼ିଥିଲା। ତାଙ୍କ ସ୍ଥାନରେ ବରିଷ୍ଠ ଆଇନଜୀବୀ ମହେଶ ଜେଠମଲାନୀଙ୍କୁ ରାଜ୍ୟସଭାକୁ ପଠାଯାଇଛି। ମହେଶ ଜେଠମଲାନୀ ୨୦୨୪ ମସିହା ଜୁଲାଇ ୧୩ ତାରିଖ ଯାଏ ଏହି ଆସନରେ କାର୍ଯ୍ୟ କରିବେ। ରଘୁନାଥ ମହାପାତ୍ରଙ୍କ କାର୍ଯ୍ୟକାଳ ମଧ୍ୟ ଏହି ତାରିଖରେ ଶେଷ ହୋଇଥାଆନ୍ତା।

ସୂଚନାଯୋଗ୍ୟ, ରାଷ୍ଟ୍ରପତି କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos